BJP Rajya Sabha Candidate:ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନିର୍ମଳା ସୀତାରମଣ ଯଥାକ୍ରମେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟରୁ ପ୍ରାର୍ଥୀ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ୧୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିବେ। ସେମାନଙ୍କ ମଧ୍ୟରେ ୨ ମହିଳା ପ୍ରାର୍ଥୀ ସଙ୍ଗୀତା ଯାଦବ ଏବଂ ଦର୍ଶନା ସିଂହ ରହିଛନ୍ତି। ବିଜେପି କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଲାଗି ୨ ଜଣ ଏବଂ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା ଲାଗି ଜଣେ ଲେଖାଁଏ ପ୍ରାର୍ଥୀ ଘୋଷଣା କରିଛି। 


ହରିୟାଣାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେପି ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମଙ୍କ ନାମ ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ। ଦଳ ହରିୟାଣାର ପୂର୍ବତନ ବିଧାୟକ କୃଷ୍ଣ ଲାଲ ପନୱାରଙ୍କୁ ପ୍ରାର୍ଥୀ କରିଛି। ମଧ୍ୟ ପ୍ରଦେଶରୁ କବିତା ପାଟିଦାର, ରାଜସ୍ଥାନରୁ ଘନଶ୍ୟାମ ତିୱାରୀ ଏବଂ ଉତ୍ତରାଖଣ୍ଡରୁ କଳ୍ପନା ସୈନିଙ୍କୁ ପ୍ରାର୍ଥୀ କରିଛି ବିଜେପି। 


Also Read: ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?


 


ବିହାରର ୨ ଆସନ ଲାଗି ସତୀଶ ଚନ୍ଦ୍ର ଦୁବେ ଏବଂ ଶମ୍ଭୁ ଶରଣ ପଟେଲ, ମହାରାଷ୍ଟ୍ରରୁ ସୁଖଦେବରାଓ ବୋଣ୍ଡେ, କର୍ଣ୍ଣାଟକରୁ ଜଗେଶଙ୍କୁ ପ୍ରାର୍ଥୀ କରିଛି ବିଜେପି।


କେଉଁ ରାଜ୍ୟରୁ କିଏ ହେଲେ ପ୍ରାର୍ଥୀ


  • କବିତା ପାଟିଦାର: ମଧ୍ୟ ପ୍ରଦେଶ 

  • ଘନଶ୍ୟାମ ତିୱାରୀ: ରାଜସ୍ଥାନ  

  • କଳ୍ପନା ସୈନି: ଉତ୍ତରାଖଣ୍ଡ  

  • କୃଷ୍ଣ ଲାଲ ପନୱାର: ହରିୟାଣା 

  • ପୀୟୁଷ ଗୋଏଲ: ମହାରାଷ୍ଟ୍ର 

  • ସୁଖଦେବରାଓ ବୋଣ୍ଡେ: ମହାରାଷ୍ଟ୍ର 

  • ସତୀଶ ଚନ୍ଦ୍ର ଦୁବେ: ବିହାର 

  • ଶମ୍ଭୁ ଶରଣ ପଟେଲ: ବିହାର

  • ନିର୍ମଳା ସୀତାରମଣ: କର୍ଣ୍ଣାଟକ 

  • ଜଗେଶ: କର୍ଣ୍ଣାଟକ 

  • ଲକ୍ଷ୍ମୀକାନ୍ତ ବାଜପେୟୀ:ଉତ୍ତର ପ୍ରଦେଶ

  • ରାଧା ମୋହନ ଅଗ୍ରୱାଲ:ଉତ୍ତର ପ୍ରଦେଶ

  • ସୁରେନ୍ଦ୍ର ସିଂହ ନାଗର:ଉତ୍ତର ପ୍ରଦେଶ

  • ବାବୁରାମ ନିଷାଦ:ଉତ୍ତର ପ୍ରଦେଶ

  • ସଙ୍ଗୀତା ଯାଦବ:ଉତ୍ତର ପ୍ରଦେଶ

  • ଦର୍ଶନା ସିଂହ:ଉତ୍ତର ପ୍ରଦେଶ