ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ଅଲଗା ହୋଇଯାଇଛି ଏହାର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ।
Trending Photos
ନୂଆଦିଲ୍ଲୀ: ଚଳିତ ସଂସଦରେ ଆଗତ ହୋଇଥିବା କୃଷି ବିଧେୟକ (Farmers Bill) କୁ ବିରୋଧ କରି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି-ବିଜେପି (BJP-Bhartiya Janata Party) ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ(NDA-National Democratic Alliance) ମେଣ୍ଟରୁ ଅଲଗା ହୋଇଯାଇଛି ଏହାର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ-ଏସଏଡି (Shiromani Akali Dal) ।
ଏହାପୂର୍ବରୁ ଯେତେବେଳେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ହରସମ୍ରିତ କୌର (Harsimrat Kaur Badal) ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ, ସେତେବେଳେ ଏସଏଡି ଏନଡିଏ ମେଣ୍ଟରୁ ଦୂରେଇ ଯିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । ସେତେବେଳେ ଦଳର ସଭାପତି ସୁଖବୀର ସିଂ ବାଦଲ (Sukhbir Singh Badal) ଏହାକୁ ଅସ୍ୱୀକାର କରିଥିଲେ ।
ଏନେଇ ସେ କହିଛନ୍ତି ଯେ 'ଆମେ ଏହି ନିୟମ ଆଣିଥିବା ଏନଡିଏର ଅଂଶ ହୋଇପାରିବୁ ନାହିଁ। ସର୍ବସମ୍ମତି କ୍ରମେ ଦଳ ଏନଡିଏ ମେଣ୍ଟରୁ ବାହାରିବା ନେଇ ନିଷ୍ପତ୍ତି ନେଇଛି ।
Shiromani Akali Dal (SAD) has decided to pull out of BJP-led NDA alliance because of the centre’s stubborn refusal to give statutory legislative guarantees to protect assured marketing of farmers crops on MSP & its continued insensitivity to Punjabi & Sikh issues: SAD pic.twitter.com/lC3xHczDm2
— ANI (@ANI) September 26, 2020