Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ
ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଲାଗି ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା।
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଏଥର କୋରୋନା କଟକଣାରେ ମଧ୍ୟର ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା। ନିର୍ବାଚନ ସମୟରେ କୋଭିଡ୧୯ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୫ ରାଜ୍ୟର ମୋଟ ୬୯୦ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ।
ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଲାଗି ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ ପ୍ରକ୍ରିୟା। ୧୦ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ। ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଲାଗି ଫେବୃଆରୀ ୧୪ ତାରିଖ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେହିପରି ମଣିପୁର ଲାଗି ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏବଂ ଉତ୍ତର ପ୍ରଦେଶ ଲାଗି ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।
Also Read: Assembly Election 2022: ଶୁକ୍ରବାର ହେବ ତାରିଖ ଘୋଷଣା! ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା
କେଉଁ ରାଜ୍ୟର କେତେ ଆସନ ଲାଗି ହେବ ଭୋଟଗ୍ରହଣ
ଉତ୍ତର ପ୍ରଦେଶ: ୪୦୩
ପଞ୍ଜାବ: ୧୧୭
ଉତ୍ତରାଖଣ୍ଡ: ୭୦
ମଣିପୁର: ୬୦
ଗୋଆ: ୪୦
କେଉଁ ତାରିଖରେ କେଉଁ ପର୍ଯ୍ୟାୟ ଲାଗି ହେବ ମତଦାନ
ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ
ଫେବୃଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ
ଫେବୃଆରୀ ୧୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ
ଫେବୃଆରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ
ଫେବୃଆରୀ ୨୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ
ଫେବୃଆରୀ ୨୭ ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ
ମାର୍ଚ୍ଚ ୩ ତାରିଖରେ ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ
ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ
ମୋଟ ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ପ୍ରତ୍ୟେକ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ
ସେହିପରି ପଞ୍ଜାବର ୧୧୭, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଆସନ ଲାଗି ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ
ଅନ୍ୟପଟେ ୬୦ ଆସନ ବିଶିଷ୍ଟ ମଣିପୁରରେ ୨୭ ଫେବୃଆରୀ ଏବଂ ୩ ମାର୍ଚ୍ଚ ତାରିଖରେ ୨ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ
ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ
୨୦୨୨ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀ
ପ୍ରଥମ ଥର ଲାଗି ମତଦାନ କରିବେ ୨୪.୯ ଲକ୍ଷ ମତଦାତା
ଉତ୍ତର ପ୍ରଦେଶରେ ବଢିଛି ୨୯ ପ୍ରତିଶତ ମହିଳା ମତଦାତାଙ୍କ ସଂଖ୍ୟା
ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟରେ ଅଛନ୍ତି ୧୮.୩୪ କୋଟି ମତଦାତା
ନିର୍ବାଚନ ପୂର୍ବରୁ ବୁଥ ପରିଦର୍ଶନ କରିଛନ୍ତି ନିର୍ବାଚନ ଅଧିକାରୀ
ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟରେ ହୋଇଛି ୨ ଲକ୍ଷ ୧୫ ହଜାର ୩୬୮ Polling Booth
ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବ PWD
୨୦୨୨ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଛି 'Know Your Candidate' ନାମକ ଏକ APP
On Line ମାଧ୍ୟମରେ ନାମାଙ୍କନ ଦାଖଲ କରିବାକୁ ମିଳିବ ସୁବିଧା
ଟଙ୍କା, ମଦ, ଡ୍ରଗ୍ସ ବନ୍ଦ କରିବା ପାଇଁ କରାଯାଇଛି ବ୍ୟବସ୍ଥା
ସମସ୍ତ ମତଦାନ ବୁଥ ଠାରେ ହୋଇଛି EVM-VVPAT ସୁବିଧା
ମତଦାନ କେନ୍ଦ୍ରରେ ମାସ୍କ, ଗ୍ଲୋଭସ୍ ଏବଂ ସାନିଟାଇଜରର ସୁବିଧା
cVIGIL, APP ମାଧ୍ୟମରେ ଫଟୋ ଅପଲୋଡ୍ କରି କରାଯାଇପାରିବ ଅଭିଯୋଗ ଦାଖଲ
ଅଭିଯୋଗ ହେବାରେ ୧୦୦ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ନିର୍ବାଚନ ଅଧିକାରୀ
ମତଦାନ ସମୟ ୧ ଘଣ୍ଟା ବୃଦ୍ଧି କରାଯିବ
ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ରୋଡ୍ ସୋ, ସାଧାରଣ ସଭା, ପଦ ଯାତ୍ରା କିମ୍ବା ଗାଡି ଯୋଗେ ହେଉଥିବା ଯାତ୍ରାକୁ ମିଳିବ ନାହିଁ ଅନୁମତି
ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ Campaign Curfew