ଲକ୍ଷ୍ନୌ: ଶିବପାଲ ଯାଦବ ଏବଂ ଅଖିଲେଶ ଯାଦବଙ୍କ ମଧ୍ୟରେ ଚାଲିଥିବା କହଳରୁ ରାଜନୈତିକ ଫାଇଦା ଉଠାଇବାକୁ ସୁଯୋଗ ଅପେକ୍ଷାରେ ରହିଛି ରାଜ୍ୟରେ କ୍ଷମତାସୀନ ବିଜେପି। ଦଳୀୟ ବିଧାୟକ ଶିବପାଲ ଯାଦବଙ୍କ ସହାୟତାରେ ଶାସକ ବିଜେପି, ବିରୋଧି     
ସମାଜବାଦୀ ପାର୍ଟି ବିପକ୍ଷରେ ଏକ ବଡ଼ ରଣନୀତିକ ବାଜି ଖେଳିପାରେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତତ୍କାଳୀନ ସମାଜବାଦୀ ପାର୍ଟି ବିଧାୟକ ନୀତିନ ଅଗ୍ରୱାଲଙ୍କୁ ରାଜ୍ୟ ବିଧାନସଭାର ଉପବାଚସ୍ପତି କରିଥିଲେ ସେହିଭଳି ଭାବେ ଶିବପାଲ ଯାଦବଙ୍କ କ୍ଷେତ୍ରରେ ମଧ୍ୟ ସେପରି କରିବା ପାଇଁ ପ୍ରସ୍ତୁତି ଚାଲିଛି।


COMMERCIAL BREAK
SCROLL TO CONTINUE READING

ଶାସକ ଦଳ ବିଜେପି ସହ ବଢୁଥିବା ନିବିଡ଼ତା ପାଇଁ ପୁରସ୍କୃତ ହୋଇପାରନ୍ତି ସମାଜବାଦୀ ପାର୍ଟି ବିଧାୟକ (Samajwadi Party MLA) ଶିବପାଲ ଯାଦବ (Shivpal Yadav)। ଏନେଇ କୁହାଯାଉଛି ବିଜେପି ତାଙ୍କୁ ରାଜ୍ୟ ବିଧାନସଭାରେ ଉପବାଚସ୍ପତି ପଦରେ ନିଯୁକ୍ତ କରିପାରେ। ଯଦି ଏପରି ହୁଏ ତାହେଲେ ସେ ତାଙ୍କ ପୁତୁରା ତଥା ତଥା ବିରୋଧି ଦଳ (Leader of Opposition) ନେତା ଅଖିଲେଶ ଯାଦବଙ୍କ (Akhilesh Yadav) ନିକଟରେ ବସିବେ। କାରଣ ଉତ୍ତର ପ୍ରଦେଶ ବିଧାନସଭାରେ ଉପବାଚସ୍ପତିଙ୍କ ଆସନ, ବିରୋଧି ଦଳ ନେତାଙ୍କ ସିଟ୍ ପାଖରେ ରହିଛି।  


ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ମିଶାଇ ରାଜ୍ୟର ଜସୱନ୍ତନଗର ଆସନରୁ (Jaswantnagar Assembly Constituency) ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଶିବପାଲ ଯାଦବ। ମାତ୍ର ପୁତୁରା ଅଖିଳେଶ ଯାଦବଙ୍କ ସହ ତାଙ୍କର ରହିଥିବା ମତଭେଦ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ଖୋଲାଖୋଲି ଭାବେ ସାମ୍ନାକୁ ଆସିସାରିଛି। 


Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ


ଚାଚା ଶିବପାଲ ଯାଦବଙ୍କୁ ଦଳୀୟ ବିଧାୟକ ଭାବେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ। କାରଣ ଗତ ୨୦୧୮ ରେ ଦଳ ଠାରୁ ଦୂରେଇ ଯାଇ ତତ୍କାଳୀୟ ଦଳୀୟ ବିଧାୟକ ଶିବପାଲ ଯାଦବ ପ୍ରଗତିଶୀଳ ସମାଜବାଦୀ ପାର୍ଟି ନାମରେ ଏକ ନୂଆ ଦଳ ଗଠନ କରିଥିଲେ। ମାତ୍ର ୨୦୨୨ ବିଧାନସଭା ନିରାଚନରେ ଚାଚା ଶିବପାଲ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ଜସୱନ୍ତନଗର ଆସନରୁ ନିର୍ବାଚନ ଲଢି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିକଟରେ ଅନୁଷ୍ଠିତ ହୋଇଥିବା ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଚାଚାଙ୍କୁ ମିଳିନଥିଲା ଆମନ୍ତ୍ରଣ। ଏହି କାରଣରୁ ପୁତୁରା ସହ ବିଗିଡି ଯାଇଥିଲା ତାଙ୍କର ସମ୍ପର୍କ।        


ଏଭଳି ପରିସ୍ଥିତିରେ ଚାଚା ଶିବପାଲ ଯାଦ ନିଜ ପାଇଁ ନୂଆ ରାଜନୈତିକ ଭିତ୍ତିଭୂମି ଖୋଜିବା ପାଇଁ ବିଜେପି ହାତ ଧରି ପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। କାରଣ ନିକଟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଛନ୍ତି। କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଯାହା ସୂଚାଉଛ ଯେ ଚାଚା  ବିଜେପି ସହ ଯିବେ।


କେବଳ ଉତ୍ତର ପ୍ରଦେଶ ବିଧାନସଭା ଉପବାଚସ୍ପତି ନୁହେଁ ବିଜେପି କୋଟାରୁ ରାଜ୍ୟସଭା ମଧ୍ୟ ଯାଇପାରନ୍ତି ଶିବପାଲ ଯାଦବ। ଯାହା ଉପରେ ଚୂଡାନ୍ତ ମୋହର ମାରିବା ବାକି ରହିଛି। ମୁଖ୍ୟ ବିରୋଧି ଦଳ ନେତା ହୋଇ ଅଖିଲେଶ ଯାଦବ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ମନୋଭାବର ସଙ୍କେତ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶିବପାଲ ଯାଦବଙ୍କୁ ଉପବାଚସ୍ପତି ପଦରେ ବସାଇ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ କରୁଛି ବିଜେପି। 


Also Read: UP Assembly: ବିରୋଧି ଦଳ ନେତା ନିର୍ବାଚିତ ହେଲେ Samajwadi Party ମୁଖ୍ୟ Akhilesh Yadav


ରାଜନୈତଜ୍ଞ ବିଶେଷଜ୍ଞଙ୍କ କହିବା କଥା ସମାଜାବଦୀ ପାର୍ଟି ବିଧାୟକ ଶିବପାଲ ଯାଦବଙ୍କ ପାଇଁ ବିଜେପି ସେପରି ସମାନ ରଣନୀତି ଆପଣାଇ ପାରେ ଯେପରି ତତ୍କାଳୀନ ସମାଜବାଦୀ ପାର୍ଟି ବିଧାୟକ ନୀତିନ ଅଗ୍ରୱାଲଙ୍କୁ ବିଧାନସଭା ଉପବାଚସ୍ପତି ପଦ ପ୍ରଦାନ କରିଥିଲା। ପରେ ଦଳ ସହ ମତଭେଦ ହେତୁ ନୀତିନ ଅଗ୍ରୱାଲ ସମାଜବାଦୀ ଛାଡି ବିଜେପି ହାତ ଧରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବାଜିମାତ କରିବା ସହ ବିଜେପି ସରକାରରେ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।