Dhamnagar Bypoll 2022, ଭଦ୍ରକ: ଧାମନଗର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ମଧ୍ୟରେ ଲଢେଇ ସେତିକି ତୀବ୍ର ହେବାରେ ଲାଗିଛି। ଏହା ସହ ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ରାଜନୀତି ମଧ୍ୟ ଯୋର ଧରିଛି। କଂଗ୍ରେସ, ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ମଧ୍ୟ ଶାସକ ଦଳ ଉପରେ ବର୍ଷିଛି। ଯେଉଁମାନଙ୍କ ବିରୋଧରେ ଆକ୍ସନ ହୋଇଛି ସେମାନଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି। ସେପଟେ ଧାମନଗର ଉପନିର୍ବାଚନ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଯୋର ଧରିଛି ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ରାଜନୀତି। ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ନ ହେଲେ ଏହାକୁ ବିରୋଧ କରି କଂଗ୍ରେସ ନେତା ଟଙ୍କା ଛଡ଼ାଇବେ ବୋଲି ଦଳ କହିଛି। ଏହା ସହ ନିର୍ବାଚନ କମିଶନ ନିକଟରେ କଂଗ୍ରେସ ଅଭିଯୋଗ କରିଛି ଯେ, ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଲାଗି ପଡ଼ିଛନ୍ତି। ଆଟାଜ୍ ଧରି ମନ୍ତ୍ରୀ ଆଉ ବିଧାୟକ ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି। ସରକାରୀ କର୍ମଚାରୀମାନେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତେଇବାକୁ କାମ କରୁଛନ୍ତି। ଏସଏଚଜି ଗୋଷ୍ଠୀ ଜରିଆରେ ପଇସା ବଣ୍ଟା ହେଉଛି। ଯୁବକ ସଂଘ ଗୁଡ଼ିକ ଜରିଆରେ ଯୁବକମାନଙ୍କୁ ଟଙ୍କା ବଣ୍ଟା ଯାଉଛି। ଯେଉଁମାନେ ଟଙ୍କା ବାଣ୍ଟୁଛନ୍ତି ତାଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି କଂଗ୍ରେସ ଦାବି କରିଛି। 


Also Read: Dhamnagar Bypoll 2022: ବୁଝାଇବାରେ ବିଫଳ ହୋଇ ବିଦ୍ରୋହୀ ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି


ସେପଟେ ବୁଧବାର ସିଇଓଙ୍କୁ ଭେଟିଛି ବିଜେପି ଟିମ। ଧାମନଗର ନିର୍ବାଚନ ମଣ୍ଡଳର ୨୬ଟି ଅତି ସମ୍ବେଦନଶୀଳ ଏବଂ ୮୭ଟି ସମ୍ବେଦନଶୀଳ ବୁଥର ତାଲିକା ବିଜେପି ପକ୍ଷରୁ ଦିଆଯାଇଛି । ଏହି ସବୁ ବୁଥରେ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ଭୋଟ ଗ୍ରହଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି। ଏହା ସହ ଟଙ୍କା ବଣ୍ଟା ମାମଲାରେ ଯେଉଁମାନଙ୍କ ବିରୁଦ୍ଧରେ ଆକ୍ସନ ନେଇଛନ୍ତି ବୋଲି ସିଇଓ କହୁଛନ୍ତି, ସେମାନଙ୍କ ବିରୁଦ୍ଧରେ କେବଳ କେସ ରୁଜ୍ଜୁ ନୁହେଁ ଗିରଫ କରିବାକୁ ବିରୋଧି ଦଳ ଦାବି କରିଛି। ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନଙ୍କୁ ବିଜେପିର ଟିମ ଭେଟିଛି। 


ସେପଟେ ନିର୍ବାଚନ କମିଶନଙ୍କ କହିବା କଥା ହେଲା, ରାଜନୈତିକ ଦଳ ଅନେକ ଅଭିଯୋଗ କରିଛନ୍ତି। ତାକୁ ଜିଲ୍ଲାପାଳଙ୍କୁ ପଠାଉଛୁ। ଭେରିଫିକେନ କରାଯାଉଛି। ୪୮ ଘଣ୍ଟା ମଧ୍ୟରେ ସମାଧାନ କରାଯାଉଛି। ଏପରିକି ଏସଏଚଜି ମହିଳା ଟଙ୍କା ବଣ୍ଟା ଭାଇରାଲକୁ ନେଇ ଆଇନ ଅନୁଯାୟୀ ଏଫଆଇର ପଞ୍ଜିକୃତ କରାଯାଇଛି। କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି
ଏଫଆଇର ପଞ୍ଜିକୃତ କରାଯାଇଛି। ଏହା ସହ ଜେଏମଏଫସି କୋର୍ଟରେ ବି ତାଙ୍କୁ ପ୍ରଦ୍ୟୁସ କରାଯାଇଛି ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି।


