ଅଯୋଧ୍ୟା ଉପରେ ପୁସ୍ତକ ଲେଖି BJP ଟାର୍ଗେଟରେ Salman Khurshid
Advertisement
Article Detail0/zeeodisha/odisha1025306

ଅଯୋଧ୍ୟା ଉପରେ ପୁସ୍ତକ ଲେଖି BJP ଟାର୍ଗେଟରେ Salman Khurshid

ଯେଉଁ ଦଳ ରାମଙ୍କୁ ବିରୋଧ କରେ ଏବଂ ରାମଙ୍କୁ ଏକ କାଳ୍ପନିକ ଚରିତ୍ର ବୋଲି ଭାବନ୍ତି ସେମାନେ ବର୍ତ୍ତମାନ ରାମଙ୍କ ଆଶ୍ରୟସ୍ଥଳୀରେ ରାଜନୈତିକ ଆଶ୍ରୟ ଖୋଜୁଛନ୍ତି। 

 ଅଯୋଧ୍ୟା ଉପରେ ପୁସ୍ତକ ଲେଖି BJP ଟାର୍ଗେଟରେ Salman Khurshid

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ନିର୍ବାଚନ ରାଜନୀତିରେ ରାମଙ୍କ ନାମକୁ ନେଇ ଗୁରୁତ୍ୱ ବଢିଯାଇଛି। ଗତ ୩ ଦଶନ୍ଧି ଧରି ରାମଙ୍କ ନାମ ନେଇ ରାଜନୀତି କରିଆସୁଥିଲା ବିଜେପି।  ହେଲେ ଯେଉଁ ଦଳ ରାମଙ୍କୁ ବିରୋଧ କରେ ଏବଂ ରାମଙ୍କୁ ଏକ କାଳ୍ପନିକ ଚରିତ୍ର ବୋଲି ଭାବନ୍ତି ସେମାନେ ବର୍ତ୍ତମାନ ରାମଙ୍କ ଆଶ୍ରୟସ୍ଥଳୀରେ ରାଜନୈତିକ ଆଶ୍ରୟ ଖୋଜୁଛନ୍ତି। ଏହି ପ୍ରୟାସରେ ଆଗାମୀ ବିଧାନସଭ ନିର୍ବାଚନ ପୂର୍ବରୁ ଏକ ପୁସ୍ତକ ଲେଖାଯାଇଛି।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ (Supreme Court Verdict on Ayodhya Case) ଉପରେ ଏକ ପୁସ୍ତକ ଲେଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତର ପ୍ରଦେଶର (Uttar Pradesh) ଫରୁର୍ଖାବାଦ ଲୋକସଭା ଆସନର (Farrukhabad Lok Sabha Constituency) ପୂର୍ବତନ ସାଂସଦ ସଲମାନ ଖୁର୍ସିଦ (Congress Leader Salman Khurshid)। ଏହି ପୁସ୍ତକ ନାଁଣ ହେଉଛି "Sunrise Over Ayodhya: Nationhood in Our Times"। 

Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ

ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଥିବା ଏପରି ଏକ ଚର୍ଚ୍ଚିତ ପ୍ରସଙ୍ଗରେ ପୁସ୍ତକ ଲେଖିବା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟ ଓକିଲ ସଲମାନ ଖୁର୍ସିଦ କହିଛନ୍ତି। ଏନେଇ ସେ କହିଛନ୍ତି ଦେଶକୁ ଏହି ମାମଲାରେ ଆସିଥିବା ରାୟ ବାବଦରେ ଦେଶକୁ ବୁଝାଇବାକୁ ଚାହୁଁଛନ୍ତି। ହେଲେ ଏହି ପୁସ୍ତକକୁ ଦେଖିଲେ ଲାଗୁଛି ଯେ ଅଯୋଧ୍ୟା ପରାଜୟକୁ ଦବାଇ ଅଯୋଧ୍ୟା ବିଜୟରେ କଂଗ୍ରେସ ନିଜର ବିଜୟବାନା ଉଡା଼ଇବାକୁ ଚାହୁଁଛି।

ଅଯୋଧ୍ୟା ମାମଲାରେ ବହି ଲେଖି ଏବେ ବିଜେପି ଟାର୍ଗେଟକୁ ଆସିଯାଇଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଗୌରବ ଭାଟିଆ (BJP Spokesperson Gaurav Bhatia) କହିଛନ୍ତି ହିନ୍ଦୁତ୍ୱ ବିରୁଦ୍ଧରେ କଂଗ୍ରେସର ଏହା ଏକ ବଡ ଷଡଯନ୍ତ୍ର ଏବଂ ସେମାନଙ୍କର ଆଦର୍ଶ ହିନ୍ଦୁଙ୍କ ବିରୁଦ୍ଧରେ। ଏହା କେବଳ ହିନ୍ଦୁଙ୍କ ଭାବନା ନୁହେଁ ବରଂ ଭାରତର ଆତ୍ମାକୁ ମଧ୍ୟ ଗଭୀର ଆଘାତ ଦେଇଥାଏ। କଂଗ୍ରେସ ଦଳ ଏକ ବୁଢୀଆଣି ଭଳି ହିନ୍ଦୁଙ୍କ ପ୍ରତି ଘୃଣାର ଜାଲର ବୁଣୁଛି। ଏହା ସହିତ ସେ ସଲମାନ ଖୁର୍ସିଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଦାବି କରିଛନ୍ତି।

Also Read: ଆଗକୁ UP Poll 2022; ରାମ ଭକ୍ତିରେ ଲୀନ ହେଉଛନ୍ତି Delhi CM Arvind kejriwal

ନିଜ ଲିଖିତ ପୁସ୍ତକରେ କ'ଣ କହିଛନ୍ତି ସଲମାନ ଖୁର୍ସିଦ

  • ସଲମାନ ଖୁର୍ସିଦ ତାଙ୍କ ପୁସ୍ତକରେ କହିଛନ୍ତି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସମ୍ପୂର୍ଣ୍ଣ ଠିକ। ଅର୍ଥାତ୍ ରାମ ଜନ୍ମଭୂମିରେ ମାମଲାରେ ମସଜିଦ ଦାବି ସପକ୍ଷରେ କଂଗ୍ରେସ ଦଳ ଭୁଲ ଭାବେ ଠିଆ ହୋଇଥିଲା।
  • ଏହି ମାମଲାରେ ହିନ୍ଦୁ ପକ୍ଷ ସେମାନଙ୍କ ଦାବି ସପକ୍ଷରେ ଅଧିକ ଦୃଢ ପ୍ରମାଣ ଅଦାଲତରେ ଉପସ୍ଥାପନ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ମୁସଲମାନ ପକ୍ଷ ବିନା ପ୍ରମାଣରେ କିମ୍ବା ଦୁର୍ବଳ ପ୍ରମାଣ ଆଧାରରେ ନିଜର ପକ୍ଷ ରଖିଥିଲେ।
  • କଂଗ୍ରେସ ଦଳରେ ଏକ ଗୋଷ୍ଠୀ ହିନ୍ଦୁତ୍ୱ ଆଡକୁ ଫେରିବା ସପକ୍ଷରେ ଅଛି। ଏହାର ଅର୍ଥ ହେଉଛି କଂଗ୍ରେସ ଦଳକୁ ଏକ ମୁସଲମାନ ସମର୍ଥକ ଦଳ ଭାବେ ବିବେଚନା କରାଯାଏ ଏବଂ ଏହି ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରାଯାଉଛି।
  • ଏହି ପୁସ୍ତକର ୧୧୩ ନମ୍ବର ପୃଷ୍ଠାରେ ସେ ଲେଖିଛନ୍ତି ଯେ ବର୍ତ୍ତମାନର ରାଜନୀତି  ହିନ୍ଦୁତ୍ୱ, ଆଇଏସ୍ ଏବଂ ବୋକୋ ହରାମ ପରି ଏକ ମୌଳିବାଦୀ ଚିନ୍ତାଧାରା ଭଳି। ଏହାର ଅର୍ଥ କଂଗ୍ରେସ କେବଳ ନରମ ହିନ୍ଦୁତ୍ୱ ରାସ୍ତାରେ ଆଗକୁ ବଢିପାରିବ।
  • ସେ ଏହା ମଧ୍ୟ ଲେଖିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିର କୌଣସି ଦଳର ନୁହେଁ। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ କଂଗ୍ରେସ ମଧ୍ୟ ରାମ ନାମ ରାଜନୀତିରେ ନିଜର ଭାଗ ଖୋଜୁଛି।

