IT Rules 2021 ଆଧାରରେ ବ୍ୟାନ ହେଲା ୨୦ YouTube Channels ଏବଂ ୨ Websites
Advertisement
Article Detail0/zeeodisha/odisha1052673

IT Rules 2021 ଆଧାରରେ ବ୍ୟାନ ହେଲା ୨୦ YouTube Channels ଏବଂ ୨ Websites

ଦେଶ ବିରୋଧି କାର୍ଯ୍ୟ ବାବଦରେ ପ୍ରଥମେ ଭାରତୀୟ ସୁରକ୍ଷା ଏଜେନ୍ସି ଅବଗତ ହୋଇଥିଲା।

IT Rules 2021 ଆଧାରରେ ବ୍ୟାନ ହେଲା ୨୦ YouTube Channels ଏବଂ ୨  Websites

ନୂଆଦିଲ୍ଲୀ: ଦେଶ ବିରୋଧି ପ୍ରଚାର ଚଳାଇବା ଅଭିଯୋଗରେ ସୋମବାର ଭାରତ ସରକାର ପାକିସ୍ତାନ ମାଟିରୁ ପରିଚାଳିତ ୨୦ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାର IT Rules 2021 ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  

ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (Ministry of Information & Broadcasting) ଆଇବି ସଚିବ ଅପୂର୍ବ ଚନ୍ଦ୍ରା (I&B Secretary Apurva Chandra) ୟୁଟ୍ୟୁବ୍ (YouTube) ଏବଂ ଟେଲିକମ୍ ବିଭାଗକୁ (Telecom Department) ଏକ ପତ୍ର ଲେଖି ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା ଉପରେ ପ୍ରଭାବ ପକାଉଥିବା ଏଭଳି ୨୦ ୟୁଟ୍ୟୁବ୍ ଚ୍ୟାନେଲ (YouTube Channels) ଏବଂ ୨ ୱେବସାଇଟ୍ (Website) ଉପରେ ନିଷେଧାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ବାବଦରେ ଅବଗତ ଥିବା ଲୋକେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ ଏହା କହିଛନ୍ତି।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ (Pakistani Intelligence Agency ISI) ସହାୟତାରେ ଏଭଳି ଭାରତ ବିରୋଧି କାର୍ଯ୍ୟ କରାଯାଉଥିଲା। ଏଭଳି କାର୍ଯ୍ୟରେ ଜଡି଼ତ ରହିଥିବା ଏକ ଗୋଷ୍ଠୀ ମଧ୍ୟରୁ ଗୋଟିଏ ହେଉଛି 'ନୟା ପାକିସ୍ଥାନ' (Naya Pakistan)। ଯାହାର ୟୁଟ୍ୟୁବ ଚ୍ୟାନେଲରେ ୨ ଲକ୍ଷରୁ ଅଧିକ ସବ୍-ସ୍କ୍ରାଇବର (YouTube Subscribers) ଅଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ କାଶ୍ମୀର, କୃଷକ ଆନ୍ଦୋଳନ ଏବଂ ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରିତ ହେଉଥିଲା।

Also Read: ଟିକଟକ୍ ଓ ୟୁସି ବ୍ରାଉଜର ସମେତ ୫୯ଟି ଚୀନୀ ଆପକୁ ମୋଦି ସରକାର କଲେ ବ୍ୟାନ୍

ଏଭଳି ଦେଶ ବିରୋଧି କାର୍ଯ୍ୟ ବାବଦରେ ପ୍ରଥମେ ଭାରତୀୟ ସୁରକ୍ଷା ଏଜେନ୍ସି (Security Agencies of India) ଅବଗତ ହୋଇଥିଲା। ଏହା ପରେ ଆଇବି ମନ୍ତ୍ରଣାଳୟ (IB Ministry) ପକ୍ଷରୁ ଏକ ଅନୁସନ୍ଧାନ କରାଯାଇଥିଲା। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଆଇଟି ନିୟମ ୨୦୨୧ (IT Rules 2021) ଅନୁଯାୟୀ ଜରୁରୀକାଳୀନ ଭିତ୍ତିରେ ଭାରତ ବିରୋଧି କାର୍ଯ୍ୟରେ (Anti-India propaganda) ସମ୍ପୃକ୍ତ ଥିବା ୱେବସାଇଟ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଆଇବି ମନ୍ତ୍ରଣାଳୟରୁ ହୋଇଥିବା ଅନୁସନ୍ଧାନରୁ ଜଣାପଡିଥିଲା ଏହି ୱେବସାଇଟ ପାକିସ୍ତାନ ମାଟିରୁ ପରିଚାଳିତ ହେଉଛି। ଏହା ଜରିଆରେ ପ୍ରସାରିତ କରାଯାଉଥିବା ବିଷୟବସ୍ତୁ ଦେଶର ରାଷ୍ଟ୍ରୀୟ ସୁରକ୍ଷାକୁ ପ୍ରଭାବିତ ଭଳି କାର୍ଯ୍ୟ କରୁଛି। ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ ୧୫ଟି ନୟା ପାକିସ୍ଥାନ ଗୋଷ୍ଠୀର ମାଲିକାନାର ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରୁ ଦି ନେକଡ୍ ଟ୍ରୁଥ (The Naked Truth),'୪୮ ନ୍ୟୁଜ୍' (48 News) ଏବଂ 'ଜୁନେଦ ହଲିମ ଅଫିସିଆଲ' (Junaid Halim Official) ପ୍ରମୁଖ ଅନ୍ତର୍ଭୂକ୍ତ ରହିଛି।

Also Read: ଭାରତ ରାସ୍ତାରେ ଆମେରିକା: ଚୀନୀ ଆପ୍ ବ୍ୟାନ କରିବାକୁ ଚାଲିଛି ଯୋଜନା

ଆଇବି ମନ୍ତ୍ରଣାଳୟ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ୩୭୦ ଧାରା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଲିବାନୀ ଯୋଦ୍ଧାଙ୍କ କଥାବସ୍ତୁ ଥିବା ଭିଡିଓର ପ୍ରାୟ ୩ ମିଲିୟନ୍ ଭ୍ୟୁ ରହିଛି। ଏହି ୟୁଟ୍ୟୁବ୍ ଚ୍ୟାନେଲର ମୋଟ ସବ୍-ସ୍କ୍ରାଇବର ହେଉଛି ୩.୫ ମିଲିୟନ୍ ହେବ ଏବଂ ଭାରତ ସହିତ ଜଡିତ ବିଷୟବସ୍ତୁ ଭିଡ଼ିଓର ଭ୍ୟୁ ପ୍ରାୟ ୫୦୦ ମିଲିୟନ ରହିଛି।

ଏହି ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ମିଥ୍ୟା ଭିଡି଼ଓ ପ୍ରସାରିତ କରାଯାଉଥିଲା। ଏହା ପୂର୍ବରୁ ସୁରକ୍ଷା ଏଜେନ୍ସି କୃଷକ ଆନ୍ଦୋଳନ ବେଳେ ସକ୍ରିୟ ଥିବା ମୌଳବାଦୀ ଗୋଷ୍ଠୀକୁ (Radical Element) ଚିହ୍ନଟ କରିଥିଲେ। ଶିଖ୍ ଫର ଜଷ୍ଟିସ୍ (Sikhs for Justice) ଏସଏଫଜି (SFJ) ଭଳି ଭାରତ ବିରୋଧି ଶକ୍ତି (Anti India Element) କୃଷକ ଆନ୍ଦୋଳନକୁ (Farmer Protest) ଆଗେଇବା ପାଇଁ ଉସକାଇଥିଲା। 

Also Read: ଅଭିନବ ପ୍ରୟାସ: ମୋବାଇଲରୁ ଚୀନ ଆପ ହଟାନ୍ତୁ, ମାଗଣାରେ ମାସ୍କ ନିଅନ୍ତୁ

ଏହି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ ନିଷିଦ୍ଧ ହେବାର  ୪୮ ଘଣ୍ଟା ମଧ୍ୟରେ ଆନ୍ତଃ ବିଭାଗୀୟ କମିଟି (Inter Departmental Committee) ଆଇଡିସି (IDC) ଠାରେ ଉପସ୍ଥାପିତ ହେବ, ଯାହା ପରେ ଏହାକୁ ଆଇଟି ନିୟମ ୨୦୨୧ ଅନୁଯାୟୀ ଏକ କମିଟି ଅନୁମୋଦନ କରିବ।