ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ତାଙ୍କ ନିର୍ବାଚନ କ୍ଷେତ୍ର ଗୋରଖପୁର ଗସ୍ତ କରିଛନ୍ତି। ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିଛନ୍ତି। ସିଏମ୍ ଯୋଗୀ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ପ୍ରତ୍ୟେକ ବ୍ଲକକୁ ବିକାଶମୂଳକ ଯୋଜନାର ସୁବିଧା ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ସେ ଜନତାଙ୍କୁ କେତେ ଗୁଡିଏ ପ୍ରଶ୍ନ ପଚାରିଥିଲେ, ଯାହାକୁ ଶୁଣିଲେ ଅପରାଧିଙ୍କ ଛାତି ଥରି ଉଠିବ।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଏକ ସ୍ୱତନ୍ତ୍ର ଢଙ୍ଗରେ ଜନସାଧାରଣଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଆଉ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ତାହାର ଉତ୍ତର ଦେଇଥିଲେ। ସେ ଲୋକଙ୍କୁ ପଚାରିଥିଲେ ଯେ, ଅପରାଧୀଙ୍କ ଛାତିରେ ବୁଲଡୋଜର ଚଳାଯିବା ଉଚିତ କି ନୁହେଁ? ସେମାନଙ୍କର ବେଆଇନ ରୋଜଗାରକୁ ନଷ୍ଟ କରାଯାଉଛି, ଆପଣ ଏହାକୁ ପସନ୍ଦ କରନ୍ତି କି? ମୁଖ୍ୟମନ୍ତ୍ରୀ ଯୋଗୀ ପଚାରିଥିବା ଏହି ପ୍ରଶ୍ନର ଲୋକମାନେ 'ହଁ'ରେ ଉତ୍ତର ଦେଇଛନ୍ତି। 


Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି


ଏହା ପରେ ମୁଖ୍ୟମନ୍ତ୍ରୀ ପୁଣି ପ୍ରଶ୍ନ କରିଛନ୍ତି ଯେ, ଆପଣ ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧ କରୁଛନ୍ତି କି? ଜନସାଧାରଣଙ୍କ ସମର୍ଥନ ଅଛି କି? ଲୋକମାନେ ଏହାର ଉତ୍ତର କେବଳ 'ହଁ' ରେ ହିଁ ଦେଇଥିଲେ | ସିଏମ୍ କହିଛନ୍ତି ଯେ, ସରକାର ଅପରାଧୀ ଏବଂ ଦୁଷ୍କର୍ମକାରୀଙ୍କ ସମ୍ପତ୍ତି ଜବତ କରି ଗରିବଙ୍କ ମଧ୍ୟରେ ବାଣ୍ଟୁଛନ୍ତି। ଆମ ସରକାରରେ ମଧ୍ୟ ବିକାଶ ହେବ ଏବଂ ବିନାଶକାରୀ ଉପାଦାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କ ବିରୋଧରେ ସରକାରଙ୍କ ଅପରେସନ୍ କ୍ଲିନ୍ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଠାଇଥିଲେ।


ଗୋରଖପୁର (Gorakhpur) ଗସ୍ତ ସମୟରେ ସିଏମ ଯୋଗୀ ୨୦୩୬୬.୨୦ ଲକ୍ଷ ଟଙ୍କା ବ୍ୟୟରେ ୭୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିମଧ୍ୟରେ ୭୭୮.୦୧ ଲକ୍ଷ ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଉଦଘାଟନ ଏବଂ ୧୯୫୮୮.୧୯ ଲକ୍ଷ ଟଙ୍କା ମୂଲ୍ୟର ୭୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।