ମୋଦିଙ୍କୁ ଝଟକା ଦେଲେ ସୁଖବୀର
Advertisement
Article Detail0/zeeodisha/odisha787968

ମୋଦିଙ୍କୁ ଝଟକା ଦେଲେ ସୁଖବୀର

ମେଣ୍ଟରୁ ଏସଏଡି ବାହାରିବା ପରେ ଏବେ ପଞ୍ଜାବ ରାଜନୀତିରେ ଏକୁଟିଆ ଅଂଶଗ୍ରହଣ କରିବାକୁ ଅଣ୍ଟା ଭିଡିଛି ବିଜେପି। 

ମୋଦିଙ୍କୁ ଝଟକା ଦେଲେ ସୁଖବୀର

ଚଣ୍ଡିଗଡ: କୃଷି ବିଧେୟକ ବିଲକୁ (Agriculture Bill 2020) ବିରୋଧ କରି ବିଜେପି (BJP)ନେତୃତ୍ୱାଧିନ ଏନଡିଏ (NDA)ମେଣ୍ଟରୁ ବାହାରି ଯାଇଥିଲା ଶିରୋମଣି ଅକାଳୀ ଦଳ-ଏସଏଡି (SAD-Shiromani Akali Dal)।  ମେଣ୍ଟରୁ ଏସଏଡି ବାହାରିବା ପରେ ଏବେ ପଞ୍ଜାବ ରାଜନୀତିରେ ଏକୁଟିଆ ଅଂଶଗ୍ରହଣ କରିବାକୁ ଅଣ୍ଟା ଭିଡିଛି ବିଜେପି। 

ଏହିକ୍ରମରେ ଦଳ ଆଗାମୀ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) ବିଜେପି ରାଜ୍ୟର ସମସ୍ତ ୧୧୭ ଆସନରେ ପ୍ରତିଦ୍ୱନ୍ଦିତା କରିବା ନେଇ ଜଣାଇଛନ୍ତି ବିଜେପି ମହାସଚିବ (BJP General Secretary)ତରୁଣ ଚୁଗ। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି  ଦଳ ପକ୍ଷରୁ ଏନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା ସେ ଜଣାଇଛନ୍ତି।  

ତୃଣମୂଳ ସ୍ତରରେ ବିଜେପି କର୍ମୀଙ୍କୁ ଏକତ୍ର କରି ରାଜ୍ୟର ୨୩ ହଜାର ମତଦାନ କେନ୍ଦ୍ରରେ ସାଙ୍ଗଠନିକ ଢାଞ୍ଚାକୁ ମଜବୁତ କରାଯାଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟୟ ଚଳିତ ମାସ ୧୯ ତାରିଖରେ ଡିଜିଟାଲ୍ ଉପାୟରେ ଦଳର ୧୦ଟି ଜିଲ୍ଲା କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ଏ ସମ୍ପର୍କିତ ପ୍ରସ୍ତୁତି ବାବଦରେ ତଦାରଖ କରିବେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେ ୩ ଦିନିଆ ରାଜ୍ୟ ଗସ୍ତ କରିବେ ବୋଲି ଜଣାଇଛନ୍ତି ବିଜେପି ମହାସଚିବ। 

ପଞ୍ଜାବ ବିଜେପି ରାଜ୍ୟ ଶାଖା (Punjab BJP Unit)ସଭାପତି ଅଶ୍ୱିନୀ ଶର୍ମାଙ୍କ ନେତୃତ୍ୱରେ ଦଳୀୟ ନେତା ମୋଦି ସରକାରଙ୍କ ୧୬୦ଟି ଲୋକକଲ୍ୟାଣକାରୀ ଯୋଜନା ବାବଦରେ ରାଜ୍ୟବାସୀଙ୍କୁ ଅବଗତ କରିବେ। ରାଜ୍ୟରେ କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ କରାଯାଇଥିବ କାର୍ଯ୍ୟ ବାବଦରେ ଲୋକଙ୍କୁ ଜଣାଇବେ। ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି ବୋଲି କହିଛନ୍ତି ବିଜେପି ମହାସଚିବ।

ପ୍ରାୟ ୨ ମାସ ପୂର୍ବେ ଏସଏଡି କେନ୍ଦ୍ରୀୟ କୃଷି ବିଧେୟକ ବିଲକୁ ବିରୋଧ କରି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ବାହାରି ଯାଇଥିଲା। ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ଦୁଇ ଦଳ ମଧ୍ୟରେ ଆସନ ବାଣ୍ଟିବାର ସୂତ୍ର ଅନୁଯାୟୀ ରାଜ୍ୟର ମୋଟ ୧୩ଟି ଲୋକସଭା ଆସନରୁ ୩ ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ବିଧାନସଭା ଆସନରୁ ୨୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ବିଜେପି। ଉଭୟ ନିର୍ବାଚନରେ ବାକି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିଲା ଏସଏଡି। ଏନଡିଏ ମେଣ୍ଟରୁ ବାହାରି ଯିବା ନେଇ ନିଜ ଆଡୁ ଜଣାାଇଥିଲେ ଏସଏଡି ମୁଖିଆ ସୁଖବୀର ସିଂହ ବାଦଲ।