ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha837375

ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ

ଐତିହାସିକ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ୨୦୧୯ ନଭେମ୍ବରରେ ଶୁଣାଣି କରି ସୁପ୍ରିମ କୋର୍ଟ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବା ଲାଗି ରାୟ ଶୁଣାଇଥିଲେ।

ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଥିବା ମସଜିଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଏହି ମସଜିଦରେ ନମାଜ ପଢିବା ହେଉଛି ହାରାମ। ସେ ରଖିଥିବା ଏପରି ବୟାନ ଉପରେ ଜବାବ ରଖିଛି ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡସେନ ସଚିବ ଅତହର ହୁସେନ।

ଏନେଇ ସେ କହିଛନ୍ତି ହାଇଦ୍ରାବାଦ ସାଂସଦ ଓୱେସୀ ଦେଇଥିବା ବୟାନ ପଛରେ ରାଜନୈତିକ ଏଜେଣ୍ଡା ରହିଛି। ଆହ୍ଲାଙ୍କ ଲାଗି  ଯଦି କୌଣସି ସ୍ଥାନରେ ନମାଜ ପଢାଯାଏ ତାହେଲେ ସେହି ସ୍ଥାନ ହାରାମ ହୋଇପାରିବ ନାହିଁ। ସେ ଯେଉଁ ଅଞ୍ଚଳରୁ ଆସୁଛନ୍ତି ସେଠାରେ ୧୮୫୭ ମସିହାରେ ହୋଇଥବା ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ବାବଦରେ ଅବଗତ ନାହାଁନ୍ତି। ତାଙ୍କ ପୂର୍ବ ପୁରୁଷ ସେତେବେଳେ ଦେଶକୁ ଶାସନ କରୁଥିବା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ହୋଇଥିବା ବିଦ୍ରୋହରେ ଭାଗ ନେଇନଥିଲେ।

Also Read: ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ବିଷ ଓଗାଳିଲେ ଓୱେସୀ; କହିଲେ ବାବ୍ରି ମସଜିଦ ଥିଲା, ଅଛି, ରହିବ

 କର୍ଣ୍ଣାଟକର ବିଦର ଠାରେ ଆୟୋଜିତ 'ସେଭ କନଷ୍ଟିଚ୍ୟୁସନ ସେଭ ଇଣ୍ଡିଆ' (Save Constitution Save India) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଅଯୋଧ୍ୟାର ଧନ୍ନୀପୁର ଠାରେ ନିର୍ମିତ ହେଉଥିବା ମସଜିଦ ଇସଲାମ ସିଦ୍ଧାନ୍ତକୁ ବିରୋଧ କରୁଛି। ଏହାକୁ ମସଜିଦ କୁହାଯାଇ ପାରିବ ନାହିଁ। ଏହାର ନିର୍ମାଣ ଲାଗି ସହାୟତା ପ୍ରଦାନ କରିବା କିମ୍ବା ନମାଜ ପଢିବା ହାରାମ।       

Also Read: ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା 

ଐତିହାସିକ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ୨୦୧୯ ନଭେମ୍ବରରେ ଶୁଣାଣି କରି ସୁପ୍ରିମ କୋର୍ଟ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବା ଲାଗି ରାୟ ଶୁଣାଇଥିଲେ। ଏହା ସହିତ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ ମସଜିଦ ନିର୍ମାଣ ଲାଗି ସୁନ୍ନୀ ୱାକଫ ବୋର୍ଡକୁ ଅଯୋଧ୍ୟାରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆଦେଶ ପାଇବା ପରେ ୟୁପି ସରକାର ରାଜ୍ୟର ଅଯୋଧ୍ୟା ଜିଲ୍ଲାର ଧନ୍ନୀପୁର ଗ୍ରାମରେ ଜମି ପ୍ରଦାନ କରିଥିଲେ। ଯେଉଁଠି ମସଜିଦ ନିର୍ମାଣ ଚାଲିଛି।