ମୁମ୍ବାଇ: 'ଗୋଇଠା ମାରି ବିଷ୍ଣୁ' ଏହି ଲୋକବାଣୀ ବାବଦରେ ଆପଣ ଜାଣିଥିବେ। ଯାହାର ଅର୍ଥ ହେଉଛି ଜାଣିଶୁଣି କୌଣସି ବିବାଦ ସୃଷ୍ଟି କରିବା ଭଳି କାର୍ଯ୍ୟ କରିବା ପରେ କ୍ଷମା ମାଗିବା। ସଦ୍ୟ ଏପରି କାରାନାମା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟି ସଭାପତି। ପ୍ରଧାନମନ୍ତ୍ରୀଙ୍କ ବାବଦରେ ବିବାଦୀୟ ବୟାନ ଦେବା ପରେ ସଫେଇ ଦେଇଛନ୍ତି କଂଗ୍ରେସ ନେତା


COMMERCIAL BREAK
SCROLL TO CONTINUE READING

ସଦ୍ୟ ମହାରାଷ୍ଟ୍ର କଂଗ୍ରେସ କମିଟି ସଭାପତି ନାନା ପୋଟଲେଙ୍କ ଏକ ଭିଡି଼ଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି "ମୁଁ ତାଙ୍କୁ ଗାଳି ଦେଇପାରିବେ, ପିଟି ପାରିବି"। 


Also Read: କଂଗ୍ରେସ ନେତାଙ୍କ ଧମକ; ବନ୍ଦ କର ବିଗ ବି-ଖିଲାଡି କୁମାରଙ୍କ ସୁଟିଂ


ସୋସିଆଲ ମିଡିଆରେ ଏହି ଭିଡି଼ଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ନେତା ପୋଟଲେଙ୍କୁ ଟାର୍ଗେଟ କରିଛି। ତାଙ୍କର ଏହି ଭିଡିଓକୁ ଏକ ଚ୍ୟାନେଲ ଏବଂ ପରେ ବିରୋଧି ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ୍ କରିଛନ୍ତି। ଏଥିରେ ପାଟୋଲ ଭଣ୍ଡାରା ଜିଲ୍ଲାର ଗ୍ରାମବାସୀଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, "ମୁଁ ମୋଦିଙ୍କୁ ଗାଳି ଦେଇପାରିବେ, ପିଟି ପାରିବି"। ଏହି କାରଣରୁ ସେ ମୋ ବିରୋଧରେ ପ୍ରଚାର କରିବାକୁ ଆସିଥିଲେ ବୋଲି କହିଛନ୍ତି ସେ।


ତାଙ୍କର ଏହି ବୟାନକୁ ନେଇ ବିବାଦ ହେବା ପରେ କଂଗ୍ରେସ ନେତା କହିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର ଲୋକ ମୋଦି ନାମକ ଜଣେ ସ୍ଥାନୀୟ ଗୁଣ୍ଡ ବାବଦରେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ଏପରି କିଛି କହି ନାହାଁନ୍ତି। ମୋତେ ପୁନର୍ବାର ସ୍ପଷ୍ଟ କରିବାକୁ ଦିଅନ୍ତୁ ଯେ ମୁଁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନୁହେଁ, ବରଂ ମୋଦି ନାମକ ଏକ ସ୍ଥାନୀୟ ଗୁଣ୍ଡ ବିଷୟରେ କହୁଛି।


Also Read: Crackdown in MVA; ବଡ଼ ଘୋଷଣା କଲେ Maharastra Congress President


ପୋଟଲେଙ୍କ ଏହି ବୟାନ ଉପରେ ଜବାବ ରଖି ବିରୋଧି ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରେ ଅଟକାଇ ରଖାଯାଇଥିଲା ଏବଂ ସେଠାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଘଟଣା ପ୍ରତି ଧ୍ୟାନ ଦେଇନଥିଲେ। ବର୍ତ୍ତମାନ ମହାରାଷ୍ଟ୍ର କଂଗ୍ରେସ ସଭାପତି କହୁଛନ୍ତି "ସେ ମୋଦିଙ୍କୁ ଗାଳି ଦେଇପାରିବେ, ପିଟି ପାରିବେ"। କଂଗ୍ରେସ କ'ଣ ଏପରି କରୁଛି? ପାଟଲେଙ୍କ ଭଳି ନେତା ମାନସିକ ସ୍ତରରେ ନୁହେଁ ବରଂ  କେବଳ  ଶାରୀରିକ ସ୍ତରରେ ବଡ଼ ହୋଇଛନ୍ତି।