Congress President: କଣ ସତରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ଶଶୀ ଥରୁର?
Advertisement
Article Detail0/zeeodisha/odisha1335744

Congress President: କଣ ସତରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ଶଶୀ ଥରୁର?

Congress President Election: ସଦ୍ୟ ଦଳର ଅଧ୍ୟକ୍ଷ ପଦ ଦୌଡରେ ସାମିଲ ହୋଇଛନ୍ତି କେରଳ ତିରୁଅନନ୍ତପୁରମ ଲୋକସଭା ଆସନର କଂଗ୍ରେସ ସାଂସଦ ଶଶୀ ଥରୁର। କାରଣ ବିଗତ କିଛି ଦିନ ହେବ ତାଙ୍କ ନଁ ଗଣମାଧ୍ୟମରେ ଶିରୋନାମା ପାଲଟିଛି। 

Congress President: କଣ ସତରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ଶଶୀ ଥରୁର?

Congress Leader Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଜାରି ରହିଛି କଳ୍ପନାଜଳ୍ପନା। ଦଳର ଅଧ୍ୟକ୍ଷ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଦଳର ଏକ ବଡ଼ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଅଣ୍ଟାଭିଡ଼ିଛି। ରାହୁଲ ଗାନ୍ଧୀଙ୍କୁ ଛାଡ଼ି ଅଶୋକ ଗେହୋଲତଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ନିଜେ ସୋନିଆ ଗାନ୍ଧୀ ପ୍ରସ୍ତାବ ରଖିଖିଲେ। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ବର୍ତ୍ତମାନ ଦଳର ଜଣେ ଜଣାଶୁଣା ନେତା ଦଳୀୟ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।

ସଦ୍ୟ ଦଳର ଅଧ୍ୟକ୍ଷ ପଦ ଦୌଡରେ ସାମିଲ ହୋଇଛନ୍ତି କେରଳ (Kerala) ତିରୁଅନନ୍ତପୁରମ ଲୋକସଭା ଆସନର (Thiruvananthapuram Lok Sabha Constituency) କଂଗ୍ରେସ ସାଂସଦ ଶଶୀ ଥରୁର (Congress MP Shashi Tharoor)। କାରଣ ବିଗତ କିଛି ଦିନ ହେବ ତାଙ୍କ ନଁ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ହେଲେ କଂଗ୍ରେସ ସଭାପତି ପଦ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାତ୍ର ତାଙ୍କର ସାମ୍ପ୍ରତିକ ବୟାନରୁ ଏହା ନିଶ୍ଚିତ ଭାବେ ଅନୁମାନ କରାଯାଉଛି ଯେ ତାଙ୍କ ମନରେ କିଛି ନା କିଛି ନିଶ୍ଚିତ ଭାବେ ଚାଲିଛି। ଦରଦାମ ବୃଦ୍ଧି ବିରୋଧରେ ସେପ୍ଟମ୍ବର ୩ ତାରିଖ ରବିବାର କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା  ହାଲା ବୋଲ ରାଲିରେ ଯୋଗ ଦେଇଥିଲେ ଶଶୀ ଥରୁର।

ଏହି ଅବସରରେ ସେ କହିଥିଲେ ଯେ ହାଲା ବୋଲ ରାଲିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାର ଦିଆଯାଇଥିବା ଭାଷଣକୁ ବର୍ତ୍ତମାନ ସମଗ୍ର ଦେଶରେ ପହଞ୍ଚାଯିବ। ଦଳୀୟ ରାଲିରେ ଯୋଗ ଦେବା ପରେ ତିରୁଅନନ୍ତପୁରମ ସାଂସଦ ରବିବାର ଅପରାହ୍ନରେ ଯୋଧପୁର ହାଉସ ଠାରେ ପହଞ୍ଚି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ଶଶୀ ଥରୁର ଗେହଲୋତ ଭେଟିବା ବେଳେ ଦଳର ଭବିଷ୍ୟତର ପଦକ୍ଷେପ ଏବଂ ଏବଂ ଦଳୀୟ ଅଧ୍ୟକ୍ଷ ନିର୍ବାଚନ ବାବଦରେ ଚର୍ଚ୍ଚା କରିଥିଲେ। କଂଗ୍ରେସ ସଭାପତି ପଦ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କିଛି ଦିନ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ, ବର୍ତ୍ତମାନ ଗାନ୍ଧୀ ପରିବାରର ଏକାନ୍ତ ଅନୁଗତ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ସେ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।

Also Read: Congress President Election: ଶଶୀ ଥରୁରଙ୍କୁ କେଉଁ ପରାମର୍ଶ ଦେଲା ବିଜେପି?

