ହିନ୍ଦୁତ୍ୱ, ଭିଡ଼ହତ୍ୟା ଭଳି ପ୍ରସଙ୍ଗରେ ଆରଏସଏସ ମୁଖ୍ୟ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି।
Trending Photos
ନୂଆଦିଲ୍ଲୀ: ହିନ୍ଦୁତ୍ୱ, ଭିଡ଼ହତ୍ୟା ଭଳି ପ୍ରସଙ୍ଗରେ ଆରଏସଏସ ମୁଖ୍ୟ ଡ.ମୋହନ ଭାଗବତ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏ ପ୍ରସଙ୍ଗରେ ତାଙ୍କୁ ଚାର୍ଗେଟ କରିବା ସହ ତାଙ୍କର ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏବଂ ବିଏସପି ସୁପ୍ରିମୋ ମାୟାବତୀ।
ରବିବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (Rashtriya Swayamsevak Sangh) ସହ ଅନୁବନ୍ଧିତ ମୁସଲିମ ରାଷ୍ଟ୍ରୀୟ ମଞ୍ଚ (Muslim Rashtriya Manch) ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଏସଏସ ମୁଖ୍ୟ (RSS Chief) ଡ.ମୋହନ ଭାଗବତ (Dr.Mohan Bhagwat)। ଏହି ଅବସରରେ ସେ ଡ.ଖ୍ୱାଜା ଉଫତିଖାର ଅହମ୍ମଦଙ୍କ ରଚିତ 'THE MEETINGS OF MINDS' ନାମକ ଏକ ପୁସ୍ତକ ଉନ୍ମୋଚନ କରିଥିଲେ।
Also Read: ଏନଡିଏ ବିରୁଦ୍ଧରେ ବିଷ ଓଗାଳିଲେ ଦିଗବିଜୟ, ବିଜେପି ହାତ ଛାଡିବାକୁ ନୀତିଶଙ୍କୁ ଦେଲେ ପରାମର୍ଶ
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆରଏସଏସ ମୁଖ୍ୟ କହିଥିଲେ ହିନ୍ଦୁ ମୁସଲିମ ପରସ୍ପର ଠାରୁ ଅଲଗା ନୁହଁନ୍ତି। କାରଣ ଆରଧନା କରିବା ଶୈଳୀ ଆଧାରରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଇ ପାରିବ ନାହିଁ। ସମସ୍ତ ଭାରତୀୟଙ୍କ ଡିଏନଏ ( DNA of Indian) ହେଉଛି ଗୋଟିଏ। ଆମେ ଏକ ଗଣତାନ୍ତ୍ରିକ ଦେଶରେ ବସବାସ କରୁଛେ। ଏଠାରକେ ଧର୍ମ ଆଧାରରେ ପ୍ରଭୃତ୍ୱ ବିସ୍ତାର କରାଯାଇ ପାରିବ ନାହିଁ। କେବଳ ଭାରତୀୟଙ୍କ ପ୍ରଭୃତ୍ୱ ଏଠାରେ ରହିବ। ସଂଖ୍ୟାଳଘୁ ସମ୍ପ୍ରଦାୟର ଲୋକଙ୍କ ମନରେ ଏକ ଡର ଭର୍ତ୍ତି କରାଯାଇ ସେମାନଙ୍କୁ କୁହାଯାଉଛି ଯଦି ସେମାନେ ହିନ୍ଦୁରାଷ୍ଟ୍ରରେ ରହିପାରିବେ ନାହିଁ।
ଭିଡ ଦ୍ୱାରା କରାଯାଉଥିବା ହତ୍ୟା ଘଟଣା ଉପରେ ପ୍ରତିକ୍ରିୟା ରଖି ଡ.ମୋହନ ଭାଗବତ କହିଥିଲେ ଏପରି କାର୍ଯ୍ୟରେ ସାମିଲ ହେଉଥିବା ଲୋକ ହିନ୍ଦୁତ୍ୱ ବିରୋଧି। ଦେଶରେ ଏକତା ବିନା ବିକାଶ ହୋଇପାରିବ ନାହିଁ। ଏକତା ରକ୍ଷା କରିବାର ଆଧାର ହେଉଛି ରାଷ୍ଟ୍ରବାଦ। ଯଦି ଆମେ ଭାରତ ମାତାର ସନ୍ତାନ ସହ ଚାଲିପାରୁଛେ ତାହେଲେ ମୁସଲମାନଙ୍କ ସହ କାହିଁକି ଚାଲିପାରିବା ନାହିଁ।
Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ
ଆରଏସଏସ ମୁଖ୍ୟଙ୍କ ବୟାନ ଉପରେ ଜବାବ ରଖିଛନ୍ତି ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (Asaduddin Owaisi)। ଏନେଇ ସେ କହିଛନ୍ତି ଯଦି ସେ ମାନୁଛନ୍ତି ଦେଶର ଭିଡ ହତ୍ୟା ହେଉଛି ତାହେଲେ ଏହି କାମ କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସେ।
