BSP Supremo Mayawati targets BJP: ପୈଗମ୍ବର ବିବାଦ ମାମାଲାରେ ପୂର୍ବତନ ବିଜେପି ନେତା ନବୀନ ଜିନ୍ଦଲ ଏବଂ ନୁପୂର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।  ଗତ ଶୁକ୍ରବାର ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ରହିଥିବା ଉପଦ୍ରବୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା ବୁଲଡୋଜର ଏବଂ ଅନ୍ୟ ଦ୍ୱେଷପୂର୍ଣ୍ଣ ଆକ୍ରାମକ କାର୍ଯ୍ୟାନୁଷ୍ଠାନକୁ ଭୁଲ ବୋଲି ଦର୍ଶାଇ ବିଜେପି ବିରୋଧରେ ବର୍ଷିଛନ୍ତି ସେ।   


COMMERCIAL BREAK
SCROLL TO CONTINUE READING

ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍‌ କରି କହିଛନ୍ତି ଉତ୍ତର ପ୍ରଦେଶ  ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ଯେଉଁ ବୁଲଡୋଜର ତଥା ଅନ୍ୟାନ୍ୟ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୟର ଯେଉଁ ବାତାବରଣ ସୃଷ୍ଟି କରିଛନ୍ତି ତାହା ଅନ୍ୟାୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ବିରୋଧକୁ ଦମନ କରିବାକୁ ଯାଇ ଏଭଳି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘର ଭାଙ୍ଗିବା ସହ ସମଗ୍ର ପରିବାରକୁ ଟାର୍ଗେଟ କରିବା ଘଟଣାକୁ କୋର୍ଟ ନିଶ୍ଚିତ ଭାବେ ଗ୍ରହଣ କରିବେ। ଏହି ସମସ୍ୟାର ମୂଳ କାରଣ ହେଉଛନ୍ତି ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲ। ଯେଉଁଥିପାଇଁ ଦେଶର ମାନ ସମ୍ମାନ ପ୍ରଭାବିତ ହେବା ସହ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆଇନର ଶାସନକୁ କାହିଁକି ପରିହାସ କରୁଛନ୍ତି? ଉଭୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଜେଲ ନ ପଠାଇବା ଅତ୍ୟଧିକ ପକ୍ଷପାତ ଏବଂ ଦୁର୍ଭାଗ୍ୟଜନକ। ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ଆବଶ୍ୟକ।


ମାୟାବତୀ କହିଛନ୍ତି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନରେ କେବଳ ନିରୀହ ପରିବାର ବର୍ବାଦ ହୋଇନାହାଁନ୍ତି ବରଂ ନିରୀହ ଲୋକଙ୍କ ଘର ମଧ୍ୟ ଭଙ୍ଗାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ମିଳିଥିବା ଘର ମଧ୍ୟ ଭାଙ୍ଗାଯାଇଥିବାର ଖବର ଆସିଛି। ରାଜ୍ୟର କାନପୁର ଏବଂ ପ୍ରୟାଗରାଜ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ରହିଥିବା ଉପଦ୍ରବୀଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର। 


Also Read: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ


ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଗତ ୩ ତାରିଖରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ କାନପୁର ଠାରେ ହୋଇଥିଲା ହିଂସାକାଣ୍ଡ। ଏହା ପରେ, ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଜାମା ମସଜିଦ ଠାରେ ଗତ ଶୁକ୍ରବାର ଜୁମା ନମଜା ପରେ ପ୍ରୟାଗରାଜ, ଦେଓୱନ୍ଦ, ଝାଡଖଣ୍ଡ ରାଜଧାନୀ ରାଞ୍ଚି ସମେତ ଦେଶର ଅନ୍ୟ ସହରରେ ହିଂସାକାଣ୍ଡ ହେବା ସହ ପଥର ମାଡ଼ କରାଯାଇଥିଲା। ଦେଶର ଅନେକ ସହରରେ ହୋଇଥିବା ଏହି ହିଂସା ଘଟଣାର ତଦନ୍ତ ଚାଲିଛି। ଏହି ଘଟଣାରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପୁପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସମ୍ପୃକ୍ତ ରହିଥିବା ଚର୍ଚ୍ଚା ହେଉଛି।