ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦେଶରେ ଜାରିରହିଛି କୃଷକ ଆନ୍ଦୋଳନ। ଗତ ବର୍ଷ ଡିସେମ୍ବରରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ବୁଧବାର ନୂଆ କୃଷି ଆଇନକୁ ନେଇ ସଂସଦ ବାହାରେ ମୁହାଁମୁହିଁ ହୋଇଛନ୍ତି ଶିରୋମଣି ଅକାଳୀ ଦଳ ସାଂସଦ ହରସମ୍ରିତ କୌର ଏବଂ କଂଗ୍ରେସ ସାଂସଦ ରବନୀତ ବିଟ୍ଟୁ।            


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରୀୟ କୃଷି ଆଇନକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ବିତର୍କ ହୋଇଥିଲା। ଯାହାର ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି। ବୁଧବାର ସଂସଦ ବାହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ଏସଏଡି ସାଂସଦ ହରସମ୍ରିତ କୌର ପ୍ଲାକାର୍ଡ ଧରି କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ କଂଗ୍ରେସ ସାଂସଦ ରବନୀତ ବିଟ୍ଟୁ ଆସି ପହଞ୍ଚି ଯାଇଥିଲେ।


Also Read: ଏନଡିଏକୁ ଝଟକା: ମେଣ୍ଟରୁ ବାହାରି ଗଲା ଶିରୋମଣି ଅକାଳୀ ଦଳ


କୃଷି ଆଇନ ବିରୁଦ୍ଧରେ ଏସଏଡି ସାଂସଦ ନକଲି ପ୍ରଦର୍ଶନ କରୁଛନ୍ତି ବୋଲି କହିଥିଲେ କଂଗ୍ରେସ ସାଂସଦ। ଯେତେବେଳେ ସେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ମନ୍ତ୍ରୀ ପଦରେ ଥିବା ସମୟରେ ସେ ନିଜ ଏହି ପ୍ରସ୍ତାବକୁ ପାରିତ କରାଇଥିଲେ। ଯେତେବେଳେ ଲୋକ ଏହି ଆଇନକୁ ବିରୋଧ କରିବା ଆରମ୍ଭ କରିଥିଲେ ସେତେବେଳେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।


Also Read: ମୋଦିଙ୍କୁ ଝଟକା ଦେଲେ ସୁଖବୀର


କଂଗ୍ରେସ ସାଂସଦଙ୍କ ପ୍ରତିକ୍ରିୟା ଶୁଣିବା ପରେ ଏହା ଉପରେ ଜବାବ ରଖି ହରସମ୍ରିତ କୌର କହିଥିଲେ କୃଷି ଆଇନ ପାରିତ ହେବା ସମୟରେ ମୋ ନିକଟରେ ମନ୍ତ୍ରୀ ପଦ ନଥିଲା। ଏ କଥା ଶୁଣିବା ପରେ କଂଗ୍ରେସ ସାଂସଦ କହିଥିଲେ ଏସଏଡି ସାଂସଦ ମିଛ କହୁଛନ୍ତି। ମନ୍ତ୍ରୀ ପଦରେ ଥିବା ସମୟରେ ସେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରିନଥିଲେ। ଘରକୁ ଆସିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 


Also Read: ମୋଦି ସରକାରଙ୍କୁ ଝଟକା, କୃଷି ଅଧ୍ୟାଦେଶ ବିରୋଧରେ କ୍ୟାବିନେଟରୁ ଇସ୍ତଫା ଦେଲେ ହରସିମରତ


ଏହାର ପାଲଟା ଜବାବ ଦେଇ ହରସମ୍ରିତ କୌର କହିଥିଲେ କଂଗ୍ରେସ କାରଣରୁ ସଂସଦରେ ନୂଆ କୃଷି ଆଇନ ପାରିତ ହୋଇଥିଲା। କାରଣ ଯେତେବେଳେ ଏହି ପ୍ରସ୍ତାବ ସଂସଦରେ ଆଗତ ହୋଇଥଲା ସେତେବେଳେ କଂଗ୍ରେସ ସାଂସଦ ଗୃହତ୍ୟାଗ କରିବାରୁ ଏହି ବିଲ ପାରିତ ହୋଇଯାଇଥିଲା।