USA China Data War: ପ୍ରଥମେ ଋଷିଆ-ୟୁକ୍ରେନ ଯୁଦ୍ଧ ଆଉ ଏବେ ଚୀନ-ତାଇୱାନ ବିବାଦ ଉପରେ ରହିଛି ସମଗ୍ର ବିଶ୍ୱର ନଜର। ମାତ୍ର ଏହା ମଧ୍ୟରେ ଚୀନ ନିଜର ନୂଆ ଚାଲ ଚଲାଇବାକୁ ପଛଘୁ଼ଞ୍ଚା ଦେଇନାହିଁ। ହେଲେ ବର୍ତ୍ତମାନ ସମୟରେ ଅର୍ଥାତ ଆଜିର ବିଜ୍ଞାନ ଯୁଗରେ ସାମରିକ ଶକ୍ତି ନୁହେଁ ବରଂ ତଥ୍ୟ ହେଉଛି ସବୁଠାରୁ ବଡ ଶକ୍ତି। ସାମ୍ପ୍ରତିକ ସମୟରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ  ଶକ୍ତିଶାଳୀ ରାଷ୍ଟ୍ର ଆମେରିକା-ଚୀନ। ତଥ୍ୟ ଚୋରି ନହେବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଆମେରିକାର ଅନେକ ବିଶ୍ୱବିଦ୍ୟାଳୟର ଜେନେଟିକ୍ ଗବେଷକ ୱାଙ୍ଗ ଜିଆଙ୍ଗ, ଚୀନ ଠାରେ ଅବସ୍ଥିତ ବିଶ୍ୱର ସର୍ବବୃହତ ବାୟୋଟେକ୍ କମ୍ପାନୀ ବିଜିଆଇ ଅଧ୍ୟକ୍ଷ ଅଛନ୍ତି। ଏହି କମ୍ପାନୀ ବହୁ ଦଶନ୍ଧି ଧରି ଆମେରିକାର ଜଣାଶୁଣା ଜେନେଟିକ୍ସ ବିଶେଷଜ୍ଞଙ୍କ ସହ କାମ କରିଆସୁଛି। ହେଲେ ଯେତେବେଳେ କରୋନା ମାମଲା ବଢିଲା,ସେତେବେଳେ ୱାଙ୍ଗ ଆମେରିକାରେ ପରୀକ୍ଷା ପାଇଁ ଏକ ବଡ଼ ଲ୍ୟାବ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତଥ୍ୟ ଚୋରି ନହେବା ପାଇଁ ଏହି ପ୍ରସ୍ତାବୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।


Also Read; ଫେରିବ ଟିକଟକ୍! ସରକାରଙ୍କ ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ


ନ୍ୟାସନାଲ କାଉଣ୍ଟର ଇଣ୍ଟେଲିଜେନ୍ସ ଆଣ୍ଡ ସିକ୍ୟୁରିଟି ସେଣ୍ଟର ଚେତାବନୀ ଦେଇ କହିଛି ଯେ କୋରୋନା ମାମଲା ମାଧ୍ୟମରେ ବିଦେଶୀ ଶକ୍ତି ବାୟୋମେଟ୍ରିକ ତଥ୍ୟ ଚୋରି କରିପାରିବେ। ଆମେରିକାରେ ଟ୍ରମ୍ପ ସରକାରରେ ସର୍ବୋଚ୍ଚ କାଉଣ୍ଟର ଗୁପ୍ତଚର ଅଧିକାରୀ ରହିଥିବା ବିଲ୍ ଇଭାନିନା କହିଛନ୍ତି ଯେ ଆଜିର ବିଜ୍ଞାନ ଯୁଗରେ ପରୀକ୍ଷାଗାର ହେଉଛି ଟ୍ରୋଜାନ୍ ଘୋଡା ଅର୍ଥାତ୍ ଲୁକ୍କାୟିତ ଶତ୍ରୁ। ସେ ଏହାକୁ ଚୀନ୍ ସରକାରଙ୍କ ଡିଏନ୍ଏ ସଂଗ୍ରହ ଏବଂ ଡାଟା ମାଇନିଂ ବୋଲି କହିଛନ୍ତି।


ଆମେରିକୀୟ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ, ଗୁଗୁଲ, ଟ୍ୱିଟର, ନିଜ ବ୍ୟବହାରୀଙ୍କ ଡାଟା ବ୍ୟବହାର କରି ବିଜ୍ଞାପନ ଜରିଆରେ ବେଶ ମୋଟା ଅଙ୍କ ଅର୍ଥ ରୋଜଗାର କରିଥାନ୍ତି। ମାତ୍ର କେତେକ ସାଇବର ବିଶେଷଜ୍ଞ  ବିଶ୍ୱାସ କରନ୍ତି ଯେ, ଏହା ରାଷ୍ଟ୍ରୀୟ ସୁରକ୍ଷା ଲାଗି ବିପଦ ହୋଇପାରେ। ଏହି କାରଣରୁ ଅନେକ ତଥ୍ୟ ଏବେ ବିପଦରେ ରହିଛି।  


Also Read: IT Rules 2021 ଆଧାରରେ ବ୍ୟାନ ହେଲା ୨୦ YouTube Channels ଏବଂ ୨ Websites


ବର୍ତ୍ତମାନ ଏକ ଅଘୋଷିତ ଏକ ଡର  ଆମେରିକାକୁ ଘାରୁଛି। ତାହା ହେଉଛି ଚୀନ ଆମେରିକୀୟ ଲୋକଙ୍କୁ ପ୍ରଭାବିତ କରିବା ପାଇଁ କର୍ପୋରେଟ୍ ତଥ୍ୟ ଚୋରି କରୁଛି ଏବଂ ଜ୍ଞାନକୌଶଳର ଭବିଷ୍ୟତ ଉପରେ ପ୍ରାଧାନ୍ୟ ବିସ୍ତାର କରିବ। ନ୍ୟୁଜ୍ ୱିକ୍ ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଆମେରିକାର ଅନେକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଚୀନ କମ୍ୟୁନିଷ୍ଟ ପାର୍ଟି ଦେଶର ଆମେରିକୀୟ ତଥ୍ୟକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି।


Also Read: ଭାରତ ରାସ୍ତାରେ ଆମେରିକା: ଚୀନୀ ଆପ୍ ବ୍ୟାନ କରିବାକୁ ଚାଲିଛି ଯୋଜନା


ଆମେରିକା ଠାରେ କାର୍ଯ୍ୟ କରୁଥିବା ଚୀନ କମ୍ପାନୀ ଦ୍ୱାରା କରାଯିବାକୁ ଥିବା ସାମ୍ଭାବ୍ୟ ତଥ୍ୟ ଚୋରୀ ଆଶଙ୍କାକୁ ନେଇ  ସତର୍କ ଅଛନ୍ତି ଆମେରିକୀୟ ବିଶେଷଜ୍ଞ। ଏନେଇ ସେମାନେ ଦେଶର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଚୀନ୍ ଆମେରିକାର ନାଗରିକଙ୍କ ଉପରେ ଗୁପ୍ତଚର ଗିରି କରିବା ସହିତ ଏହାର ଅର୍ଥନୈତିକ, ସାମରିକ ଏବଂ ବ୍ୟବସାୟିକ ସ୍ୱାର୍ଥକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଷଡଯନ୍ତ୍ର କରୁଛି। ପୂର୍ବରୁ ସୋସିଆଲ ମିଡି଼ଆ ଆପ୍ ଟିକ ଟକ ବ୍ୟାନ କରିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଆମେରିକା-ଚୀନ।