UP Assembly: ବିରୋଧି ଦଳ ନେତା ନିର୍ବାଚିତ ହେଲେ Samajwadi Party ମୁଖ୍ୟ Akhilesh Yadav
Advertisement
Article Detail0/zeeodisha/odisha1135111

UP Assembly: ବିରୋଧି ଦଳ ନେତା ନିର୍ବାଚିତ ହେଲେ Samajwadi Party ମୁଖ୍ୟ Akhilesh Yadav

ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଲାଲଜୀ ବର୍ମା ପ୍ରସ୍ତାବ ଦେଇଥିଲେ ଏବଂ ରାଜେନ୍ଦ୍ର ଚୌଧରୀ ଏହାକୁ ସମର୍ଥନ କରିଥିଲେ। 

UP Assembly: ବିରୋଧି ଦଳ ନେତା ନିର୍ବାଚିତ ହେଲେ Samajwadi Party ମୁଖ୍ୟ Akhilesh Yadav

ଲକ୍ଷ୍ନୌ: ମାର୍ଚ୍ଚ ୨୨ ତାରିଖ ମଙ୍ଗଳବାର ଆଜମଗଡ଼ ସାଂସଦ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ମାର୍ଚ୍ଚ ୨୬ ତାରିଖ ଶନିବାର ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ମୈନପୁରୀ ଜିଲ୍ଲାର କରହଲ ଆସନର ବିଧାୟକ ନିର୍ବାଚିତ ହୋଇଥିଲେ। ଲୋକସଭା ଛାଡି ସେ ବିଧାନସଭାରେ ଦୃଢ ବିରୋଧି ଦଳର ଭୂମିକା ନିର୍ବାହ କରିବେ।

ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଲାଲଜୀ ବର୍ମା ପ୍ରସ୍ତାବ ଦେଇଥିଲେ ଏବଂ ରାଜେନ୍ଦ୍ର ଚୌଧରୀ ଏହାକୁ ସମର୍ଥନ କରିଥିଲେ। ଏହା ପରେ ବରିଷ୍ଠ ବିଧାୟକ ଆଲାମ ବଦୀ ଆଜମୀଙ୍କ ସମେତ ଦଳର ସମସ୍ତ ନବନିର୍ବାଚିତ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଅଖିଲେଶ ଯାଦବ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିବା ନେଇ ଜଣାଇଛନ୍ତି ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ମୁଖ୍ୟ ନରେଶ ଉତ୍ତନ ପଟେଲ। ବିଧାନସଭାରେ ଏକ ଦୃଢ ବିରୋଧୀ ଦଳ ପାଇଁ ଅଖିଳେଶ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ବିରୋଧି ଦଳ ନେତା ପଦରେ ରହି ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ।

Also  Read: ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଲେଶ ଯାଦବ

ଏହା ମଧ୍ୟରେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟର ଜସୱନ୍ତ ନଗର ଆସନରୁ ସମାଜବାଦୀ ପାର୍ଟି ଚିହ୍ନରେ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ହୋଇଥିବା ଅଖିଲେଶ ଯାଦବଙ୍କ ଚାଚା ଶିବପାଲ ଯାଦବଙ୍କୁ (Shivpal Yadav) ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ (Samajwadi Party Legislator Meeting) ଯୋଗ ଦେବା ଲାଗି ନିମନ୍ତ୍ରଣ ମିଳିନାହିଁ। 

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ମୁଁ ୨ ଦିନ ଧରି ବୈଠକ ପାଇଁ ଅପେକ୍ଷା କରିଥିଲି ହେଲେ ଏ ବାବଦରେ ମୋତେ ଅବଗତ କରାଯାଇ ନଥିଲା। ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ମୁଁ ମୋକ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲି। ଦଳୀୟ ବିଧାୟକ ହୋଇଥିବା ସତ୍ତ୍ୱେ ମୋତେ ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଖବର ପଠାଯାଇନାହିଁ। 
 
ମାର୍ଚ୍ଚ ୨୬ ତାରିଖ ଶନିବାର ରାଜଧାନୀ ଲକ୍ଷ୍ନୌସ୍ଥିତ ସମାଜବାଦୀ ପାର୍ଟି ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକ। ଯେଉଁଥିରେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ। ସମାଜବାଦୀ ପାର୍ଟି ଚିହ୍ନରେ ନିର୍ବାଚନ ଲଢିଥିବା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାହବଙ୍କୁ ଏହି ବୈଠକରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇନାହିଁ।  

Also Read: ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

ମାର୍ଚ୍ଚ ୨୮ ତାରିଖ ସୋମବାର ସମାଜାବଦୀ ପାର୍ଟି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ଅଂଶୀଦାର ଦଳର ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଅପନା ଦଳ କମେରାବାଦୀ, ସୁହଲଦେବ ଭାରତୀୟ ସମାଜ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳର ବିଧାୟକ ଯୋଗ ଦେବେ।