'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'
Advertisement
Article Detail0/zeeodisha/odisha1074974

'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'

ଅଖିଳେଶ ଯାଦବ ପୂର୍ବାଞ୍ଚଳ  କିମ୍ବା ମଧ୍ୟ ଉତ୍ତର ପ୍ରଦେଶର କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି। 

 'ଆଜମଗଡ଼ ଲୋକଙ୍କ ଠାରୁ  ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ଟିକେଟ ମିଳିବା ପରେ ଏହି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ମୁଖ୍ୟମନ୍ତ୍ରୀ ଯୋଗୀ ଏଥର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଗୋରଖପୁର ସଦର ଆସନରୁ ନିର୍ବାଚନ ଲଢିବେ। 

ନିଜର ରାଜନୈତିକ ଜୀବନରେ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବ (Akhilesh Yadav)। ବର୍ତ୍ତମାନ ସେ  ଉତ୍ତର ପ୍ରଦେଶର ଆଜମଗଡ଼ ଲୋକସଭା ଆସନର ସାଂସଦ (Azamgarh Lok Sabha MP) ଅଛନ୍ତି। ପ୍ରଥମ ଥର ଲାଗି ୨୦୦୦ ମସିହାରେ କନ୍ନୌଜ ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ। 

ଗତ ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବାଜିମାତ କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଖିଳେଶ ଯାଦବ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। 

Also Read: UP Election 2022: BJP କୁ ଟାର୍ଗେଟ କରି Akhilesh Yadav ଙ୍କୁ ଏହି ପରାମର୍ଶ ଦେଲା Shiv Sena

ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ଅଖିଲେଶ ଯାଦବ।  ଯଦିଓ ସେ ରାଜ୍ୟର କେଉଁ ଆସନରୁ ନିର୍ବାଚନ ଲଢିବେ ସେ ନେଇ ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଅଖିଳେଶ ଯାଦବ ପୂର୍ବାଞ୍ଚଳ  କିମ୍ବା ମଧ୍ୟ ଉତ୍ତର ପ୍ରଦେଶର କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି। ଏହା ମଧ୍ୟ କୁହାଯାଉଛି ସେ ଆଜମଗଡ କିମ୍ବା ଗାଜିପୁର ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ଏନେଇ ପ୍ରତିକ୍ରିୟା ରଖି ଅଖିଲେଶ ଯାଦବ କହିଛନ୍ତି ମୁଁ ଆଜମଗଡ଼ ଲୋକଙ୍କ ଠାରୁ  ଅନୁମତି ନେବା ପରେ ବିଧାନସଭା ନିର୍ବାଚନ ଲଢିବି।