ଆରଏସଏସ କାରଣରୁ ଦେଶର ବହୁସଂଖ୍ୟକ ସମାଜ ମଧ୍ୟରେ କଟ୍ଟରତା ବଢିବାରେ ଲାଗିଛି। ଏହି କାରଣରୁ ଯେଉଁ ଭିଡ ହତ୍ୟାର ଶିକାର ହୋଇଛନ୍ତି ତାହାର ବିରୋଧ କଣ ଆରଏସଏସ କରିବ। ଯଦି ଆରଏସଏସ ମାନିଛଥିୁ ଦେଶର ଭିଡ ହତ୍ୟା ହେଉଛି ତାହେଲେ ଏହି କାମ କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସେ। ହିନ୍ଦୁତ୍ୱ ନୁହେଁ ଭାରତୀୟ ସମ୍ବିଧାନ ଏକତାର କଥା କହିଥାଏ। ସେମାନେ ମୁସଲମାନଙ୍କୁ ଗାଳିଗୁଲଜ କରିଥାନ୍ତି ହେଲେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ। ଲୋକଙ୍କୁ ଭ୍ରମରେ ରଖିବା ସେମାନେ ଏପରି ବୟାନବାଜି କରିଥାନ୍ତି ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ।
Also Read: ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବେତୁକା ବୟାନ, ଏହା କହିଲେ
ଅଧିକାଂଶ ସମୟରେ ଭିଡ ହିଂସା ଭଳି ଘଟଣାର ଶିକାର ହୋଇଥାନ୍ତି ମୁସଲମାନ। ଏଭଳି ଘଟଣା ଘଟିବା ପଛରେ ହିନ୍ଦୁତ୍ୱ ଦାୟୀ। ଏହା ପଛରେ ସରକାରୀ କଳର ସମର୍ଥନ ରହିଛି। ହିଂସା କିମ୍ବା ହତ୍ୟା କାଣ୍ଡ ଭଳି ଘଟଣା ଭିଆଇବା ଗୋଡେସଙ୍କ ହିନ୍ଦୁତ୍ୱବାଦୀ ଚିନ୍ତାଧାରାର ଅଭିନ୍ନ ଅଙ୍ଗ। ମୁସଲିମଙ୍କ ବିରୁଦ୍ଧରେ ହେଉଥିବା ଭିଡ ହତ୍ୟା ଏପରି ଚିନ୍ତାଧାରାର ଫଳ।
ଆରଏସଏସ ମୁଖ୍ୟ ରଖିଥିବା ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ମୁଖ୍ୟ ମାୟାବତୀ (BSP Supremo Mayawati)। ଏନେଇ ସେ କହିଛନ୍ତି ବିଜେପି ଓ ସଂଘର କଥା ଆଉ କାମ ମଧ୍ୟରେ ଅନ୍ତର ରହିଛି।
ସମସ୍ତ ଭାରତୀୟଙ୍କ ଡିଏନଏ ଏକ ଏବଂ ଭିଡ ହିଂସା ହିନ୍ଦୁତ୍ୱ ବିରୋଧି ବୋଲି ସଂଘ ମୁଖ୍ୟ ଯେଉଁ ବୟାନ ରଖିଛନ୍ତି ତାହାକୁ ସହଜେ କେହି ଗ୍ରହଣ କରୁନାହାଁନ୍ତି। କାରଣ ବିଜେପି ଆଉ ସଂଘର କଥା କାମ ମଧ୍ୟରେ ଫରକ ରହିଥାଏ। ଯାହାକୁ ସମସ୍ତେ ଦେଖିଛନ୍ତି।
Also Read: ମୋହନ ଭାଗବତଙ୍କ ହିନ୍ଦୁରାଷ୍ଟ୍ର ବୟାନକୁ ନେଇ ଏମିତି କହିଲେ ମାୟାବତୀ
ଦେଶର ରାଜନୀତିକୁ ଆରଏସଏସ ବିଭାଜିତ କରିବାରେ ଲାଗିଛି। ଯେଉଁ ବିଜେପି ସରକାରକୁ ଆଖି ବୁଜା ସମର୍ଥନ ଦିଆଯାଉଥିଲା ତାହାର ଫଳାଫଳ ହେଉଛି ଜାତିବାଦ ଆଉ ସାମ୍ପ୍ରଦାୟିକ ହିଂସା। ଏଭଳି ବିଷ ଏବେ ସମାଜରେ ବ୍ୟାପିବାରେ ଲାଗିଛି। ସଂଘ ବିନା ବିଜେପି କିମ୍ବା ଏହାର ଦଳୀୟ ସରକାର କୌଣସି ଅସ୍ଥିତ୍ୱ ନାହିଁ। ସଂଘ ମୁଖ୍ୟ ଯାହା କହୁଛନ୍ତି ସେ ବାବଦରେ ବିଜେପି ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହମ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଏସପି ମୁଖ୍ୟ।