କଂଗ୍ରେସରେ ଅସନ୍ତୋଷ ବଢାଉଛି ନିର୍ବାଚନ; ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା
Advertisement
Article Detail0/zeeodisha/odisha1400700

କଂଗ୍ରେସରେ ଅସନ୍ତୋଷ ବଢାଉଛି ନିର୍ବାଚନ; ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା

Satya Prakash Nayak: ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। କିନ୍ତୁ ଏହି ନିର୍ବାଚନରେ ଭୋଟ ଦେବାକୁ ଓଡିଶା ପିସିସି ସାଧାରଣ ସଂପାଦକ ବଞ୍ଚିତ ହୋଇଛନ୍ତି। ଭୋଟ ଦେଇନପାରିବାରୁ ସତ୍ୟ ନାୟକ ଅସନ୍ତୋଷ ପ୍ରକାଶ କରିଛି। ସେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି।

କଂଗ୍ରେସରେ ଅସନ୍ତୋଷ ବଢାଉଛି ନିର୍ବାଚନ; ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା

ଭୁବନେଶ୍ୱର: ଯେତେବେଳେ ନିର୍ବାଚନ ଆସୁଛି, ସେତେବେଳେ କଂଗ୍ରେସରେ ଅସନ୍ତୋଷ ବଢୁଛି। ସେ କେନ୍ଦ୍ରରେ ନିର୍ବାଚନ ହେଉ ଅବା ରାଜ୍ୟରେ, ସବୁବେଳେ ବିଦ୍ରୋହର ସ୍ୱର ଉଠୁଛି। ଏବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସମଧ୍ୟ ତାହା ଦେଖିବାକୁ ମିଳିଛି। ନିର୍ବାଚନ ତାଲିକାରୁ ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ସତ୍ୟ ପ୍ରକାଶ ନାୟକ ଓ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନାହିଁ। ଯହାପରେ ସତ୍ୟ ନାୟକ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପରେ ସେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କଂଗ୍ରେସରେ ଅସନ୍ତୋଷ ନେତାଙ୍କ ଅଭାବ ନାହିଁ। ଆଉ ଏହାର ଝଲକ କେବଳ ନିର୍ବାଚନ ସମୟରେ ଦେଖିବାକୁ ମିଳିଥାଏ। ରାଜସ୍ଥାନ ନିର୍ବାଚନ ବେଳେ ସଚିନ ପାଇଲଟ ଓ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ମଧ୍ୟ ସେହି ନିଆଁ କୁହୁଳୁଛି। ମଧ୍ୟପ୍ରଦେଶରେ କମଲନାଥ ବନାମ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିବାଦ ପାଇଁ ସରକାର ଭାଙ୍ଗିଗଲା। ପଞ୍ଜାବ ନିର୍ବାଚନ ବେଳେ କ୍ୟାପଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ଖଣ୍ଡଯୁଦ୍ଧ କାହାକୁ ଅଛପା ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ମହମ୍ମଦ ମୋକିମ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ବୋଲି, ସେ ଆଜି ଯାଏ ଦଳରୁ ଅଲଗା ରହୁଛନ୍ତି। 

Also Read: Odisha Weather Update: ବଢ଼ିଲା ବାତ୍ୟା ଆଶଙ୍କା, ସରକାର ଡାକିଲେ ଜରୁରୀ ବୈଠକ

ଏବେ କଂଗ୍ରେସର ଅସନ୍ତୁଷ୍ଟ ତାଲିକାରେ ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ସତ୍ୟ ପ୍ରକାଶ ନାୟକ ନାମ ଯୋଡି ହୋଇଛି। ସୋମବାର ଏଆଇସିସି ସଭାପତି ନିର୍ବାଚନ ଆୟୋଜନ ହୋଇଥିଲା। ସବୁ ପ୍ରଦେଶ କମିଟି ପରି ଓଡିଶାରେ ମଧ୍ୟ ମତଦାନ ହୋଇଛି। ଏଥିରେ କଂଗ୍ରେସ ସାଂସଦ ଶପ୍ତଗିରି ଉଲ୍ଲକା, ୮ ବିଧାୟକ, ପିସିସି ସଭାପତି ଓ ଅନ୍ୟ ସଦସ୍ୟମାନେ ଭୋଟ ଦେଇଥିଲେ। ରାଜ୍ୟ କଂଗ୍ରେସ ଭବନରେ ମୋଟ ୪୧୨ଟି ଭୋଟ ପଡିଛି। ବୁଧବାର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମତଦାନରୁ ଦୂରେଇ ରହିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତାଲିକାରେ ସତ୍ୟ ପ୍ରକାଶ ନାୟକଙ୍କ ନାଁ ନଥିଲା।

ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। କିନ୍ତୁ ଏହି ନିର୍ବାଚନରେ ଭୋଟ ଦେବାକୁ ଓଡିଶା ପିସିସି ସାଧାରଣ ସଂପାଦକ ବଞ୍ଚିତ ହୋଇଛନ୍ତି। ଭୋଟ ଦେଇନପାରିବାରୁ ସତ୍ୟ ନାୟକ ଅସନ୍ତୋଷ ପ୍ରକାଶ କରିଛି। ସେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ପ୍ରଭାରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ନିଜେ ସତ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି। ସତ୍ୟ ପ୍ରକାଶଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ମହମ୍ମଦ ଓ ସତ୍ୟ ନାୟକ, ଆପକୁ ଯାଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଛି।

Also Read: ଅଲୋଡ଼ା ହେଲା ଅତ୍ୟାଧୁନିକ ସେବା: ବୃନ୍ଦାବତି ନିବାସ ଛାଡିଲେ ହବିଷ୍ଯାଳୀ, ହଜାରେରୁ ଊର୍ଦ୍ଧ୍ୱ ଅସୁସ୍ଥ

ନିଜର ବେବାକ୍ ଓ ରୋକଠୋକ ଅନ୍ଦାଜ ପାଇଁ ସତ୍ୟ ପ୍ରକାଶ ନାୟକ ଖୁବ ପ୍ରସିଦ୍ଧ। ସେ ସବୁବେଳେ ତଥ୍ୟକୁ ନେଇ ନିଜର ଯୁକ୍ତି ଉପସ୍ଥାପନ କରନ୍ତି। ଖଣି ଦୁର୍ନୀତି ହେଉ କିମ୍ବା ଶୀକ୍ଷେତ୍ର କରିଡର ପ୍ରକଳ୍ପ ସବୁବେଳେ ସେ ସରକାରଙ୍କୁ ଘେରିଛନ୍ତି। ଏପରି କି ହାତୀ ମୃତ୍ୟୁକୁ ନେଇ ମଧ୍ୟ ସେ ସମ୍ପୃକ୍ତ ବିଭାଗକୁ ଟାର୍ଗେଟ କରିଛନ୍ତି। କିନ୍ତୁ ବର୍ତ୍ତମାନ କଂଗ୍ରେସର ସେହି ଶକ୍ତିଶାଳୀ ସିପାହୀ ନିଜ ଅସ୍ତ୍ର ଛାଡି ଦେଇଛନ୍ତି। ସତ୍ୟ ନାୟକ କଂଗ୍ରେସର ପ୍ରାଥମିକ ସଦସ୍ୟତାକୁ ଇସ୍ତଫା ଦେଇନାହାନ୍ତି ସତ, କିନ୍ତୁ ଦଳ ପ୍ରତି ତାଙ୍କର ଅହଂଭାବ ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡୁଛି। ତେବେ ଖୁବଶୀଘ୍ର ସେ କଂଗ୍ରେସକୁ ମଧ୍ୟ ବାଏ ବାଏ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ସତ୍ୟ ନାୟକଙ୍କ ସହ ବିଧାୟକ ମୋକିମ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଦଳ  ଛାଡିପାରନ୍ତି।

ରାଜ୍ୟରେ ଦୁଇ ନମ୍ବର ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଖସିଛି। ସେପଟେ ଦିଲ୍ଲୀ, ପଞ୍ଜାବ ହୋଇ କେଜ୍ରିୱାଲ ମଡେଲ, ଓଡିଶାରେ ପ୍ରବେଶ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। କିଛି ମାସ ହେଲେ ଓଡିଶାରେ ଆମ ଆଦମୀ ପାର୍ଟି ସକ୍ରିୟ ହୋଇଯାଇଛି। ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆପ, ରାଜ୍ୟରେ ନିଜର ସଂଗଠନ ବିସ୍ତାର କରିବାକୁ ଯୋଜନା କରିଛି। କୁହାଯାଉଛି, ଖୁବଶୀଘ୍ର ଆପ୍ ଓଡିଶାରେ କଂଗ୍ରେସକୁ ରିପ୍ଲେସ କରିବ। କିନ୍ତୁ ଏଥିପାଇଁ ଦଳକୁ ମାନବ ସମ୍ବଳର ଆବଶ୍ୟକତା ରହିଛି। କିନ୍ତୁ ନିଶିକାନ୍ତଙ୍କୁ ସାଥ ଦେବା ପାଇଁ ଓଡିଶାରେ କୌଣସି ଟାଣୁଆ ନେତା ନାହାନ୍ତି। ତେଣୁ କଂଗ୍ରେସ, ବିଜେପି ଓ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଆପ୍ ନିଜ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛି।