ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?
Advertisement
Article Detail0/zeeodisha/odisha1189890

ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି ତାହାର କାରଣ ସାମ୍ନାକୁ ଆସିଛି। 

ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

Tripura Politics: ଆସନ୍ତାବର୍ଷ ହେବାକୁ ଯାଉଛି ତ୍ରିପୁରା ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ବିଜେପି। ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି ତାହାର କାରଣ ସାମ୍ନାକୁ ଆସିଛି। ମେ ୧୪ ତାରିଖ ଶନିବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିପ୍ଲବ ଦେବ। ତାଙ୍କ ସ୍ଥାନରେ ମାଣିକ ଶାହ ମେ ୧୫ ତାରିଖ ରବିବାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି ସଫଳ ହୋଇଥିବା ବିଜେପି ତ୍ରିପୁରା ରାଜନୀତିରେ ମଧ୍ୟ ସମାନ ରଣନୀତି ଆପଣାଇଛି। ଯେଉଁଠି ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ ୨୦୧୯ ଲୋକସଭା ନିର୍ବାଚନ ପର ଠାରୁ ଗୁଜୁରାଟ ଏବଂ କର୍ଣ୍ଣାଟକ ସମେତ ବିଜେପି ୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି। ବିଜେପି ହାତ ଧରିବାରେ ପୂର୍ବୋତ୍ତର ଭାରତରେ ମାଣିକ ଶାହ ହେଉଛନ୍ତି ଚତୁର୍ଥ କଂଗ୍ରେସ ନେତା। ଏହା ଏକ ସ୍ପଷ୍ଟ ସଂକେତ ଯେ କୌଣସି ନେତାଙ୍କ ନିର୍ବାଚନ ମୂଲ୍ୟ ଦଳ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ହେଉଛନ୍ତି ସେହି ୩ ଜଣ ପୂର୍ବତନ କଂଗ୍ରେସ ନେତା ଯିଏ ବିଜେପି ସରକାରର ନେତୃତ୍ୱ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ବଦଳାଇବା ପ୍ରସଙ୍ଗରେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି ବିରୋଧି। 

ମାତ୍ର ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜନୈତିକ ସମୀକ୍ଷକ କହିଛନ୍ତି ଏହି ପରିବର୍ତ୍ତନ ଦଳର ନେତୃତ୍ୱର ସ୍ଥିତିକୁ ବିଶ୍ଳେଷଣ କରିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦର୍ଶାଉଛି। ଏନେଇ ଜଣେ ବିଜେପି ନେତା କହିଛନ୍ତି ଯେ ଗତ ୨-୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ପଛରେ ତିନୋଟି କାରଣ ରହିଛି। ତାହା ହେଉଛି ତୃଣମୂଳସ୍ତରରେ କାର୍ଯ୍ୟ, ଦଳୀୟ ସଙ୍ଗଠନକୁ ମଜବୁତ ସ୍ଥିତିରେ ରଖିବା ଏବଂ ନେତାଙ୍କ ଲୋକପ୍ରିୟତା ପରଖିବା।

୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨୦୦୧-୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ୱାଧୀନତା ଦେବା ସପକ୍ଷରେ ଥିଲେ। ମାତ୍ର ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପରାଜୟ ସହ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜେ ନିଜ ଆସନ ହରାଇବା ପରେ ଦଳ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଛି। 

୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଏହାର ପୂର୍ବତନ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଦଳକୁ ଫେରାଇ ଆଣିଥିଲା। ଗତ ବର୍ଷ ଡିସେମ୍ବରରେ  ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲା। ଅନ୍ୟପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପାଙ୍କୁ ହଟାଇ ବାସବରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲା ଦଳ।
ଗୁଜୁରାଟ ରାଜନୀତିରେ ପଟେଲ ଅର୍ଥାତ ପଟିଦାର ମତଦାତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଅନ୍ୟପଟେ ବର୍ତ୍ତମାନର ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଉଭୟେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଛନ୍ତି।     

ବିଜେପି ଉତ୍ତରାଖଣ୍ଡରେ ୨ ଠାକୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ଅନ୍ୟଜଣେ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଗତ ବର୍ଷ ଆସାମ ବିଧାନସଭା ନିର୍ବାଚନ ଶେଷ ହେବା ପରେ ବିଜେପି ପୂର୍ବରୁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା କେନ୍ଦ୍ରମନ୍ତ୍ରୀ  ସର୍ବାନନ୍ଦ ସୋନେୱାଲଙ୍କ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥଲା ବିଜେପି। 

Also Read: ଇସ୍ତଫା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିପ୍ଲବ ଦେବ- ମମତା ବାନାର୍ଜୀ