AIMIM in Gujarat Election 2022: ଚଳିତ ବର୍ଷ  ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ହେଲ ଏହା ପୂର୍ବରୁ ବିଭିନ୍ନ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର। ଏହି କ୍ରମରେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଏନେଇ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ବ୍ୟତୀତ ଗୁଜୁରାଟ ରାଜନୀତିରେ ଅସାଦୁଦ୍ଦିନ ଓୱେସିଙ୍କ (Asaduddin Owaisi) ଦଳ କେତେ ପ୍ରଭାବଶାଳୀ? ଗୁଜୁରାଟର ମୁସଲିମ ମତଦାତା (Gujarat MuslimVoter) ଏଆଇଏମଆଇଏମ (AIMIM) ଦ୍ୱାରା ପ୍ରଭାବିତ ହେବେ କି? ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସର୍ଭେ କରାଯାଇଛି। ଯେଉଁଥିରେ ଲୋକେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି।


ସର୍ଭେ ବେଳେ ଗୁଜୁରାଟର ମୁସଲିମ ମତଦାତାଙ୍କ ମଧ୍ୟରେ ଅସାଦୁଦ୍ଦିନ ଓୱେସିଙ୍କ ପ୍ରଭାବ ରହିଛି ନା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଆଶ୍ଚର୍ଯ୍ୟଜନକ ଉତ୍ତର ମିଳିଛି। ଏହି ସର୍ଭେରେ ୩୧ ପ୍ରତିଶତ ଲୋକ କହିଛନ୍ତି ଯେ ଗୁଜୁରାଟର ମୁସଲିମ ମତଦାତଙ୍କ ଉପରେ ଅସାଦୁଦ୍ଦିନ ଓୱେସିଙ୍କ ପ୍ରଭାବ ରହିଛି। ଅନ୍ୟପଟେ ୬୯ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଗୁଜୁରାଟର ମୁସଲମାନ ମତଦାତଙ୍କ ଉପରେ ତାଙ୍କର କୌଣସି ପ୍ରଭାବ ନାହିଁ।


ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖପାତ୍ର। ଏନେଇ ସେ କହିଛନ୍ତି ଯେ ଦଳ ଏହି ନିର୍ବାଚନରେ ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆମର ଦଳର ସଭାପତି ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ସେହି ସମସ୍ତ ରାଜ୍ୟରେ ଆମେ ନିର୍ବାଚନ ଲଢିବୁ ଯେଉଁଠି ଆମର ଶକ୍ତି ରହିଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଆମର କିଛି ବିଶେଷ କାରଣ ମଧ୍ୟ ଅଛି। ଗତ ବର୍ଷ ହୋଇଥିବା ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ପୌରସଂସ୍ଥା ନିର୍ବାଚନ ଫଳାଫଳ ଆମର ମନୋବଳ ବଢାଇଥିଲା। ଆମେ କେବଳ ୪-୫ ସହରରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିଲୁ। ଦଳର ୨୬ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ। ରାଜ୍ୟର ବିଭିନ୍ନ ସହରରୁ ୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ଦଳରେ ଯୋଗ ଦେଇଥିଲେ। ଦଳର ଗୁଜରାଟ ଶାଖା  ଅଧ୍ୟକ୍ଷ ଜଣେ ପୂର୍ବତନ କଂଗ୍ରେସ ବିଧାୟକ। ତାଙ୍କ ନେତୃତ୍ୱରେ ଦଳ ବହୁତ ଭଲ ପ୍ରଦର୍ଶନ କରିଛି।


Also Read: Gujarat Election 2022: କଂଗ୍ରେସ ଲାଗି ଚିନ୍ତ ବଢାଇଲା ଏଆଇଏମଆଇଏମ


ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବାର ଦଳୀୟ ପ୍ରସ୍ତତିକୁ ଜୋରଦାର କରିଛି ଏଆଇଏମଆଇଏମ। ଏନେଇ ଦଳର ଅଧ୍ୟକ୍ଷ ବିଭିନ୍ନ ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏନେଇ ଟ୍ୱିଟ କରି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଗୁଜୁରାଟ ନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କରିଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି। ଏଆଇଏମଆଇଏ ଗୁଜୁରାଟ ଲୋକଙ୍କ ଲାଗି ଏକ ଦୃଢ ସ୍ୱାଧୀନ ରାଜନୈତିକ ସ୍ୱର ଦେବ।


କେଉଁ ଆସନରୁ କିଏ ହେଲେ ଏଆଇଏମଆଇଏମ ପ୍ରାର୍ଥୀ? 


  • ବାପୁ ନଗର: ଶାହନାୱାଜ ଖାନ ପଠାନ

  • ଲିମ୍ବାୟତ: ଅବଦୁଲ ବସିର ଶେଖୋ

  • ଜମାଲପୁର: ସବିର କବାଲିୱାଲା,

  • ଡାନିଲିମଦା ଆସନ: କୌଶିକା ପାରମାର 

  • ପୂର୍ବ ସୁରଟ: ୱାସିମ କୁରେଶୀ