ଲକ୍ଷ୍ନୌ: ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଲେ ବିଭିନ୍ନ ଦଳର ତାରକା ପ୍ରଚାରକ ପ୍ରଚାର ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ହେଲେ ସଦ୍ୟ ରାଜ୍ୟର ମୁଜାଫରନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Election 2022) ଲାଗି ପ୍ରଚାର କରିବା ଜଣେ ବିଜେପି ବିଧାୟକଙ୍କ ଲାଗି ମହଙ୍ଗା ପଡି଼ଛି। ପରିସ୍ଥିତି ଏପରି ହୋଇଛି ଯେ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହେବା ପରେ ସମ୍ପୃକ୍ତ ବିଧାୟକ ପ୍ରଚାର ମୈଦାନ ଛାଡି଼ ପଳାୟନ କରିଛନ୍ତି।   


Also Read: UP Election 2022: BJP ବିଧାୟକଙ୍କୁ ମହଙ୍ଗା ପଡି଼ଲା ନିର୍ବାଚନ ପ୍ରଚାର


ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଥିବା ବିଜେପି ବିଧାୟକ ହେଉଛନ୍ତି ବିକ୍ରମ ସୈନୀ (BJP MLA Vikram Singh Saini)। ଯିଏକି ରାଜ୍ୟର ମୁଜାଫରନଗର ଜିଲ୍ଲାରେ (Muzaffarnagar District) ଅବସ୍ଥିତ ଖତୌଲି ଆସନର (Khatauli Assembly Constituency) ବିଧାୟକ ଅଛନ୍ତି। 


ଗତ ସପ୍ତାହରେ ନିର୍ବାଚନ ପ୍ରଚାର କରିବା ଲାଗି ମୁଜାଫରନଗର ଜିଲ୍ଲାର ମୁନାୱରପୁର ଗ୍ରାମରେ ପହଞ୍ଚିଥିଲେ ବିଜେପି ବିଧାୟକ ବିକ୍ରମ ସୈନୀ। ହେଲେ ବିଧାୟକଙ୍କୁ ଦେଖିବା ମାତ୍ରେ ଗ୍ରାମବାସୀ ତାଙ୍କ ବିରୋଧରେ ନାରାବାଜି କରିଥିଲେ।  ଜନ ଆକ୍ରୋଶକୁ ସାମ୍ନା କରି ନ ପାରି ପ୍ରଚାର ମୈଦାନ ଛାଡି଼ ପଳାୟନ କରିଥିଲେ ବିଧାୟକ। ଯେଉଁ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 



ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ବିକ୍ରମ ସୈନୀ କହିଛନ୍ତି ମଦ ନିଶାରେ  ଥି୍ବା କେତେକ ଲୋକ ମୋତେ ବିରୋଧ କରିଥିଲେ।