Congress Leader Ajay Maken: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଲାଗି ରହିଛି। କିପରି ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଏବଂ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ସଦ୍ୟ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ୍। ଏନେଇ ସେ କହିଛନ୍ତି ଯେ, ସମଗ୍ର ଦେଶରେ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଦଳୀୟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ କରାଇଥାଏ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆସୁଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଯେ ଧଳର ସମ୍ବିଧାନ ଏବଂ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହାକୁ କେହି ବିରୋଧ କରିବା ଠିକ ନୁହେଁ।


COMMERCIAL BREAK
SCROLL TO CONTINUE READING

ନିକଟରେ ଜୟପୁର ଗସ୍ତରେ ଆସିବା ଅବସରରେ କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ୍ (Congress Leader Ajay Maken)। ଏହି ଅବସରରେ ସେ କହିଥିଲେ ଯେ, କଂଗ୍ରେସ (Congress) ହେଉଛି ଏକମାତ୍ର ଦଳ ଯେଉଁଠାରେ ଦଳୀୟ ଅଧ୍ୟକ୍ଷ କିମ୍ବା ଦଳର କୌଣସି ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥାଏ ବୋଲି କହି। କଂଗ୍ରେସ ସଭାପତି ନିର୍ବାଚନ (Congress President Election) ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଜବାବ ରଖିଛନ୍ତି କହିଛନ୍ତି ଯେ, କଂଗ୍ରେସ ସଙ୍ଗଠନରେ ଅନୁଷ୍ଠିତ ହେଉଥିବା ଦଳର ନିର୍ଦ୍ଧାରିତ ନିୟମ ଅନୁସାରେ ହେଉଛି। 


Also Read: Congress President: କଣ ସତରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ଶଶୀ ଥରୁର?


ପୂର୍ବରୁ ଯେଉଁ ଢଙ୍ଗରେ ନିର୍ବାଚନ ଅନୁଷ୍ଠିତ ହେଉଥିଲା, ବର୍ତ୍ତମାନ ସେହି ନିୟମ ଅନୁଯାୟୀ ଅନୁଷ୍ଠିତ ହେଉଛି। ସମସ୍ତଙ୍କୁ ସନ୍ତୁଷ୍ଟ ରହିବା ଆବଶ୍ୟକ। କାରଣ କୌଣସି ଦଳରେ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇନଥାଏ। ବିଜେପିରେ ଜେପି ନଡ୍ଡାଙ୍କ ନିର୍ବାଚନ ନା କିଏ ଦେଖିଛି ନା କିଏ ଶୁଣିଛି। ଅମିତ ଶାହଙ୍କ ନିର୍ବାଚନକୁ କିଏ ଦେଖିନାହାଁନ୍ତି କିମ୍ବା ଶୁଣିନାହାଁନ୍ତି। 


କେବଳ କଂଗ୍ରେସରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଯେଉଁଠି ସୋନିଆ ଗାନ୍ଧୀ (Sonia Gandhi), ଜିତେନ୍ଦ୍ର ପ୍ରସାଦଙ୍କ (Jitendra Prasada) ବିରୋଧରେ ନିର୍ବାଚନ ଲଢି କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। କେବଳ କଂଗ୍ରେସ ଦଳରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। କଂଗ୍ରେସ ସଙ୍ଗଠନରେ (Congress Organisation) ନିର୍ବାଚନ ଦଳର ପୁରୁଣା ପରମ୍ପରା ଏବଂ ଦଳୀୟ ନିୟମ ଏବଂ ଦଳର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହାକୁ କେହି ବିରୋଧ କରିବା ଠିକ ନୁହେଁ। ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ ତାରିଖରେ ଦଳର ନୂତନ ସଭାପତିଙ୍କ ନାଁ ଘୋଷଣା କରାଯିବ।


Also Read: Congress President Post: ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କ'ଣ କହିଲେ ସଚ୍ଚିନ ପାଇଲଟ?


ଦଳର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଜାରି ରହିଛି କଳ୍ପନାଜଳ୍ପନା। ଦଳର ଅଧ୍ୟକ୍ଷ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଦଳର ଏକ ବଡ଼ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଅଣ୍ଟାଭିଡ଼ିଛି। ରାହୁଲ ଗାନ୍ଧୀଙ୍କୁ ଛାଡ଼ି ରାଜସ୍ଥାନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କୁ (Rajasthan Chief Minister Ashok Gehlot) କଂଗ୍ରେସ ଅଧ୍ୟକ୍ଷ କରିବାକୁ ନିଜେ ସୋନିଆ ଗାନ୍ଧୀ (Sonia Gandhi) ପ୍ରସ୍ତାବ ରଖିଖିଲେ। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ବର୍ତ୍ତମାନ ଦଳର ଜଣେ ଜଣାଶୁଣା ନେତା ଦଳୀୟ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। ସେ ହେଉଛନ୍ତି କେରଳ (Kerala) ତିରୁଅନନ୍ତପୁରମ ଲୋକସଭା ଆସନର (Thiruvananthapuram Lok Sabha Constituency) କଂଗ୍ରେସ ସାଂସଦ ଶଶୀ ଥରୁର (Congress MP Shashi Tharoor)। ଏପରିକି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ (Congress Leader Mallikarjun Kharge) ନାଁ ସାମିଲ ହୋଇଛି।