ଫେରିବ ଟିକଟକ୍! ସରକାରଙ୍କ ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ
Advertisement
Article Detail0/zeeodisha/odisha783727

ଫେରିବ ଟିକଟକ୍! ସରକାରଙ୍କ ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ


ପୁଣି ଫେରିବ ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକ୍। ଟ୍ରମ୍ପ ପ୍ରଶାସନର ବ୍ୟାନ ଆଦେଶକୁ ଆମେରିକା କୋର୍ଟରେ କରିଛି ଚ୍ୟାଲେଞ୍ଜ।

ପ୍ରତିକାତ୍ମକ ଫଟୋ

ୱାଶିଂଟନ: ଆମେରିକାରେ ଫେରିପାରେ ଲୋକପ୍ରିୟ ସର୍ଟ ଭିଡିଓ ଆପ ଟିକଟକ୍। ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପ ପ୍ରଶାନର ବ୍ୟାନ ଆଦଶକୁ କୋର୍ଟର ଚ୍ୟାଲେଞ୍ଜ କରାଯାଇଛି। ଯାହାର ଶୁଣାଣି ଗୁରବାର ଦିନ ହୋଇପାରେ ବୋଲି ଆମେରିକା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।

ଟିକଟକର ପେରେଣ୍ଟ କମ୍ପାନୀ ବାଇଟ ଡ୍ୟାନ୍ସ ପକ୍ଷରୁ ଆମେରିକା କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆପ ଉପରେ ଯେଉଁ ବ୍ୟାନ ଲଗାଯାଇଛି, ତାହାକୁ ପ୍ରତ୍ୟାହାର ନିର୍ଦ୍ଦେଷ ଦେବାକୁ କମ୍ପାନୀ ଅପିଲ କରିଛି। ମଙ୍ଗଳବାର ଏହାର ଜରୁରୀ ଶୁଣାଣି ହୋଇନଥିବା ବେଳେ, ଗୁରୁବାର ଚୂଡାନ୍ତ ରାୟ ଆସିପାରେ।

ଏକ ବିବୃତ୍ତିରେ ବାଇଟ ଡ୍ୟାନ୍ସ କହିଛି ଯେ, ଆମେରିକାର ସରକାର ନୋଟିସ ଦେବାର ପ୍ରାୟ ଦୁଇ ମାସ ମଧ୍ୟରେ CFIUSକୁ ବିସ୍ତୃତ ସମାଧାନର ତଥ୍ୟ ପ୍ରଦାନ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ଆସିନାହିଁ।ଏବେ  ଆପର ତୃଟିର ସମାଧାନ ପାଇଁ ଏକାଧି ଦିଆଯାଇଛି। କିନ୍ତୁ ସେଗୁଡିକୁ ଗ୍ରହଣ କରାଯିବ କି ନାହିଁ ତାହା ଉପରେ କୌଣସି ସ୍ପଷ୍ଟତା ନାହିଁ ବୋଲି କମ୍ପାନୀ କହିଛି।

ସେପଟେ ଆମେରିକାରେ ଟିକଟକର ୧୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ଜୀବନ ଜିବୀକା ସଙ୍କଟରେ ପଡିଛି। ଯଦି କୋର୍ଟ ଆପ୍ କାର୍ଯ୍ୟକାରୀ ପାଇଁ ଆଦେଶ ଦିଅନ୍ତି, ତେବେ ସେମାନଙ୍କ ନିଯୁକ୍ତି ସୁରକ୍ଷିତ ରହିବ। ନଚେତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଏକ ସକରାତ୍ମକ ନିଷ୍ପତ୍ତି ନେବେ ବୋଲି କର୍ମଚାରୀମାନେ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରିଥିଲେ। ଏଥିରେ ବାଇଟ୍ ଡାନ୍ସକୁ ୯୦ ଦିନ ମଧ୍ୟରେ ଆମେରିକାରୁ ଟିକଟକ ଅପକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯହାର ଅବଧି ଆସନ୍ତାକାଲି ସରୁଛି। ଟିକଟକରେ ସୁରକ୍ଷା ଜନିତ ଅନେକ ତୃଟି ଥିବା ନେଇ ଅଭିଯୋଗ ହେଲା ପରେ ଯୁକ୍ତରାଷ୍ଟ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ କମିଟି (CFIUS)ର ଏକ ଆନ୍ତଃ କମିଟି ଏହି ତଦନ୍ତ କରୁଛି।