ନୂଆଦିଲ୍ଲୀ: ପ୍ରଥମେ ହିନ୍ଦୁତ୍ୱକୁ ସମାଲୋଚନା କରିବା ପରେ ଏବେ ମୋଗଲ ଶାସକଙ୍କ ସମର୍ଥନରେ ଆସିଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟାର। ଏନେଇ ସେ କହିଛନ୍ତି ଧର୍ମ ନାମରେ କେବେ ମୋଗଲ ଶାସକ ଅତ୍ୟାଚାର କରିନାହାଁନ୍ତି। ଏହା ସହିତ ସେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରିବା ସହ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ରଖିଥିବା ବୟାନରେ କଂଗ୍ରେସ ନେତା (Congress Leader) ମଣିଶଙ୍କର ଆୟାର (Mani Shankar Aiyar) କହିଛନ୍ତି ଆମ ଦଳ ମୋଗଲ ଶାସକ ଆକବରଙ୍କୁ (Mughal Ruler Akbar) ନିଜର ବୋଲି ମାନିଥାଏ। ଆକବରଙ୍କୁ ଆମେ ନିଜର ବୋଲି ମାନିଥାଉ। ଏଥିପାଇଁ କେବେ ଆକବରଙ୍କ ନାମରେ ଥିବା ସଡ଼କକୁ ମହାରାଣା ପ୍ରତାପଙ୍କ ନାମରେ ନାମିତ କରିବାକୁ କେବେ କହିନାହୁଁ। ଭାରତ (India) ଏକ ମୁସଲମାନ ରାଷ୍ଟ୍ର ହୋଇ ପାରିନାହିଁ। ଯଦି ଆପଣ ଆଖ ପାଖକୁ ଦେଖନ୍ତି ତାହେଲେ ଆମ ପାଖରେ ଅବସ୍ଥିତ ଥିବା ସମସ୍ତ ଦେଶ ହେଉଛନ୍ତି ମୁସଲିମ ରାଷ୍ଟ୍ର (Muslim Country)। ଦେଶକୁ ଶାସନ କରିଥିବା ମୋଗଲ (Mughal) ଧର୍ମ ନାଁରେ କେବେ ଅତ୍ୟାଚାର (Blasphemy) କରିନାହାଁନ୍ତି।


Also Read: Congress Leader Raashid Alvi ଙ୍କ ବିବାଦୀୟ ବୟାନ; କହିଲେ ରାକ୍ଷାସ ହେଉଛନ୍ତି ରାମଭକ୍ତ


ଦେଶର ପୁରୁଣା ଜନଗଣନାକୁ ଦର୍ଶାଇ ମଣି ଶଙ୍କର କହିଛନ୍ତି ଗତ ୧୮୭୨ ମସିହାରେ ଦେଶର ୭୨ ପ୍ରତିଶତ ହିନ୍ଦୁ (Hindu) ଏବଂ ୨୪ ପ୍ରତିଶତ ମୁସଲମାନ (Muslim) ଥିଲେ। ଏହି ସଂଖ୍ୟା ଅଧିକ କିମ୍ବା କମ ହେଲେ ତଥାପି ଜନସଂଖ୍ୟା ବୃଦ୍ଧି ନେଇ ମୁସଲମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସମ୍ପୂର୍ଣ୍ଣ ଭୁଲ୍। ନେହେରୁ ଜୟନ୍ତୀ ଅବସରରେ ମୋଗଲ ଶାସନକୁ ପ୍ରଶଂସା କରି କରିଛନ୍ତି ସେ। ମୋଗଲ ଶାସନ କାଳରେ ଧାର୍ମିକ ଅତ୍ୟାଚାର କଥାକୁ ଅସ୍ୱୀକାର କରିଛନ୍ତି। ଏନେଇ ସେ ଦାବି କରି କହିଛନ୍ତି ମୋଗଲ ସମ୍ରାଟ ଆକବରଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ମୋଗଲ ଶାସକଙ୍କ ଶାସନ କାଳରେ ବଳପୂର୍ବକ ଧର୍ମ ପରିବର୍ତ୍ତନ (Forceful Religious Conversion) କରାଯାଇ ନାହିଁ।


ମୋଗଲ ଶାସନର ପ୍ରଶଂସା କରି କଂଗ୍ରେସ ନେତା ଆୟାର କହିଛନ୍ତି  ଇଂରେଜ ଏବଂ ମୋଗଲ ଶାସକ ମଧ୍ୟରେ ବଡ ପାର୍ଥକ୍ୟ ଏହା ଥିଲା ଯେ ମୋଗ ଏହି ଦେଶକୁ ନିଜର ବୋଲି ଭାବୁଥିଲେ। ବାବରଙ୍କୁ ପ୍ରଶଂସା କରି ଆୟର କହିଛନ୍ତି ବାବୁର ତାଙ୍କ ପୁଅ ହୁମାୟୁନଙ୍କୁ ଲେଖିଥିବା ଏକ ଚିଠିରେ ଭାରତର ଲୋକଙ୍କ ଧର୍ମରେ ହସ୍ତକ୍ଷେପ ନକରିବାକୁ କହିଥିଲେ। ଏହି କାରଣ ହେଉଛି ଆକବରଙ୍କ ଶାସନ କାଳରେ ଧର୍ମ ନାମରେ କୌଣସି ଭେଦଭାବ ନଥିଲା। 


Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ


ମୋଗଲ ଏହି ଦେଶକୁ ନିଜର କରିଥିଲେ। ହେଲେ ଇଂରେଜ କହିଥିଲେ ଆମେ ଏଠାକୁ ଶାସନ କରିବାକୁ ଆସିଛୁ। ବାବର ୧୫୨୬ ମସିହାରେ ଭାରତ ଆସିଥିଲେ ଏବଂ ସେ ୧୫୩୦ ମସିହାରେ ପ୍ରାଣ ହରାଇଥିଲେ। ଏହାର ଅର୍ଥ ହେଉଛି ସେ ସେ ମାତ୍ର ୪ ବର୍ଷ ଭାରତରେ ରହିଲେ। ସେ ହୁମାୟୁନଙ୍କୁ କହିଥିଲେ ଯେ ଯଦି ଆପଣ ଏହି ଦେଶରେ ଚଳାଇବାକୁ ଚାହାଁନ୍ତି ଏବଂ ନିଜ ସାମ୍ରାଜ୍ୟକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ତେହେଲେ ଆପଣ ଏଠାକାର ଲୋକଙ୍କ ଧାର୍ମିକ ମାମଲାରେ ହସ୍ତକ୍ଷେପ କରିବେ ନାହିଁ।


ତାଙ୍କୁ ବାବରଙ୍କ ସନ୍ତାନ କୁହାଯାଉଥିବା ନେଇ ସେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି କ୍ଷମତାରେ ଥିବା ଲୋକେ କେବଳ ଦେଶର ୮୦ ପ୍ରତିଶତ ଲୋକଙ୍କୁ ନେଇ ଚିନ୍ତିତ ଅଛନ୍ତି। ଶାସନ ଗାଦିରେ ବସିଥିବା ଲୋକଙ୍କ ପାଇଁ କେବଳ ୮୦% ଲୋକ ହେଉଛନ୍ତି ପ୍ରକୃତ ଭାରତୀୟ ବାକି ଲୋକ ଅତିଥି ଭାବେ ବସବାସ କରୁଛନ୍ତି। ମୁସଲମାନ ଜନସଂଖ୍ୟା (Muslim Population in India) ସମ୍ବନ୍ଧରେ ତାଙ୍କ ବିବୃତ୍ତିକୁ ସମର୍ଥନ କରି ଯୁକ୍ତି ଉପସ୍ଥାପନ କରିବା ବେଳେ ତଥ୍ୟ ଉପସ୍ଥାପନ କରି ସେ କହିଛନ୍ତି ୧୮୭୨ ମସିହାରେ ବ୍ରିଟିଶ ସରକାର ଦେଶରେ ପ୍ରଥମ ଥର ଜନଗଣନା କରିଥିଲେ। ଏହା ଜଣାପଡିଛି ଯେ ୬୬୬ ବର୍ଷ ଧରି ଶାସନ କରିବା ପରେ ଦେଶରେ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୨୪ ଏବଂ ହିନ୍ଦୁ ୭୨ ପ୍ରତିଶତ ଥିଲେ। 


Also Read: Hindutva: Salman Khurshid ଙ୍କ ପରେ BJP ଟାର୍ଗେଟରେ Digvijaya Singh


ଯଦି ଦେଶରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥାନ୍ତା ତାହେଲେ ଦେଶରେ ୭୨ ପ୍ରତିଶତ ମୁସଲମାନ ଏବଂ ୨୪ ପ୍ରତିଶତ ହିନ୍ଦୁ ରହିଥାନ୍ତେ। ଦେଶ ବିଭାଜନ ପଛରେ ରହିଥିବା ପ୍ରକୃତ ସତ୍ୟ ହେଉଛି ଇଂରେଜ ଶାସନ କାଳରେ ମହମ୍ମଦ ଅଲ୍ଲୀ ଜିନ୍ନା ସେତେବେଳ ଦେଶର କେନ୍ଦ୍ରୀୟ ବ୍ୟବସ୍ଥାପିକାରେ ୩୦ ପ୍ରତିଶତ ସଂରକ୍ଷଣ ଦାବି କରିଥିଲେ। ସେହି ସମୟରେ ଦେଶରେ ମୁସଲମାନ ଜନସଂଖ୍ୟା ୨୬ ପ୍ରତିଶତ ରହିଥିଲା।