Asaduddin  Owaisi  on Gyanvapi  Case: ଉତ୍ତର  ପ୍ରଦେଶ ବନାରସସ୍ଥିତ  ଜ୍ଞାନବ୍ୟାପୀ ମସଜିଦ ଠାରେ  ଚାଲିଥିବା ସର୍ଭେ  କାର୍ଯ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ  ମାମଲାରେ ମଙ୍ଗଳବାର ଶୁଣାଣି  କରିଛନ୍ତି ସୁପ୍ରିମକୋର୍ଟ।  ଏଠାରୁ  ମିଳିଥିବା  ଶିବଲିଙ୍ଗ ସୁରକ୍ଷିତ ରଖାଯାଉ ଏବଂ ସେଠାରେ ନମାଜ  ପଢିବା ଯେପରି  ବାଧାପ୍ରାପ୍ତ  ନ  ହୁଏ ସେ  ନେଇ  ନିର୍ଦ୍ଦେଶ ଦେଇଛନ୍ତି  ସୁ୍ପ୍ରିମ କୋର୍ଟ।     


COMMERCIAL BREAK
SCROLL TO CONTINUE READING

ଏହି  ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି  ଏଆଇଏମଆଇଏମ ମୁଖ୍ୟ  ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି  ଜ୍ଞାନବ୍ୟାପୀ ମସଜିଦ ଠାରେ  ଚାଲିଥିବା ସର୍ଭେ ହେଉଛି ୧୯୯୯ ଆଇନର  ଉଲଂଘନ।  ଏହି ମାମଲାରେ ନିମ୍ନ ମୁସଲିମ ପକ୍ଷର କଥା ନ  ଶୁଣି  ମସଜିଦ  ପରିସରରୁ ଯେଉଁଠୁ ଶିବଲିଙ୍ଗ ମିଳିଛି ତାହାକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଦେଶର ସର୍ବୋଚ୍ଚ  ନ୍ୟାୟାଳୟର  ନିଷ୍ପତ୍ତିରେ ଆମେ ନିରାଶ ହୋଇଛି। ଟ୍ରାୟଲ କୋର୍ଟ  ନିଷ୍ପତ୍ତି ଉପରେ  ସୁପ୍ରିମ କୋର୍ଟ ରୋକ ଲଗାଇବା ଆବଶ୍ୟକ। କାରଣ ଜ୍ଞାନବ୍ୟାପୀ ମସଜିଦ ଠାରେ ହେଉଥିବା ସର୍ଭେ ହେଉଛି ସମ୍ପୂର୍ଣ୍ଣ ଭୁଲ। ଯେ ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଯାଇ ନାହିଁ ସେ ପର୍ଯ୍ୟନ୍ତ ଆମକୁ ନ୍ୟାୟ  ମିଳିବ  ନାହିଁ। 


Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ


ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଅନେରକ ଭୁଲ ହୋଇଛି। ସର୍ଭେ କମିଶନର ଙ୍କ ବାବଦରେ ମୁସଲିମ ପକ୍ଷରୁ କୌଣସି  ରାୟ ନିଆଯାଇ ନାହିଁ।  ହିନ୍ଦୁପକ୍ଷ  ଏକ ସର୍ଭେ ଦାବି କରିଥିଲା ଏବଂ ସେମାନଙ୍କ  ଦାବି  ମୁତାବକ  କମିଶନର ନିଯୁକ୍ତ ହୋଇଥିଲେ। ସର୍ଭେ କମିଶନର୍ ରିପୋର୍ଟ ଦେବା ପୂର୍ବରୁ ଏହାର ଅଂଶ କେବଳ ଅନ୍ୟ ପକ୍ଷର ଦାବି ଉପରେ ମସଜିଦ ପରିସରରେ ଏକ ଅଂଶକୁ   ସିଲ୍ କରାଯାଇଛି।  ଏହି  ମାମଲାରେ ମୁସଲିମ ପକ୍ଷର କଥା ଶୁଣାଯାଇ  ନାହିଁ। ଗୋଟିଏ ପକ୍ଷର କଥା ନ ଶୁଣି କୌଣସି  ଆଦେଶ ଦେବା ସମ୍ପୂର୍ଣ୍ଣ ଅନ୍ୟାୟ। 


ଯେପରି ଭାବେ ବାବ୍ରି ମସଜିଦ ଆମ ହାତରୁ ଛଡାଇ ନିଆଗଲା ଏଥର ମଧ୍ୟ ସେପରି ପ୍ରୟାସ ହେଉଛି। ଏପରି ପ୍ରୟାସ ହାଜି ଅଲ୍ଲୀ  ଦରଘା,  ମଥୁରା ମାମଲାରେ ମଧ୍ୟ କରାଯାଉଛି।  ଯଦି ଏପରି ଚାଲେ ତାହେଲେ ଦେଶରେ   ୧୯୮୦-୯୦ ମସିହାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଫେରି ଆସିପାରେ। ଯଦି ଏପରି  ସ୍ଥିତି  ଉପୁଜେ ତାହେଲେ  ଏଥିପାଇଁ  ସେହି ଲୋକ ଦାୟୀ ରହିବେ ଯେଉଁମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି। 


Also Read: ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ବିଷ ଓଗାଳିଲେ ଓୱେସୀ; କହିଲେ ବାବ୍ରି ମସଜିଦ ଥିଲା, ଅଛି, ରହିବ...


ଗତ ସପ୍ତାହରେ ଗୁଜୁରାଟ ଅହମ୍ମଦାବାଦ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅସାଦୁଦ୍ଦିନ ଓୱେସି କହିଥିଲେ ବେଶ ଚତୁରତାର ସହ ଆମ ହାତରୁ  ବାବ୍ରି ମସଜିଦ ଛଡ଼ାଇ ନିଆଯାଇଛି। ହେଲେ ବର୍ତ୍ତମାନ ଆପଣ ଜ୍ଞାନବ୍ୟାପୀ ମସଜିଦ  ଛଡ଼ାଇ ପାରିବେ ନାହିଁ। ପ୍ରଥମେ ବାବ୍ରି ଘଟିଗଲା ବର୍ତ୍ତମାନ ଜ୍ଞାନବ୍ୟାପୀ  ଘଟୁଛି। ଜ୍ଞାନବ୍ୟାପୀ ମସଜିଦ୍ ଥିଲା  ଏବଂ  ରହିବ।