ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ବିଷ ଓଗାଳିଲେ ଓୱେସୀ; କହିଲେ ବାବ୍ରି ମସଜିଦ ଥିଲା, ଅଛି, ରହିବ...
Advertisement

ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ବିଷ ଓଗାଳିଲେ ଓୱେସୀ; କହିଲେ ବାବ୍ରି ମସଜିଦ ଥିଲା, ଅଛି, ରହିବ...

ଅଯୋଧ୍ୟା ଭୂମି ପୂଜନ କାର୍ଯ୍ୟକ୍ରମକୁ ନେଇ ବିଷ ଓଗାଳିଛନ୍ତି ହାଇଦ୍ରାବାଦ ସାସଂଦ। 

ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ବିଷ ଓଗାଳିଲେ ଓୱେସୀ; କହିଲେ ବାବ୍ରି ମସଜିଦ ଥିଲା, ଅଛି, ରହିବ...

ହାଇଦ୍ରାବାଦ: ଦୀର୍ଘ ୫୦୦ ବର୍ଷର ଐତିହାସିକ ଏବଂ ଆଇନଗତ ଲଢେଇ ପରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ଏହାର ପ୍ରତିଷ୍ଠା ଲାଗି ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଭୂମି ପୂଜନ କାର୍ଯ୍ୟକ୍ରମ। ଏହା ସହିତ ଅଯୋଧ୍ୟରେ ମନ୍ଦିର ନିର୍ମାଣ ଲାଗି ରାସ୍ତା ପରିଷ୍କାର ହେବା ସହ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି।

ନିଜର ବୟାନବାଜି କାରଣରୁ ଚର୍ଚ୍ଚାରେ ରହୁଥିବା ହାଇଦ୍ରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଏତ୍ତେହାଦୁଲ ମୁସଲିମିନ-ଏଆଇମଆଇଏମ(All India Majlis-e-Ittehadul Muslimeen)ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଅଯୋଧ୍ୟା ଭୂମି ପୂଜନ କାର୍ଯ୍ୟକ୍ରମ ଉପରେ ବିବାଦୀୟ ବୟାନ ଦେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ଲାଗି କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବହୁସଂଖ୍ୟକ ତୁଷ୍ଟିକରଣ ବୋଲି କହିଛନ୍ତି ହାଇଦ୍ରାବାଦ ସାଂସଦ। ଏହା ସହିତ ସେ ଟ୍ୱିଟ କରି କହିଛନ୍ତି ବାବ୍ରି ମସଜିଦ ଥିଲା, ଅଛି, ରହିବ। 

ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ବିଭିନ୍ନ ସମୟରେ ବିରୋଧ କରି ସାରିଛନ୍ତି ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଗୋଟିଏ ସ୍ଥାନରେ ଥରେ ମସଜିଦ ନିର୍ମାଣ ହୋଇଥାଏ, ଏହା ସବୁ ଦିନ ପାଇଁ ରହିଥାଏ। ଏହାକୁ କେବେହେଲେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏହି ପ୍ରସଙ୍ଗରେ ଅଭିଯୋଗ ଆଣି ଓୱେସୀ କହିଛନ୍ତି ବହୁସଂଖ୍ୟକଙ୍କୁ ଖୁସି କରିବା ଲାଗି କୋର୍ଟ ରାମ ମନ୍ଦିର ନିର୍ମାଣ କରିବା ସପକ୍ଷରେ ରାୟ ଶୁଣାଇଛନ୍ତି। 

ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଅଗଷ୍ଟ ୫ ତାରିଖକୁ ଦିନ ଧାର୍ଯ୍ୟ କରିବା ପରେ ଗଣମାଧ୍ୟମରେ ସକ୍ରିୟ ହୋଇ ଉଠିଥିଲେ ଏଆଇଏମଆଇଏମ ।  ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ନଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି ଆସୁଥିଲେ। ହାଇଦ୍ରାବାଦ ସାଂସଦଙ୍କ କହିବା ଅନୁସାରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ସାମ୍ବିଧାନିକ ପଦପଦବୀରେ ବସିଥିବା ବ୍ୟକ୍ତି କୌଣସି ଧାର୍ମିକ କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିପାରିବେ ନାହିଁ। କାରଣ ଏପରି କରିବା ଦ୍ୱାରା ଦେଶର ସମ୍ବିଧାନ ବିପଦକୁ ଚାଲିଯିବ।