ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!
ଯେବେ ବି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଯୋଗ ମିଳୁଛି, ସେ ଟାର୍ଗେଟ କରୁଛନ୍ତି । ନୀତିଶ ପୁଣି ଥରେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ଏବଂ ଚାପରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ବିହାର ରାଜନୀତିରେ ଅସ୍ଥିରତା ଲାଗି ରହିଛି । ବିଜେପି (BJP) ଓ ଜନତା ଦଳ ୟୁନାଇଟେଡ (JDU) ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଯାହାର ଫଳ ସ୍ୱରୂପ ଏନଡିଏରେ ମଧ୍ୟ ଫାଟ ସୃଷ୍ଟି ହେବାରେ ଲାଗିଛି । ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱାଧୀନ ଏନଡିଏ ସରକାର (NDA Govt) ଗଠନ କରିବାକୁ ଦୁଇ ମାସ ହେବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । ନା ହିଁ ରାଜ୍ୟପାଳ କୋଟାରୁ ବିଧାନ ପରିଷଦ (MLC) ଆସନ ବାଣ୍ଟିବାର ଫର୍ମୂଲା ସାମ୍ନାକୁ ଆସିଛି । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ତାଙ୍କୁ ଜଣାପଡ଼ି ନଥିଲା ଯେ ନିର୍ବାଚନରେ ତାଙ୍କ 'ବନ୍ଧୁ' କିଏ ଏବଂ 'ଶତ୍ରୁ' କିଏ? ସେପଟେ ଏନଡିଏର ସହଯୋଗୀ ଜିତନ ରାମ ମାଞ୍ଝୀ (Jitan Ram Manjhi) ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି (RJD) ନେତା ତେଜସ୍ୱୀ ଯାଦବ (Tejashwi Yadav) ଙ୍କ ପ୍ରଶଂସା କରୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏନଡିଏରେ ସବୁକିଛି ଠିକ୍ ଚାଲୁଛି କି? ଯେଉଁ କାରଣରୁ ନୀତିଶ ଏବଂ ମାଞ୍ଝୀ ଇସାର-ଇସାରରେ ବିଜେପିକୁ ଟାର୍ଗେଟ କରୁଛନ୍ତି?
ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!
ଯେବେ ବି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଯୋଗ ମିଳୁଛି, ସେ ଟାର୍ଗେଟ କରୁଛନ୍ତି । ନୀତିଶ ପୁଣି ଥରେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ଏବଂ ଚାପରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେଡିୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ଯେତେବେଳେ ନିର୍ବାଚନରେ ଆମ ଲୋକ କମ୍ ଜିତିଥିଲେ ସେତେବେଳେ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଦଳ ଓ ବିଜେପି କାରଣରୁ ହୋଇଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଡିଏରେ ସବୁକିଛି ୫ ମାସ ପୂର୍ବରୁ ସ୍ଥିର ହୋଇଯିବାର ଆବଶ୍ୟକତା ଥିଲା । କୋରୋନା କାରଣରୁ ପ୍ରାର୍ଥୀମାନେ ପ୍ରଚାର ପାଇଁ କମ୍ ସମୟ ପାଇଲେ, ଯାହାର କ୍ଷତି ଜେଡିୟୁକୁ ସହିବାକୁ ପଡିଛି । ନୀତିଶଙ୍କ ଏହି ଇସାରା ଏନଡିଏରେ ଆସନ ବୁଝାମଣାରେ ବିଳମ୍ବ ଉପରି ଥିଲା ।
ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ
ଏଥର ବିହାର ବିଧାନସଭା ନିର୍ବାଚନରେ ଜେଡିୟୁର ଆସନ ବିଜେପି ଠାରୁ କମ୍ ଆସିଛି । ବିଜେପି ୭୪ଟି ଆସନ ପାଇଥିବାବେଳେ ଜେଡିୟୁକୁ ୪୩ଟି ଆସନ ମିଳିଛି । ଏନଡିଏରେ ବିଜେପିର ବଡ଼ ଭାଇର ଭୂମିକାକୁ ନୀତିଶ ହଜମ କରିପାରୁନାହାଁନ୍ତି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ତାଙ୍କୁ ଜଣାପଡ଼ି ନଥିଲା ଯେ କିଏ ଶତ୍ରୁ ଏବଂ କିଏ ତାଙ୍କର ବନ୍ଧୁ ।
ସେପଟେ ସମୟ ଓ ସୁଯୋଗକୁ ଦୃଷ୍ଟିରେ ରଖି ଏନଡିଏର ସହଯୋଗୀ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଞ୍ଝୀ ମଧ୍ୟ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ଗୋଟିଏ ଏମଏଲସି ଏବଂ ଅନ୍ୟ ଏକ ମନ୍ତ୍ରୀ ପଦବୀ ଦାବି କରିବା ପରେ ମାଞ୍ଝୀ କହିଛନ୍ତି ଯେ ରାଜନୀତିରେ ମେଣ୍ଟ ଧର୍ମ ପାଳନ କରିବା ଯଦି ଶିଖିବାର ଅଛି ତେବେ ନୀତିଶ କୁମାରଙ୍କଠାରୁ ଏହା ଶିଖିବା ଉଚିତ । ମେଣ୍ଟରେ ସାମିଲ ଦଳକୁ ଆଭ୍ୟନ୍ତରୀଣ ବିରୋଧ ଓ ଷଡଯନ୍ତ୍ର ସତ୍ତ୍ୱେ ତାଙ୍କ ସହଯୋଗ କରିବା ନୀତିଶଙ୍କୁ ରାଜନୈତିକ ସ୍ତରରେ ଅଧିକ ମହାନ କରିଥାଏ । ଅନ୍ୟ ଏକ ଟ୍ୱିଟ୍ରେ ମାଞ୍ଝୀ ତେଜସ୍ୱୀ ଯାଦବଙ୍କୁ ବିହାରର ଭବିଷ୍ୟତର ନେତା କହିଛନ୍ତି । ଏବଂ ସକରାତ୍ମକ ରାଜନୀତି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ମଧ୍ୟ ପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ୩୫ ଜଣ ବିଧାୟକ'
ବାସ୍ତବରେ, ଏଥର ବିହାର ବିଧାନସଭା ନିର୍ବାଚନ ଫଳାଫଳ ଏପରି ଆସିଛି ଯେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନରେ ଅଧିକ ପାର୍ଥକ୍ୟ ନାହିଁ । ଏନଡିଏକୁ ୧୨୫ ଆସମ ମିଳିଥିବା ବେଳେ ମହାମେଣ୍ଟକୁ ୧୧୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏହା ବ୍ୟତୀତ ଏଆଇଏମଆଇଏମ (AIMIM) ର ୫ ବିଧାୟକ ଓ ଗୋଟିଏ ବହୁଜନ ସମାଜ ପାର୍ଟି (BSP) ର ଏବଂ ସ୍ୱାଧୀନ ବିଧାୟକ ଅଛନ୍ତି । ତେଣୁ ବିହାରରେ ଯେକୌଣସି ମୁହୂର୍ତ୍ତରେ କ୍ଷମତାରେ ପରିବର୍ତ୍ତନ ହେବାର ଆଶଙ୍କାକୁ ଅସ୍ୱୀକାର କରି ହେବନାହିଁ । ବିଗତ ଦିନରେ ଆରଜେଡି ଦାବି କରିଥିଲା ଯେ ଜେଡିୟୁର ୧୭ ଜଣ ବିଧାୟକ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି ।