ଲକ୍ଷ୍ନୌ: ହିନ୍ଦୁ, ଭଗବାନ ଶ୍ରୀରାମ, ରାମ ଭକ୍ତଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଟଣାହୋଇଛନ୍ତି କଂଗ୍ରେସ ନେତା ରସିଦ ଆଲଭି। ଜୟ ଶ୍ରରାମ ନାରା ଲଗାଉଥିବା ଲୋକଙ୍କୁ ସେ ରାମାୟଣ ଯୁଗର କାଳନେମୀ ରାକ୍ଷାସ ବୋଲି କହିଛନ୍ତି। ରାମରାଜ୍ୟ ନାରା ଲଗାଉଥିବା ଲୋକେ ମୁନି ନୁହଁନ୍ତି। ଏଭଳି ନାରା ଲଗାଉଥିବା ଲୋକ ସମାଜରେ ଘୃଣାଭାବ ପ୍ରସାର କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶର (Uttar Pradesh) ସମ୍ଭଲ (Sambhal) ଜିଲ୍ଲା ଠାରେ ଚାଲିଥିବା ୫ ଦିନିଆ କଲକି ମହୋତ୍ସବରେ (Kalki Mahotsav) ପହଞ୍ଚିଥିବା କଂଗ୍ରେସ ନେତା ରସିଦ ଅଲଭି (Congress Leader Raashid Alvi) ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଟଣାହୋଇଛନ୍ତି। ଜୟ ଶ୍ରୀରାମ (Jai Shri Ram) ନାରା ଲଗାଉଥିବା ଲୋକଙ୍କୁ ସେ ରାମାୟଣ ଯୁଗର (Ramayan Yug) କାଳନେମୀ ରାକ୍ଷାସ (Demon Kalanemi) ସହ ତୁଳନା କରିଛନ୍ତି। ଏହା ସେ କହିଛନ୍ତି ଆମେ ମଧ୍ୟ ଚାହୁଁଛୁ ଯେ ଦେଶରେ ରାମ ରାଜ୍ୟ (Ramarajya) ପ୍ରତିଷ୍ଠା ହେବା ଆବଶ୍ୟକ ହେଲେ ଯେଉଁ ରାଜ୍ୟରେ ଉଭୟ ଛେଳି ଆଉ ସିଂହ ଗୋଟିଏ ଘାଟରେ ପାଣି ପିଉଛନ୍ତି ସେହି ଦେଶରେ କିପରି ଘୃଣା ହୋଇପାରେ। 


Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ


ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି କଂଗ୍ରେସ ନେତା କହିଛନ୍ତି ଆଜିକାଲି ଜୟ ଶ୍ରୀରାମ ନାରା ଲଗାଉଥିବା କରି କିଛି ଲୋକ ଦେଶବାସୀ ବିଭ୍ରାନ୍ତ କରୁଛନ୍ତି। ଏଭଳି ଲୋକଙ୍କ ଠାରୁ ସତର୍କ ରହିବା ଆବଶ୍ୟକ। ଯେଉଁମାନେ ବର୍ତ୍ତମାନ ଜୟ ଶ୍ରୀରାମ କହୁଛନ୍ତି ସେମାନେ ସ୍ନାନ ନକରି ଏଭଳି ନାରା ଦେଉଛନ୍ତି। ଏବେ ଅନେକ ଲୋକ ଜୟ ଶ୍ରୀରାମ ଜପ କରୁଛନ୍ତି ହେଲେ ସେମାନେ ସମସ୍ତେ ସାଧୁ ନୁହଁନ୍ତି।


Also Read: ଅଯୋଧ୍ୟା ଉପରେ ପୁସ୍ତକ ଲେଖି BJP ଟାର୍ଗେଟରେ Salman Khurshid


କଂଗ୍ରେସ ନେତାଙ୍କ ଏଭଳି ବୟାନ ଶୁଣିବା ପରେ ଏହା ଉପରେ ଜବାବ ରଖି ବିଜେପି ନେତା ଅମିତ ମାଲବୀୟ (BJP Leader Amit Malviya) କହିଛନ୍ତି କଂଗ୍ରେସ ନେତା ସୁଲମାନ ଖୁର୍ସିଦଙ୍କ ପରେ ଏବେ ରସିଦ ଅଲଭି ଜୟ ଶ୍ରୀରାମ ନାରା ଲଗାଉଥିବା ଲୋକଙ୍କୁ ରାମାୟଣ ଯୁଗର କାଳନେମୀ ରାକ୍ଷାସ ବୋଲି କହୁଛନ୍ତି। ରାମ ଭକ୍ତଙ୍କ ପ୍ରତି କଂଗ୍ରେସ ବିଚାରଧାରରେ କେତେ ବିଷ ମିଶିଛି ତାହା ଏଥିରୁ ଜଣାପଡୁଛି।


Also Read: Hindutva: Salman Khurshid ଙ୍କ ପରେ BJP ଟାର୍ଗେଟରେ Digvijaya Singh


ଅନ୍ୟପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ପ୍ରବକ୍ତା ରାକେଶ ତ୍ରିପାଠୀ କହିଛନ୍ତି କିଏ ହିନ୍ଦୁଙ୍କୁ କେତେମାତ୍ରାରେ ଅପାମାନତ କରିପାରିବ ସେ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଏ ପ୍ରକାର ପ୍ରତିଯୋଗୀତା ଚାଲିଛି। ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଭୁ ରାମ ଏବଂ କୃଷ୍ଣଙ୍କୁ କାଳ୍ପନିକ ବୋଲି କହୁଛନ୍ତି, ରାମ ସେତୁ ଭାଙ୍ଗିବା ପାଇଁ ସତ୍ୟାପାଠ ଦାଖଲ କରୁଛନ୍ତି, ମନ୍ଦିର ଯାଉଥିବା ଲୋକ ମହିଳାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି କହୁଛନ୍ତି। ହିନ୍ଦୁଙ୍କ ପ୍ରତି ଏଭଳି ଅପମାନ କଂଗ୍ରେସ ପାଇଁ ବହୁତ ମହଙ୍ଗା ପଡ଼ିବ।