Bihar Politics: ବିଜେପି-ଜେଡିୟୁ ସମ୍ପର୍କ ଉପରେ ଉଠିଲା ପ୍ରଶ୍ନ, କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ମେଣ୍ଟ?
Advertisement

Bihar Politics: ବିଜେପି-ଜେଡିୟୁ ସମ୍ପର୍କ ଉପରେ ଉଠିଲା ପ୍ରଶ୍ନ, କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ମେଣ୍ଟ?

NDA Alliance in Bihar: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଛି। ଯାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢାଯିବ।

Bihar Politics: ବିଜେପି-ଜେଡିୟୁ ସମ୍ପର୍କ ଉପରେ ଉଠିଲା ପ୍ରଶ୍ନ, କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ମେଣ୍ଟ?

BJP JDU Alliance: ବିହାର କ୍ଷମତାସୀନ ଶାସକ ଏନଡିଏ ମେଣ୍ଟରେ ସାମିଲ ଥିବା ବିଜେପି ଏବଂ ଏହାର ସହଯୋଗୀ ଜେଡିୟୁ ମଧ୍ୟରେ ରହିଥିବା ଗଠବନ୍ଧନକୁ ଉଠିଛି ପ୍ରଶ୍ନ। କାରଣ ଦଳକୁ ବିହାର ରାଜନୀତିରେ ବୃହତ୍ତମ ରାଜନୈତିକ ଶକ୍ତି ଭାବେ ପୁନର୍ବାର ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବରିଷ୍ଠ ଜେଡିୟୁ ନେତାଙ୍କ ପକ୍ଷରୁ କୁହାଯାଇଛି। ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଥିଲେ ଯେ ତାଙ୍କ ଦଳ ରାଜ୍ୟର ବୃହତ୍ତମ ଦଳ ମାନ୍ୟତା ପାଇବା ଦିଗରେ କାର୍ଯ୍ୟ କରୁଛି।

ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ (JDU President Lalan Singh) କହିଛନ୍ତି ଆମ ବିରୋଧରେ ଏକ ଷଡଯନ୍ତ୍ର ହୋଇଥିଲା। ଚିରାଗ ପାସୱାନଙ୍କ (Chirag Paswan) ଲୋକ ଜନଶକ୍ତି ପାର୍ଟି (Lok Janshakti Party) ଏଲଜେପି (LJP) ସମସ୍ତ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ଏହାର ଦଳୀୟ ପ୍ରାର୍ଥୀଙ୍କୁ ଛିଡା କରିଥିଲା। ଜେଡ଼ିୟୁ (JDU) ବିରୋଧରେ ନିର୍ବାଚନ ଲଢୁଥିବା ଲୋକ ଜନଶକ୍ତି ପାର୍ଟି ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ ବିଜେପି ବିଦ୍ରୋହୀ (Rebel BJP) ଥିଲେ। ଏହି କାରଣରୁ ଗତ ଥରର ବିଧାନସଭା ନିର୍ବାଚନରେ ଦଳକୁ କେବଳ ୪୩ ଆସନ ମିଳିଥିଲା। ହେଲେ ବର୍ତ୍ତମାନ ଆମେ ସତର୍କ ହୋଇଉଠିଛୁ। ଗତ ୨୦୨୦ ବିଧାନସଭା ନିର୍ବାଚନରେ ଗୋଟିଏ ମଡେଲ ଚିରାଗ ପାସୱାନଙ୍କ ନାମରେ ଦେଖାଦେଇଥିବାବେଳେ ବର୍ତ୍ତମାନ ଅନ୍ୟ ଏକ ମଡ଼େଲ ନିର୍ମାଣ ହେଉଛି। 

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ (RJD Spokesperson Mrityunjay Tiwari) କହିଛନ୍ତି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ (BJP led NDA Alliance) ଏକ ବଡ଼ ସମସ୍ୟା ଦେଖାଦେଇଛି। ସେମାନଙ୍କ ଡଙ୍ଗା ବର୍ଷା ଋତୁରେ ଆସୁଥିବା ବନ୍ୟାରେ ବୁଡ଼ିଯିବ। ତାଙ୍କ କହିବା କଥା ଯେ ନିଜର ସମାଜବାଦୀ ପୃଷ୍ଠଭୂମି (Socialist Background) କାରଣରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ବିଜେପି (BJP) ଭଳି ଦଳର ହିନ୍ଦୁତ୍ୱବାଦୀ ଏଜେଣ୍ଡା (Hindutva Agenda) ସହିତ ଛିଡ଼ା ହୋଇ ରହିପାରିବେ ନାହିଁ। ମୁଁ କେବଳ ଏତିକି କହିପାରିବି ଯେ ବିହାରରେ ସମାଜବାଦୀ ସରକାର (Samajwadi Govt in Bihar) ଆବଶ୍ୟକ। ଯାହା ରାଜ୍ୟକୁ ଖୁବ ଶୀଘ୍ର ମିଶିବ। ତେଜସ୍ୱୀ ଯାଦବଙ୍କ (Tejashwi Yadav) ପାଖରେ ଲୋକେ ନୂଆ ଆଶା ଦେଖୁଛନ୍ତି। ମାତ୍ର ଏଭଳି ସରକାର କିପରି ଗଠନ ହେବ ତାହା କହିବା ଏତେଶୀଘ୍ର  କୁହାଯାଇ ପାରିବ ନାହିଁ।

ଗତ ୨୦୧୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ (Bihar Assembly Election 2015) ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ହାତ ମିଳାଇଥିଲା ଜେଡିୟୁ (JDU RJD Alliance)। ମାତ୍ର ଏହାର ୨ ବର୍ଷ ପରେ ଅର୍ଥାତ ଗତ ୨୦୧୭ ବର୍ଷରେ ଆରଜେଡି ସହ ମେଣ୍ଟ ଭାଙ୍ଗି ପୁନର୍ବାର ବିଜେପି ସହ ଗଠବନ୍ଧନ କରିଥିଲା ଜେଡିୟୁ (BJP JDU Alliance)। ନିକଟରେ ବିଜେପି ପକ୍ଷରୁ କରା ଯାଇଥିବା ଦାବି ବାବଦରେ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ଲଲନ ସିଂହ। ଏନେଇ ବିଜେପି ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଛି। ଯାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢାଯିବ। ଜେଡିୟୁ ଭଳି ସହଯୋଗୀକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଏପରି ବିବୃତ୍ତି ଦିଆଯାଇଥିଲା। ବର୍ତ୍ତମାନ ବିଜେପି ଏହାର ସର୍ବ ପୁରାତନ ସହଯୋଗୀଙ୍କ ସହ ବିବାଦ କରିବାକୁ ଚାହୁଁନାହିଁ।

Also Read: Lok Sabha Election 2024: କିଏ ହେବେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଘୋଷଣା କଲେ ଅମିତ ଶାହ

ଅନ୍ୟପଟେ ବିହାର ବିଜେପି ମୁଖପାତ୍ର (Bihar BJP Spokeperson) ପ୍ରେମ ରଞ୍ଜନ ପଟେଲ (Prem Ranjan Patel) କହିଛନ୍ତି ଯେ ଗତ ୧୯୯୬ ମସିହାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆମ ଦଳର ସମ୍ପର୍କ ରହିଆସିଛି। ଯେତେବେଳେ ତାଙ୍କ ଦଳ ସମତା ପାର୍ଟି (Samata Party) ନାମରେ ଜଣାଶୁଣା ଥିଲା। ତାଙ୍କ ଦଳର ଅନ୍ୟ ନେତା କ'ଣ କହୁଛନ୍ତି ସେଥିପ୍ରତି ଆମେ ଅଧିକ ଧ୍ୟାନ ଦେଉନାହୁଁ। ବିଜେପି ସର୍ବଦା ନୀତୀଶ କୁମାରଙ୍କୁ ବିହାର ରାଜନୀତିରେ ଏନଡିଏ ମେଣ୍ଟର ନେତା ଭାବେ ବିବେଚନା କରୁଛି।