କଂଗ୍ରେସ ନେତାଙ୍କ ଧମକ; ବନ୍ଦ କର ବିଗ ବି-ଖିଲାଡି କୁମାରଙ୍କ ସୁଟିଂ
Advertisement
Article Detail0/zeeodisha/odisha851243

କଂଗ୍ରେସ ନେତାଙ୍କ ଧମକ; ବନ୍ଦ କର ବିଗ ବି-ଖିଲାଡି କୁମାରଙ୍କ ସୁଟିଂ

ୟୁପିଏ ସରକାର ଲୋକତାନ୍ତ୍ରିକ ଥିଲା। ଏହ କାରଣରୁ ସମସ୍ତେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଥିଲେ।

କଂଗ୍ରେସ ନେତାଙ୍କ ଧମକ; ବନ୍ଦ କର ବିଗ ବି-ଖିଲାଡି କୁମାରଙ୍କ ସୁଟିଂ

ନୂଆଦିଲ୍ଲୀ: ମାୟା ନଗରୀ ହେବ ନାହିଁ ବିଗ ବି ଅମିତାଭ ବଚ୍ଚନ ଏବଂ ଖିଲାଡି ଅକ୍ଷୟ କୁମାରଙ୍କ ସୁଟିଂ। ସେମାନଙ୍କ ସୁଟିଂ ବନ୍ଦ କରିବାକୁ ଧମକ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟି ଅଧ୍ୟକ୍ଷ ନାନା ପଟୋଲେ। ଯିଏକ ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। 
 
ପେଟ୍ରୋଲ ଦର ବୃଦ୍ଧି ପାଇବା ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ (Maharastra Congress President) ନାନା ପାଟୋଲେ (Nana Patole) ବିଗ ବି ଅମିତାଭ ବଚ୍ଚନ (Big B Amitabh Bachchan) ଏବଂ ଖିଲାଡି ଅକ୍ଷୟ କୁମାରଙ୍କ (Khiladi Akshay Kumar) ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।   

Also Read: ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି

ଏନେଇ ଟ୍ୱିଟ କରି ନାନା ପଟୋଲେ କହିଛନ୍ତି ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଶାସନ ସମୟରେ ଇନ୍ଧନ ଦର ୭୦ ଟଙ୍କା ହେବା ପରେ ସେତେବେଳେ ସମସ୍ତେ ପ୍ରଶ୍ନ ଉଠାଇଥିଲେ। ହେଲେ ଆମିତାଭ ବଚ୍ଚନ ଆଉ ଅକ୍ଷୟ କୁମାର କୁଆଡେ ଗଲେ। ଆଜି ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଲାଣି ହେଲେ ସେମାନେ ଚୁପ ରହିଛନ୍ତି। ସାଧାରଣ ଲୋକଙ୍କୁ ଲୁଟୁ ଥିବା ମୋଦି ସରକାରଙ୍କ ବିରୁଦ୍ଧରେ ମୁହଁ ଖୋଲୁନଥିବା ଏହି ସେଲିବ୍ରିଟିଙ୍କ ଅଭିନୀତ ଚଳଚ୍ଚିତ୍ର ସୁଟିଂ ମହାରାଷ୍ଟ୍ରରେ ହେବାକୁ ଦିଆଯିବ ନାହିଁ।   

 

Also Read: ମହାରାଷ୍ଟ୍ର ରାଜନୀତି: ସରକାରରେ ଫାଟ ଥିବା ନେଇ କଂଗ୍ରେସ ନେତାଙ୍କ ସ୍ୱୀକାରୋକ୍ତି

ୟୁପିଏ ସରକାର ଲୋକତାନ୍ତ୍ରିକ ଥିଲା। ଏହ କାରଣରୁ ସମସ୍ତେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଥିଲେ। ସମସ୍ତଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ପ୍ରତି ଲିଟର ପିଛା ୭୦ ଟଙ୍କାରେ ଇନ୍ଧନ ମିଳୁଥିଲା। ସେତେବେଳେ ତୈଳ ଦର ବଢିବା ପରେ ସେମାନେ ଟ୍ୱିଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏବେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ରହିଛି। କ'ଣ ଏବେ ଏକଛତ୍ରବାଦୀ ମୋଦି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହାସ ନାହିଁ?        

Also Read: ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ

 

ଏହା ସହିତ ନାନା ପାଟୋଲ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ସମୟରେ ବଲିଉଡ ଅଭିନେତାଙ୍କୁ ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ଅଭିନୀତ ୭-୮  ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି। ଏହା ସହିତ ଅମିତାଭ ବଚ୍ଚନ ମଧ୍ୟ ଅନେକ ଫିଲ୍ମରେ ନଜର ଆସିବେ। ଉଭୟ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ମଧ୍ୟ ଅନେକ ଫିଲ୍ମର ସୁଟିଂ ଶେଷ କରିଛନ୍ତି।