ଗାଁ ପାଇଁ କ'ଣ କରିଛ? ପ୍ରଶ୍ନ ଶୁଣିବା ପରେ ଯୁବକଙ୍କୁ ସଭାରେ ପିଟିଲେ କଂଗ୍ରେସ ବିଧାୟକ
Advertisement
Article Detail0/zeeodisha/odisha1014604

ଗାଁ ପାଇଁ କ'ଣ କରିଛ? ପ୍ରଶ୍ନ ଶୁଣିବା ପରେ ଯୁବକଙ୍କୁ ସଭାରେ ପିଟିଲେ କଂଗ୍ରେସ ବିଧାୟକ

କଂଗ୍ରେସ ବିଧାୟକଙ୍କ କାରନାମାର ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି। 

ଗାଁ ପାଇଁ କ'ଣ କରିଛ? ପ୍ରଶ୍ନ ଶୁଣିବା ପରେ ଯୁବକଙ୍କୁ ସଭାରେ ପିଟିଲେ କଂଗ୍ରେସ ବିଧାୟକ

ପଠାନକୋଟ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛି ପଞ୍ଜାବ କଂଗ୍ରେସ। କେତେବେଳେ ଦଳୀୟ ନେତାଙ୍କ ବୟାନବାଜି କିମ୍ବା ଆଉ କେତେବେଳେ କାରନାମାକୁ ନେଇ ଚର୍ଜାରେ ରହିଛି ଦଳ। ସଦ୍ୟ ରାଜ୍ୟର ଭୋଆ ଆସନର ବିଧୟକ କଂଗ୍ରେସ ବିଧାୟକ ଜୋଗିନ୍ଦାର ପାଲଙ୍କ ଆଚରଣକୁ ନେଇ ଚର୍ଚ୍ଚାରେ ରହିଛି ଦଳ। ଏପରିକି ସାଧାରଣ ଲୋକଙ୍କ ପ୍ରତି ବିଧାୟକଙ୍କ ବ୍ୟବହାରକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

କଂଗ୍ରେସ ନେତା ତଥା ଭୋଆ ବିଧାୟକ ଜୋଗିନ୍ଦର ପାଲଙ୍କୁ (Bhoa MLA Joginder Pal) ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି (Punjab Politics)। ଜନସାଧାରଣଙ୍କୁ ଦଳୀୟ ବିଧାୟକ କିପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର (Punjab Congress Govt) ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

Also Read: ପୁଣି ତାତିଉଠିଲେ Navjot Singh Sidhu; କହିଲେ ପଛ ସିଟରେ ମୁଁ ବସିବି ନାହିଁ

କିଛି ଦିନ ପୂର୍ବେ ଆୟୋଜିତ ହୋଇଥିବା ସଭାରେ ଜଣେ ବ୍ୟକ୍ତି ପଚାରିଥିବା ଏକ ପ୍ରଶ୍ନକୁ ନେଇ ତାତିଉଠିଥିଲେ କଂଗ୍ରେସ ବିଧାୟକ ଜୋଗିନ୍ଦର ପାଲ (Congress MLA Joginder Pal)। ସେ ଏହି ସଭାରେ ତାଙ୍କୁ ପ୍ରଶ୍ନ ପଚାରିଥିବା ସମ୍ପୃକ୍ତ ଯୁବକଙ୍କୁ ପିଟିଥିଲେ। ଏପରିକି ସଭାରେ ଉପସ୍ଥିତ ଥିବା ପୋଲିସ କବଳରୁ ମଧ୍ୟ ବର୍ତ୍ତି ପାରିନଥିଲେ ସେହି ଯୁବକ। ଯାହାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ନବରାତ୍ରୀ ସମୟର ବୋଲି କୁହାଯାଉଛି। 

 

ଏନେଇ ମିଳିଥିବା ଖବର ଅନୁସାରେ ଏକ ଗ୍ରାମରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗଦେବା ଲାଗି ସେଠାରେ ପହଞ୍ଚିଥିଲେ। ଏଠାରେ ଜଣେ ଯୁବକ ବିଧାୟକଙ୍କୁ ପଚାରିଥିଲେ ଯେ ଗ୍ରାମର ବିକାଶ ଲାଗି କେଉଁ କାମ କରିଛ?  
ଏଭଳି ପ୍ରଶ୍ନ ଶୁଣିବା ପରେ କ୍ରୋଧିତ ହୋଇଉଠିଥିବା ବିଧାୟକ ନିଜ ସୁରକ୍ଷା କର୍ମୀଙ୍କ ଏହି ସଭାରେ ସମ୍ପୃକ୍ତ ଯୁବକଙ୍କୁ ପଟିଥିଲେ। ହେଲେ ସେଠାରେ ଉପସ୍ଥିତ ଲୋକେ ନୀରବ ଦର୍ଶକ ସାଜି ଏହି ଘଟଣାକୁ ଦେଖୁଥିଲେ।