ସଲମାନ ଖୁର୍ସିଦଙ୍କ ଦ୍ୱାରା ଲିଖିତ ପୁସ୍ତକ ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ପାଇଁ ଲାଭବାନ ସାବ୍ୟସ୍ତ ହେବ। ଆଗାମୀ ନିର୍ବାଚନରେ ​​ରାମ ନାମର ସତ୍ୟତାକୁ ଗ୍ରହଣ କରି କଂଗ୍ରେସ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି? ତାଙ୍କର ଏପରି ବହି ଲେଖବାର ଉଦ୍ଦେଶ୍ୟ କ’ଣ? ଭଗବାନ ରାମ ମଧ୍ୟ ସମସ୍ତଙ୍କ ରାଜନୀତିର ଗୁରୁ ଏବଂ ଏହି ସତ୍ୟକୁ ବୋଧହୁଏ କଂଗ୍ରେସ ଦଳର ବୃରିଷ୍ଠ ନେତା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟ ଓକିଲ ସଲମାନ ଖୁର୍ସିଦ ଲେଖିଥିବା ପୁସ୍ତକରେ ସେ ଦର୍ଶାଇଛନ୍ତି ଯେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଏକ ଉତ୍ତମ ରାୟ ଶୁଣାଇଛନ୍ତି।

Also Read: କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ବୁଝି ଏହା ଉପରେ ଉପରେ ଏକ ପୁସ୍ତକ ଲେଖିବା ପାଇଁ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କୁ ୨ ବର୍ଷ ସମୟ ଲାଗିଥିଲେ। ହେଲେ ଏହି ପୁସ୍ତକ ଲେଖିବା କାହିଁକି ନିର୍ବାଚନ ସମୟରେ ଶେଷ ହୋଇଛି? ଏହାର କାରଣ ନିଜେ ସଲମାନ ଖୁର୍ସିଦ କହିନାହାଁନ୍ତି। ନିଶ୍ଚିତ ଭାବେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଅଂଶ ଖୋଜୁଛନ୍ତି। ଅଯୋଧ୍ୟାଠାରେ ନିର୍ମିତ ରାମ ମନ୍ଦିର ନାମରେ କଂଗ୍ରେସ ସେତେବେଳେ ରାଜନୈତିକ ଅଂଶଧନ ଦାବି କରିବାକୁ ଚେଷ୍ଟା ଆରମ୍ଭ କରିଥିଲା ଯେତେବେଳେ ଏଠାରେ ଭୂମି ପୂଜନ କରାଯାଉଥିଲା। ପରେ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟର ଜରିଆରେ ଏକ ଚିଠି ପୋଷ୍ଟ କରି ମନ୍ଦିର ନିର୍ମାଣରେ ଅଂଶଗ୍ରହଣ କରିବା ନେଇ ଖୁସି ଏବଂ ଭାବନା ଦର୍ଶାଇଥିଲେ। ହେଲେ ଅସାଦୁଦ୍ଦିନ ଓୱେସୀଙ୍କ ଭଳି ମୁସଲମାନ ନେତା କଂଗ୍ରେସ ଦଳର ଏଭଳି ଆଭିମୁଖ୍ୟକୁ ନେଇ ବିରକ୍ତ ହୋଇଥିଲେ।