Hindutva: Salman Khurshid ଙ୍କ ପରେ BJP ଟାର୍ଗେଟରେ Digvijaya Singh
Advertisement
Article Detail0/zeeodisha/odisha1025577

Hindutva: Salman Khurshid ଙ୍କ ପରେ BJP ଟାର୍ଗେଟରେ Digvijaya Singh

ଜଣେ ବିଦେଶୀ ମହିଳାଙ୍କ ଗୋଲାମ ହିନ୍ଦୁତ୍ୱ ପ୍ରତି ଏଭଳି ବିଚାର ରଖୁଛନ୍ତି। କାରଣ ଏଭଳି ଲୋକ ଚାହୁଁଛନ୍ତି ହିନ୍ଦୁ ଶବ୍ଦ ଲୋପ ପାଇଯାଉ। ହିନ୍ଦୁ ଧର୍ମର ଆସ୍ଥା ଭାଙ୍ଗିଯାଉ।

Hindutva: Salman Khurshid ଙ୍କ ପରେ BJP ଟାର୍ଗେଟରେ  Digvijaya Singh

ଭୋପାଳ: ଅଯୋଧ୍ୟା ମାମଲାରେ କଂଗ୍ରେସ ନେତା ସଲମାନ ଖୁର୍ସିଦ ଲେଖିଥିବା ପୁସ୍ତକକୁ ନେଇ ନେଇ ସରଗରମ ହୋଇଉଠିଛି ରାଜନୀତି। ଆସନ୍ତାବର୍ଷ ବିଧାନସଭା ନର୍ବାଚନ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ସୀମା ଡେଇଁ ଏହି ପ୍ରସଙ୍ଗ ଏବେ ମଧ୍ୟ ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ମୁହାମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି-କଂଗ୍ରେସ। 

ନିଜ ଲିଖିତ ପୁସ୍ତକରେ ହିନ୍ଦୁତ୍ୱ (Hindutva) ଦ୍ୱାରା ପ୍ରଭାବିତ ହୋଇଥିବା କଂଗ୍ରେସ ନେତାଙ୍କୁ (Congress Leader) ସମାଲୋଚନା କରିବାକୁ ପଛେଇନାହାଁନ୍ତି ସଲମାନ ଖୁର୍ସିଦ (Salman Khurshid)। ହିନ୍ଦୁତ୍ୱ ଚିନ୍ତାଧାରକୁ (Hindutva) ସେ ଆଇଏସଆଇଏସ (ISIS) ଏବଂ ବୋକୋ ହରାମ (Boko Haram) ଭଳି ଆତଙ୍କବାଦୀ ସଙ୍ଗଠନ (Terrorist Organizations) ସହିତ ତୁଳନା କରିଛନ୍ତି। ହିନ୍ଦୁତ୍ୱର ବ୍ୟବହାର ନିର୍ବାଚନ ସମୟରେ ରାଜନୈତିକ ଫାଇଦା ହାସଲ କରିବା ଲାଗି ବ୍ୟବହାର କରାଯାଇଥାଏ। 

fallback

Also Read: ଅଯୋଧ୍ୟା ଉପରେ ପୁସ୍ତକ ଲେଖି BJP ଟାର୍ଗେଟରେ Salman Khurshid

ଗତ ବୁଧବାର ଏହି ପୁସ୍ତକ ଉନ୍ମୋଚନ କରାଯିବା ସମୟରେ ଉପସ୍ଥିତ ଥିଲେ ଅନ୍ୟତମ କଂଗ୍ରେସ ନେତା ଦିଗବିଜୟ ସିଂହ (Digvijaya Singh)। ଏହି ଅବସରରେ ହିନ୍ଦୁ-ସନାତନ ଧର୍ମ (Hindu-Sanatan Religion) ବାବଦରେ ନିଜର ମତ ରଖି ସେ କହିଥିଲେ ଆଜି କୁହାଯାଉଛି ହିନ୍ଦୁ ଧର୍ମ (Hindu Religion) ବିପଦରେ ରହିଛି। ହେଲେ ୫୦୦ ବର୍ଷର ମୋଗଲ (Mughal Empire Rule) ଏବଂ ୧୫୦ ବର୍ଷର ଖ୍ରୀଷ୍ଟିଆନ ଶାସନ (Christian Rule) କାଳରେ କେହି ହିନ୍ଦୁ ଧର୍ମର କୌଣସି କ୍ଷତି କରି ପାରିନଥିଲା। ବିପଦ କେବଳ ସେହି ମାନସିକତା ଏବଂ ବିଚାର ଧାରା ପାଇଁ ରହିଛି ଯେଉଁମାନେ ଇଂରେଜ ସରକାରଙ୍କ ଭଳି ବିଭାଜନ କରି ଶାସନ ଗାଦି କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି। 

ସମାଜ ଏବଂ ହିନ୍ଦୁ ଧର୍ମ ପାଇଁ କୌଣସି ବିପଦ ନାହିଁ। ହିନ୍ଦୁତ୍ୱ ସହିତ ହିନ୍ଦୁ ଧର୍ମର କୌଣସି ସମ୍ପର୍କ ନାହିଁ। ସାବରକର (Savarkar) ଧାର୍ମିକ ନଥିଲେ। ଗାଈ ମାଂସ ଖାଇବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଥିଲେ। ହିନ୍ଦୁ ପରିଚୟ ପ୍ରତିଷ୍ଠା କରିବା ପାଇଁ ସେ ହିନ୍ଦୁତ୍ୱ ନାମରେ ଏକ ଶବ୍ଦ ଆଣିଥିଲେ। ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିହେବ।

Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ

ହିନ୍ଦୁତ୍ୱ ଉପରେ କଂଗ୍ରେସ ନେତା ରଖିଥିବା ମତାମତ ଉପରେ ଜବାବ ଦେଇ ବିଜେପି ନେତା ଜୟଭାନ ସିଂ ପୱୈୟା (BJP Leader Jaibhan Singh Pawaiya) କହିଛନ୍ତି ଏଭଳି ପୁସ୍ତକକୁ ଏକ ବିଷାକ୍ତ କଲମରେ ଲେଖାଯାଇଛି। ବର୍ତ୍ତମାନ ଦେଶରେ ଏଭଳି ପୁସ୍ତକ ପାଇଁ କୌଣସି ସୁଯୋଗ ନାହିଁ। ଦେଶର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବା ପାଇଁ ଏହା ଏକ ଷଡଯନ୍ତ୍ର ଏବଂ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଭାବନାକୁ ଆଘାତ କରିବା ପାଇଁ ଏଭଳି କାମ କାରାଯାଇଛି। ଜଣେ ବିଦେଶୀ ମହିଳାଙ୍କ ଗୋଲାମ କେବଳ ସେମାନଙ୍କ ଆଦେଶ ଏଭଳି କାର୍ଯ୍ୟ କରିଛନ୍ତି। ସଲମାନ ଖୁର୍ସିଦଙ୍କ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇବା ସହ ଏହି ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି।   

fallback

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ (Madhya Pradesh Home Minister) ତଥା ବିଜେପି ନେତା ନରୋତ୍ତମ ମିଶ୍ରା (Narottam Mishra) କହିଛନ୍ତି ବିବାଦ ସୃଷ୍ଟି କରିବା ଲାଗି ଏଭଳି ପୁସ୍ତକ ରଚନା କରାଯାଇଛି। ହିନ୍ଦୁତ୍ୱ ବାବଦରେ ଏଭଳି ବିଚାରଧାରା ରଖୁଥିବା ଲୋକ ତୁଷ୍ଟକରଣ ରାଜନୀତିର ସମର୍ଥକ। ଦେଶର ଯେତିକି ବିଚ୍ଛିନ୍ନତାବାଦ ସୃଷ୍ଟି ହୋଇଛି ତାହା କଂଗ୍ରେସ ନେତାଙ୍କ କାରଣରୁ ହୋଇଛି। ସେମାନେ ବିଭାଜନକାରୀ ଗୋଷ୍ଠୀର ସମର୍ଥକ। କଂଗ୍ରେସଙ୍କୁ ଦୋଷାରୋପ କରି ସେ କହିଛନ୍ତି ଯେ ଏଭଳି ଲୋକ ଚାହୁଁଛନ୍ତି ଯେ ଦେଶ ଜାତି ଆଧାରରେ ବିଭକ୍ତ ହୋଇଯାଉ। ହିନ୍ଦୁ ଶବ୍ଦ ଲୋପ ପାଇଯାଉ। ହିନ୍ଦୁ ଧର୍ମର ଆସ୍ଥା ଭାଙ୍ଗିଯାଉ। ଏଭଳି ଲୋକ ଦେଶକୁ ବିଭାଜନ କରିବାକୁ ଚାହୁଁଛନ୍ତି। କଂଗ୍ରେସ ନେତା ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରୁଛନ୍ତି। 

fallback

Also Read: ମୁସଲିମଙ୍କୁ ଖୁସି କରିବା ପାଇଁ ଇସଲାମ ଗ୍ରହଣ କରିପାରନ୍ତି Akhilesh Yadav: Anand Swaroop Shukla

ଅନ୍ୟପଟେ ବିଜେପି ବିଧାୟକ ରାମେଶ୍ୱର ଶର୍ମା (BJP MLA Rameshwar Sharma) ସଲମାନ ଖୁର୍ସିଦଙ୍କୁ ଟାର୍ଗେଟ କରି କହିଛନ୍ତି ଆପଣଙ୍କ ଆଲ୍ଲା ଆପଣକୁ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ। କାରଣ ଯାହା ଦ୍ୱାରା ଆପଣ ଅଯୋଧ୍ୟା ପରେ କାଶୀ, ମଥୁରା ଉପରେ ପୁସ୍ତକ ଲେଖିପାରିବେ। ହିନ୍ଦୁସ୍ତାନରେ ହିନ୍ଦୁତ୍ୱ ଅଛି ଆଇଏସ୍ଆଇଏସ ଆତଙ୍କବାଦୀ ସଙ୍ଗଠନ ନାହିଁ। ଯଦି ହିନ୍ଦୁତ୍ୱ ଆତଙ୍କବାଦ ଭଳି ତାହଲେ ଆପଣଙ୍କ ଭଳି ଲୋକ ହିନ୍ଦୁତ୍ୱ ଉପରେ ବୟାନବାଜି କରିବା ପରେ ଜୀବିତ ରହିପାରି ନଥାନ୍ତେ।