ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ। ରାଜ୍ୟ ବିଧାନସଭାରେ ଆୟୋଜିତ ହୋଇଥିବା ଏକ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପାଇଁ ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅଧିବେଶନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଶାସକ-ବିରୋଧି ପକ୍ଷ ମଧ୍ୟରେ ଆଲୋଚନା ହେବା ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ହେଲେ ଆଲୋଚନା କରିବାରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦ ପାର୍ଟି (Samajwadi Party) ବାଧକ ସାଜୁଥିବା କହଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ (UP CM Yogi)। ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳ ପକ୍ଷରୁ କରାଯାଉଥିବା ଆରୋପ-ପ୍ରତ୍ୟାରୋପ ଗଣତାନ୍ତ୍ରିକ ପରମ୍ପରାର ଏକ ଅଂଶବିଶେଷ ବୋଲି କହିଛନ୍ତି ସେ। 


Also Read: SP ମୁଖିଆଙ୍କୁ UP ଉପମୁଖ୍ୟମନ୍ତ୍ରୀଙ୍କ ଜବାବ, 'ରାଜ୍ୟରେ ଅଛି ଯୋଗ୍ୟ ସରକାର, ସମସ୍ତଙ୍କର ହେଉଛି ବିକାଶ'


ରାଜ୍ୟର ମୁଖ୍ୟ ବିରୋଧି ଦଳକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ବିରୋଧିଙ୍କ ଅଭ୍ୟାସ ଜାଣିଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ସେମାନେ ଇଭିଏମକୁ (EVM) ଦାୟୀ କରିବେ। ଏହି ନିର୍ବାଚନ ଚିତ୍ରରୁ ସ୍ପଷ୍ଟ ହୋଇଯାଇଛି ଯେ ଆମେ ରାଜ୍ୟର ୨୫ କୋଟି ଲୋକଙ୍କ ପାଇଁ କାମ କରିଛୁ।


ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜବାଦ ପାର୍ଟିର ବିଦ୍ରୋହୀ ବିଧାୟକ ନୀତିନ ଅଗ୍ରୱାଲ ଉତ୍ତରପ୍ରଦେଶ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ସେ ମୋଟ ୩୦୪ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପଟେ ସମାଜବାଦ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନରେନ୍ଦ୍ର ବର୍ମା କେବଳ ୬୦ ଭୋଟ୍ ପାଇଛନ୍ତି। ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ କହିଛନ୍ତି ଏନେଇ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପାଇଁ ୩୬୮ ଭୋଟ ମିଳିଥିଲା। ଏହା ମଧ୍ୟରେ ୩୬୪ ବୈଧ ଭୋଟ ଏବଂ ୪ ଅବୈଧ ଭୋଟ ରହିଛି।


Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar


ସମାଜବାଦ ପାର୍ଟିର ବିଦ୍ରୋହୀ ବିଧାୟକ ରାଜ୍ୟରେ କ୍ଷମତାସୀନ ବିଜେପି ସମର୍ଥନରେ ଉତ୍ତରପ୍ରଦେଶ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଆମେ ଗତ ସାଢେ ୪ ବର୍ଷ ଅପେକ୍ଷା କରିଥିଲୁ ଯେ ସର୍ବବୃହତ ବିରୋଧି ଦଳ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଆସିବ ହେଲେ ଏ ପ୍ରସଙ୍ଗରେ କୌଣସି ସକାରାତ୍ମକ ମନୋଭାବ ନଥିବାରୁ ଅଭିଜ୍ଞ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନୀତିନ ଅଗ୍ରୱାଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।


Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ


ବିଧାନସଭା ଉପବାଚସ୍ପତି ଭାବେ ନୀତିନ ଅଗ୍ରୱାଲ ନିର୍ବାଚିତ ହେବାକୁ ବିରୋଧ କରିଥିଲା ସମାଜବାଦ ପାର୍ଟି। ଏହା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସେମାନେ ଯୁବପିଢି ବିରୋଧି। ସେମାନେ ନିଜ ଲୋକଙ୍କୁ ରକ୍ଷା କରିବାରେ ସକ୍ଷମ ନୁହଁନ୍ତି।  ସମାଜାବାଦ ପାର୍ଟି ମଧ୍ୟରେ ବିବାଦ ଲାଗି ରହିଛି। ଏହା ସହିତ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସମାଜବାଦୀ ପାର୍ଟି ପରିବାରବାଦରୁ ଉପରକୁ ଉଠି କିଛି କାମ କରେ ତାହେଲେ ଏହା ଦଳ ପାଇଁ  ହିତକର ହେବ।