ନିକଟରେ ମାଲାୟାଲମ ଖବରକାଗଜ ଦୈନିକ ମାତୃଭୂମି ପାଇଁ ଲେଖିଥିବା ଏକ ସ୍ତମ୍ଭରେ କଂଗ୍ରେସ ସାଂସଦ ଶଶୀ ଥରୁର ଦଳୀୟ ଅଧ୍ୟକ୍ଷ ନିର୍ବାଚନକୁ 'ମୁକ୍ତ ଏବଂ ନିରପେକ୍ଷ' କରିବାକୁ ଆହ୍ୱାନ କରିଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଯିଏ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ସହ ଜଡିତ ଥିଲେ। ଗତ ୨୦୨୦ ବର୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳୀୟ ସଙ୍ଗଠନରେ ସଂସ୍କାର ଆଣିବା ଲାଗି ଲେଖା ଯାଇଥିବାରେ ଚିଠି ସେ କହିଥିଲେ ଯେ, ଏଆଇସିସି ଏବଂ ପିସିସି ପ୍ରତିନିଧି ଦଳର ସଦସ୍ୟଙ୍କୁ ଦଳ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ  ଅନୁମତି ଦିଆଯାଉ। ଦଳରେ ନେତୃତ୍ୱ କିଏ ନେବ ତାହା ସେମାନେ ସ୍ଥିର। ଏହା ଦ୍ୱାରା ଆଗାମୀ ନିର୍ବାଚନରେ ଦଳକୁ ବିଶ୍ୱସନୀୟ ଜନାଦେଶ ମିଳିବାରେ ସହାୟକ ହେବ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦଳୀୟ ପୁନରୁତ୍ଥାନର ଆରମ୍ଭ। ଯାହା କଂଗ୍ରେସ ଆବଶ୍ୟକ କରୁଛି। ମୁଁ ଆଶା କରୁଛି ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଅନେକ ଦଳୀୟ ନେତା ସାମ୍ନାକୁ ଆସିବେ।  ଦଳ ତଥା ଦେଶ ପାଇଁ ଆପଣଙ୍କର ମତ ପ୍ରକାଶ କରିବା ନିଶ୍ଚିତ ଭାବରେ ଜନସାଧାରଣଙ୍କ ଆଗ୍ରହକୁ ଜାଗ୍ରତ କରିବ। ଦଳକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ହେଲେ ଦଳୀୟ ନେତୃତ୍ୱ ଦଳର ଯେଉଁ ପଦକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବା ଦରକାର ତାହା ହେଉଛି କଂଗ୍ରେସ ଅଧ୍ୟକ୍ଷ ପଦ। 

ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ କଟାକ୍ଷ କରି ଶଶୀ ଥରୁର ଲେଖିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ଏବଂ ତାଙ୍କ ସ୍ଥାନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ତାଙ୍କ ସ୍ଥାନ ନେଇଯିବାକୁ ନେଇ ଅନେକ କଂଗ୍ରେସ ସମର୍ଥକ ନିରାଶ ହୋଇଛନ୍ତି। ଗାନ୍ଧୀ ପରିବାର ପ୍ରକୃତରେ ଏହି ପ୍ରସଙ୍ଗରେ କେଉଁଠାରେ ଠିଆ ହୋଇଛି ତାହା ସ୍ଥିର କରିବା ଆବଶ୍ୟକ କିନ୍ତୁ ଗଣତନ୍ତ୍ରରେ କୌଣସି ଦଳ ଏହା ବିଶ୍ୱା ସ କରିବା ସ୍ଥିତିରେ ରହିବା ଉଚିତ ନୁହେଁ ଯେ କେବଳ ଗୋଟି ପରିବାର ଦଳର ନେତୃତ୍ୱ ନେବ। 

Also Read: Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର

କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଶଶି ଥରୁରଙ୍କ ନିର୍ବାଚନ ମଞ୍ଚରେ ପ୍ରବେଶକୁ ନେଇ କଳ୍ପନା ଜଳ୍ପନାର କାରଣ  ପାଲଟିଛି। ମାତ୍ର କଂଗ୍ରେସ ସଭାପତି ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ ସେ ନେଇ ନିଜର ଅଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି ଶଶୀ ଥରୁର। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ମୋର କିଛି କହିବାର ନାହିଁ। ମୁଁ ମୋର ଲେଖାରେ ଯାହା ଲେଖିଛି ତାହା ଦର୍ଶାଉଛି ଯେ  ଦଳୀୟ ଅଧ୍ୟକ୍ଷ ନିର୍ବାଚନ କଂଗ୍ରେସ ପାଇଁ ଏକ ଭଲ କଥା ହେବ।