ଏହା ସହ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ବ୍ୟାପକ ପ୍ରସ୍ତୁତି କରିଛି। ସମ୍ବେଦନଶୀଳ ବୁଥ ଚିହ୍ନଟ ସହ ପୋଲିଂ ପାର୍ଟି ଯିବା ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ପୋଲିସ ବ୍ୟବସ୍ଥା ବ୍ୟାପକ ସହ ଅବଜର୍ଭର ଆସିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ନଭେମ୍ବର ଏକ ତାରିଖରେ ଧାମନଗର ଉପନିର୍ବାଚନ ପ୍ରଚାର ଶେଷ ହେବା ସହ ତିନିରେ ଭୋଟ ଓ ଛଅରେ ଫଳାଫଳ ଘୋଷଣା ହେବ। ଧାମନଗର ଉପନିର୍ବାଚନରେ ୧୧୦୦ ପୁଲିଙ୍ଗ ଅଧିକାରୀ ରହିବେ। ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟ ହେବ। ୧୦୬ଟି ସମ୍ବେଦନଶିଳ ବୁଥ ରହିଛି। ନଭେମ୍ବର ଏକ ତାରିଖରେ ପୋଲିଂ ପାର୍ଟି ଯିବେ।
ନିୟୋଜିତ ପୋଲିଂ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଧାମନଗରର ଭୋଟର ହୋଇନଥିବେ କିମ୍ବା ତାଙ୍କର ପୈତୃକ ଘର ସେଠାରେ ହୋଇନଥିବ। ଫଳରେ ନିରପେକ୍ଷ ନିର୍ବାଚନ ହୋଇପାରିବ।


Also Read: କଂଗ୍ରେସ ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା


ସେହିପରି ଧାମନଗର ଉପନିର୍ବାଚନ ପାଇଁ ଦୁଇ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଜଣେ ସାଧାରଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ଉଭୟ ପର୍ଯ୍ୟବେକ୍ଷକଙ୍କ ଫୋନ ନମ୍ବର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସର୍ବ ସାଧାରଣ କରାଯାଇଛି। ଯେ କୌଣସି ଅଭିଯୋଗ ନେଇ ସେମାନଙ୍କ ସହ ସିଧାସଳଖ ଦୃଷ୍ଟି ଆକର୍ଷଣ କରାଯାଇପାରିବ। ସାଧାରଣ ପର୍ଯ୍ୟବେକ୍ଷକ ପଶ୍ଚିମବଙ୍ଗ କ୍ୟାଡ଼ର ଆଇଏଏସ ଅଫିସର ନିରଞ୍ଜନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ହେଉଛନ୍ତି ଆଇଆରଏସ ଅଧିକାରୀ ପ୍ରଣେସ ଗୁପ୍ତା। ଉଭୟ ନିର୍ବାଚନ ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି। ନିର୍ବାଚନ ପ୍ରକ୍ରିୟା, ସରକାରୀ ଅଧିକାରୀଙ୍କ ବ୍ୟବହାର, ଆଦର୍ଶ ଆଚରଣ ବିଧି ଉଲଂଘନ ବାବଦରେ ଯାହାର କୌଣସି ଅଭିଯୋଗ ଥିବ ସିଧାସଳଖ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସିଇଓ ପରାମର୍ଶ ଦେଇଛନ୍ତି।


ଶୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ୬୪୧ଟି ଅନୁମତି ପ୍ରାପ୍ତ ମାରଣାସ୍ତ୍ର ଧାମନଗରର ବିଭିନ୍ନ ପୋଲିସ ଷ୍ଟେସନରେ ଡିପୋଜିଟ ହୋଇଛି। ୧୯୦୯ ଜଣ ଲୋକଙ୍କୁ ୧୦୭ ଓ ୧୧୬ ଧାରାରେ ଗିରଫ କରାଯାଇଛି । ୧୭୨ ନନ୍ ବେଲେବୁଲ ୱାରେଣ୍ଟଙ୍କୁ ଗିରଫ କରାଯାଇଛି। ଏହା ସହ ୧୫ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଛି ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।