ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କୁ ଲାଗିଛି ଝଟକା। ରାଜ୍ୟର ବରେଲି କ୍ୟାଣ୍ଟ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁପ୍ରିୟା ଆରୋନ ଦଳ ଛାଡ଼ି ସମାଜବାଦୀ ପାର୍ଟି ହାତ ଧରିଛନ୍ତି।    ଦଳର ସୁପ୍ରିମୋ ଅଖିଲେଶ ଯାଦବ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଥିଲେ। ସୁପ୍ରିୟା ଆରୋନ ହେଉଛନ୍ତି ଜଣେ ପୂର୍ବତନ ମେୟର। ତାଙ୍କ ସ୍ୱାମୀ ପ୍ରବୀଣ ଆରନ ହେଉଛନ୍ତି ଜଣେ ପୂର୍ବତନ ସାଂସଦ ଯିଏ ସମାଜବାଦୀ ପାର୍ଟି ହାତ ଧରି ସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ସୁପ୍ରିୟା ଆରୋନଙ୍କୁ ଦଳରେ ସ୍ୱାଗତ କରାଯାଉଥିବା କହିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ସେ ଅନ୍ୟ କୌଣସି ଦଳର ଆସିନାହାଁନ୍ତି। ପୂର୍ବରୁ ସେ ଆମ ଦଳରେ ଥିଲେ। ତାଙ୍କୁ ଦଳରେ ସ୍ୱାଗତ କରୁଛି।


Also Read: UP Election 2022: ଅଖିଲେଶ ଯାଦବଙ୍କ ଲାଗି ଆସନ ସ୍ଥିର କଲା ସମାଜବାଦୀ ପାର୍ଟି, ଏଥର ହେବେ କି ସଫଳ?


ଦିନକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଗତ ଗୁରୁବାର ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସଢୁ ପ୍ରମୋଦ ଗୁପ୍ତା ଦଳ ଛାଡି ବିଜେପି ହାତ ଧରିଥିଲେ। ଅନ୍ୟପଟେ କଂଗ୍ରେସ ପୋଷ୍ଟର ଗର୍ଲ ଡ.ପ୍ରିୟଙ୍କା ମୌର୍ଯ୍ୟ, କାନପୁର ଜିଲ୍ଲାର ଗୋବିନ୍ଦ ଆସନର ପୂର୍ବତନ ବିଏସପି ପ୍ରାର୍ଥୀ ସୁନୀଲ ଶୁକ୍ଳା ବିଜେପି ହାତ ଧରିଛନ୍ତି। ସେ ବହୁତ ଦିନ ଧରି ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ।



ବିଜେପି ହାତ ଧରିବା ପରେ ପ୍ରମୋଦ ଗୁପ୍ତା କହିଥିଲେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଚାଟୁକାର ଘେରି ନେଇଛନ୍ତି। ଦଳରେ କେହି ତାଙ୍କ କଥା ଶୁଣୁନାହାଁନ୍ତି। ମୁଲାୟମ ସିଂହଙ୍କୁ ସେ ବହୁତ କଷ୍ଟ ଦେଇଛନ୍ତି। ଏପରିକି ତାଙ୍କୁ ବନ୍ଧକ ବନାଇ ରଖିଛନ୍ତି। ବର୍ତ୍ତମାନ ତାଙ୍କର ଅବସ୍ଥା ଯାହା ହୋଇଛି ସେଥିପାଇଁ ଅଖିଳେଶ ଯାଦବ ଦାୟୀ। ସମାଜବାଦୀ ପାର୍ଟିର ୨୦ ବିଧାୟକ ବିଜେପି ହାତ ଧରିବ ଲାଗି ପ୍ରସ୍ତୁତ ଅଛନ୍ତି। ଯଦି ବିଜେପି ନେତୃବୃନ୍ଦ ମୋତେ ଅନୁମତି ଦିଅନ୍ତି ତାହେଲେ ରଘୁରାଜ ଶାକ୍ୟ, ଶିବ କୁମାରଙ୍କ ସମେତ ଦଳର ଆହୁରି ଅନେକ ବିଧାୟକ ସମାଜବଦୀ ପାର୍ଟି ଛାଡିବେ। ରାଜ୍ୟର ବିଧୁନା ଆସନର ବିଧାୟକ ରହିଥିବା ପ୍ରମୋଦ ଗୁପ୍ତା ହେଉଛନ୍ତି ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବଙ୍କ ମଉସା ତଥା ତାଙ୍କର ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ଭିଣୋଇ।   


Also Read: କାହିଁକି ସମାଜବାଦୀ ପାର୍ଟି ଛାଡି଼ ବିଜେପି ହାତ ଧରିଲେ ଅପର୍ଣ୍ଣା ଯାଦବ?


ଦଳ ଛାଡିବା ପରେ  କଂଗ୍ରେସ ପୋଷ୍ଟର ଗର୍ଲ ଡ.ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି ମୋତେ ରାଜ୍ୟର ସରୋଜିନୀ ନଗର ବିଧାନସଭା ଆସନ ଲାଗି ଦଳୀୟ କାର୍ଯ୍ୟ କରିବା ଲାଗି କୁହାଯାଇଥିଲା। ହେଲେ ଦଳୀୟ ନେତା ଏହି ଆସନର କଂଗ୍ରେସ ଟିକେଟ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ  ଦଳ "ଲଡକି ହୁଁ ଲଡ ସକତି ହୁଁ" ନାରା ଦେଇ ନିର୍ବାଚନକୁ ମାତ୍ର। ମାତ୍ର ମୁଁ ଝିଅ ହୋଇଥିବା ସତ୍ତ୍ୱେ ଦଳ ମୋ କଥା ଶୁଣିନଥିଲା। ଏପରି ଚିନ୍ତାଧାରା ସହିତ କାମ କରିପାରିବି ନାହିଁ। ଏହି କାରଣରୁ ବିଜେପିରେ ଯୋଗ ଦେଇଛି। ବିଜେପି ପକ୍ଷରୁ ଟିକେଟ ପାଇବା ଲାଗି ମୁଁ କୌଣସି କୌଣସି ସର୍ତ୍ତ ରଖି ନାହିଁ।



Also Read: 'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'


ଅନ୍ୟପଟେ ବିଜେପି ସହଯୋଗରେ ଉତ୍ତର ପ୍ରଦେଶ ବିଧାନସଭା ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟି ବିଧାୟକ ନୀତିନ ଅଗ୍ରୱାଲ ଗତ ବୁଧବାର ନିଜ ପଦ ସହ ଦଳ ମଧ୍ୟ ଛାଡି଼ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ନରେଶ ଅଗ୍ରୱାଲଙ୍କ ପୁଅ ହେଉଛନ୍ତି ନୀତିନ।  ଯିଏ ରାଜ୍ୟର ହରଦୋଇ ଆସନର ବିଧାୟକ ଅଛନ୍ତି। ସେ ବିଜେପି ସହ ଦୀର୍ଘ ଦିନ ଧରି ଯୋଗାଯୋଗରେ ଥିଲେ।