ଶୁକ୍ରବାର ଆୟୋଜିତ ହେବାକୁ ଯାଉଥିବା ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ, ୨ ନିର୍ବାଚନ ଆୟୁକ୍ତ ଏବଂ ସମସ୍ତ ଉପନିର୍ବାଚନ ଆୟୁକ୍ତ ଉପସ୍ଥିତ ରହିବେ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଜାନୁଆରୀ ୭ ତାରିଖ ଶୁକ୍ରବାର ଏକ ବୈଠକ କରିବେ ନିର୍ବାଚନ ଆୟୋଗ। ଆସନ୍ତାକାଲି ଏହି ନିର୍ବାଚନ ଲାଗି ତାରିଖ ମଧ୍ୟ ଘୋଷଣା କରାଯାଇପାରେ। ସାଧାରଣତଃ ପ୍ରତ୍ୟେକ ଶୁକ୍ରବାର ଆୟୋଗର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ହେବାକୁ ଯାଉଥିବା ନିର୍ବାଚନକୁ ନେଇ ଆୟୋଜିତ ହେଉଥିବା ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି।
ଶୁକ୍ରବାର ଆୟୋଜିତ ହେବାକୁ ଯାଉଥିବା ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ, ୨ ନିର୍ବାଚନ ଆୟୁକ୍ତ ଏବଂ ସମସ୍ତ ଉପନିର୍ବାଚନ ଆୟୁକ୍ତ ଉପସ୍ଥିତ ରହିବେ। ଆସନ୍ତାକାଲି ହେବାକୁ ଯାଉଥିବା ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ନିର୍ବାଚନ ଆୟୋଗ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।
କୋରୋନା ସଂକ୍ରମଣ ସହ ଜଡିତ ମାମଲାରେ ମଧ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏଥର ନିର୍ବାଚନ କମିଶନ କୋରୋନା ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ଆହୁରି ଅଧିକ କଠୋର କରିପାରନ୍ତି।
ଏଥର ନିର୍ବାଚନ ଆୟୋଗ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବଢାଇଛନ୍ତି। ଚଳିତ ୨୦୨୨ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସମ୍ପର୍କରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଦରଦାମ ବୃଦ୍ଧି ଏବଂ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ଦାବିକୁ ପୂରଣ କରିବା ଲାଗି ଗଠିତ ହୋଇଥିବା କମିଟି ଆଧାରରେ ନିର୍ବାଚନ ଖର୍ଚ୍ଚ ସୀମାକୁ ବଢାଯାଇଛି।
Also Read: Assembly Election 2022: କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC
ବଡ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମାକୁ ୭୦ ଲକ୍ଷରୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଦିଲ୍ଲୀ, ଜାମ୍ମୁ କାଶ୍ମୀର ଛାଡି ବାକି ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଛୋଟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମାକୁ ୫୪ ଲକ୍ଷରୁ ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ବଡ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ବର୍ତ୍ତମାନ ୨୮ ଲକ୍ଷ ବଦଳରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସ୍ୱାଧିନତା ପାଇବେ। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ତଥା ଛୋଟ ରାଜ୍ୟରେ ନିର୍ବାଚନ ଖର୍ଚ୍ଚ ସୀମା ୨୦ ଲକ୍ଷରୁ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।