ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ
Advertisement
Article Detail0/zeeodisha/odisha1182141

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ

ବିରୋଧି ଦଳର ନେତାଙ୍କ ବିରୋଧରେ ଆତଙ୍କିତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ

Mayawati on Azam Khan: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। ସମାଜବାଦୀ ପାର୍ଟି ନେତାଙ୍କୁ କାରାଗାରରେ ରଖିବା ନ୍ୟାୟର କଣ୍ଠରୋଧ କରିବା ସହ ସମାନ ବୋଲି କହିଛନ୍ତି ବିଏସପି ସୁପ୍ରିମୋ। 

ବିଜେପି ବିରୋଧରେ ବର୍ଷି ଗୁରୁବାର ଟ୍ୱିଟ କରି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଉତ୍ତର ପ୍ରଦେଶ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ ଭଳି ଗରିବ, ଦଳିତ, ଆଦିବାସୀ, ମୁସଲମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଅତ୍ୟାଚାର କରାଯାଇଛି। ସେମାନଙ୍କୁ ହଇରାଣ କରାଯାଉଥିବାବେଳେ ଅନ୍ୟମାନଙ୍କ କାର୍ଯ୍ୟରେ ଦୟା କରାଯାଉଛି। 

ବିଜେପି ସରକାର ବିରୋଧରେ ଅଭିଯୋଗ ଆଣି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଦ୍ୱେଷପୂର୍ଣ୍ଣ ଭାବେ ବିରୋଧି ଦଳର ନେତାଙ୍କ ବିରୋଧରେ ଆତଙ୍କିତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବରିଷ୍ଠ ବିଧାୟକ ମହମ୍ମଦ ଆଜାମ ଖାନଙ୍କୁ ପ୍ରାୟ ଅଢେଇ ବର୍ଷ ଧରି  କାରାଗାରରେ ରଖିବା ପ୍ରସଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କ ଦୃଷ୍ଟିରେ ଏହା ନ୍ୟାୟର କଣ୍ଠରୋଧ କରିବା ନୁହେଁ ତ ଆଉ କ'ଣ ବୋଲି ପ୍ରଶ୍ନ କରିଛନ୍ତି। 

Also Read: 'ରାଷ୍ଟ୍ରପତି ହେବାକୁ ଚାହୁଁନାହିଁ; ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି'

ଦେଶର ବିଭିନ୍ନ ରାଜ୍ୟରେ ବିଦ୍ୱେଷପୂର୍ଣ୍ଣ ଭାବେ ଅତିକ୍ରମଣ ଉଚ୍ଛେଦ ନାମରେ ଶ୍ରମିକ ବର୍ଗର ଲୋକଙ୍କୁ ଭୟଭୀତ କରାଯିବା ସହ ସେମାନଙ୍କ ଜୀବନଜୀବିକା ନଷ୍ଟ କରାଯାଉଛି। ଯାହା ଅତ୍ୟନ୍ତ ଚିନ୍ତାଜନକ। ବିଭିନ୍ନ ମାମଲାରେ ବିଗତ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ରାମପୁର ବିଧାୟକ ଆଜମ ଖାନଙ୍କୁ ସୀତାପୁର ଜିଲ୍ଲା କାରାଗାରରେ ରଖାଯାଇଛି।