Gujarat Election 2022: କଂଗ୍ରେସ ଲାଗି ଚିନ୍ତ ବଢାଇଲା ଏଆଇଏମଆଇଏମ
Advertisement
Article Detail0/zeeodisha/odisha1188796

Gujarat Election 2022: କଂଗ୍ରେସ ଲାଗି ଚିନ୍ତ ବଢାଇଲା ଏଆଇଏମଆଇଏମ

 ମୁସଲମାନ ସମ୍ପ୍ରଦାୟର ନେତାଙ୍କ ଡର ଯେ ଯଦି  ମୁସଲିମ ମତଦାତ ବହୁଳ  ନିର୍ବାଚନମଣ୍ଡଳୀରେ ଏଆଇଏମଆଇଏମ ପ୍ରାର୍ଥୀ ଛିଡ଼ା କରେ ତାହେଲେ ଗୁଜୁରାଟ ବିଧାନସଭାରେ  ସେମାନଙ୍କ ପ୍ରତିନିଧିତ୍ୱ  ହ୍ରାସ ପାଇବ। 

 Gujarat  Election  2022:  କଂଗ୍ରେସ ଲାଗି  ଚିନ୍ତ ବଢାଇଲା  ଏଆଇଏମଆଇଏମ

AIMIM  in  Gujarat  Election 2022: ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ,  ଉତ୍ତର ପ୍ରଦେଶ ପରେ  ଏବେ  ୨୦୨୨ ଗୁଜୁରାଟ  ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି  ଏଆଇଏମଆଇଏମ। ଯଦିଓ  ଗୃହ ରାଜ୍ୟ ତେଲେଙ୍ଗାନାକୁ ଛାଡ଼ି  ଦଳ  ବିଭିନ୍ନ ରାଜ୍ୟର ରାଜନୀତିରେ  ସେପରି କୌଣସି ପ୍ରଭାବ  ବିସ୍ତାର କରି ପାରିନାହିଁ ମାତ୍ର  ଏହାର ପ୍ରଭାବ କଂଗ୍ରେସ ଉପରେ ପଡ଼ିପାରେ। 

 ମୁସଲମାନ ସମ୍ପ୍ରଦାୟର ନେତାଙ୍କ ଡର ଯେ ଯଦି  ମୁସଲିମ ମତଦାତ ବହୁଳ  ନିର୍ବାଚନମଣ୍ଡଳୀରେ ଏଆଇଏମଆଇଏମ ପ୍ରାର୍ଥୀ ଛିଡ଼ା କରେ ତାହେଲେ ଗୁଜୁରାଟ ବିଧାନସଭାରେ  ସେମାନଙ୍କ ପ୍ରତିନିଧିତ୍ୱ  ହ୍ରାସ ପାଇବ।  କେବେ  ବିଧାନସଭାକୁ  ୮ ମୁସଲିମ ବିଧାୟକ ପ୍ରତିନିଧିତ୍ୱ କରୁଥିଲେ।  ମାତ୍ର ୨୦୧୭  ବିଧାନସଭା ନିର୍ବାଚନରେ ମୁସଲିମ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ  ୩  ହୋଇଛି।

ଗତ  ରବିବାର ଏବଂ ସୋମବାର ଗୁଜୁରାଟ ଗସ୍ତରେ ଆସିଥିଲେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ (AIMIM  Chief  Asaduddin  Owaisi)। ଏହି ଅବସରରେ ସେ  ଅହମ୍ମଦାବାଦ ଏବଂ ବନସକଣ୍ଠା  ଜିଲ୍ଲାରେ  ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିଥିଲେ।    

Also Read:  Gujarat  Election  2022:  କଂଗ୍ରେସ ଲାଗି  ଚିନ୍ତ ବଢାଇଲା  ଏଆଇଏମଆଇଏମ 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ  ଏଆଇଏମଆଇଏମ  ଅଂଶଗ୍ରହଣ କରିବା ନେଇ ଏହି  ଜନସଭାରୁ ସଙ୍କେତ ମିଳୁଛି।  ଦଳ  ରାଜ୍ୟର  ସେହି ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଛି ଯେଉଁଠି କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଛନ୍ତି।  ଏହି ତାଲିକାରେ ଯୋଡ଼ି ହୋଇଛି  ରାଜ୍ୟର ଛପି ଅଞ୍ଚଳ।  ଯେଉଁଠି CAA-NRC ବିରୋଧରେ ଜୋରଦାର ଆନ୍ଦୋଳନ ହୋଇଥିଲା।  ଏହି ଅଞ୍ଚଳ ବଡ଼ଗାମ ବିଧାନସଭା ଆସନ ଅଧିନସ୍ଥ। ଯେଉଁଠୁ ଗତ ୨୦୧୭ ନିର୍ବାଚନରେ  ବିଧାୟକ  ଭାବେ ନିର୍ବାଚିତ ହୋଇଥିଲେ ଚର୍ଚ୍ଚିତ  ସାମାଜିକ କାର୍ଯ୍ୟକର୍ତ୍ତା  ଜିଗ୍ନେଶ ମେୱାନୀ।

ଗୁଜୁରାଟ ଜନସଂଖ୍ୟାରେ ୯.୬୭% ଅର୍ଥାତ ୫୮.୪୭ ହେଉଛନ୍ତି ମୁସଲମାନ।  ଏହି  ସଂଖ୍ୟା ଆଧାରରେ ରାଜ୍ୟ ବିଧାନସଭାକୁ ୧୮ ମୁସଲିମ ବିଧାୟକ ନିର୍ବାଚିତ ହେବା କଥା।  ରାଜ୍ୟରେ ଏପରି ୨୦ ବିଧାନସଭା ଆସନ ଅଛି ଯେଉଁଠି ମୁସଲିମ ଭୋଟ୍ ପ୍ରତିଶତ ୨୦ ପ୍ରତିଶତରୁ ଅଧିକ।  ହେଲେ ଗତ ନିର୍ବାଚନରେ ୩ ଜଣ ମୁସଲିମ ବିଧାୟକ ନିର୍ବାଚିତ ହୋଇଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଭୁଜ୍ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଆଦାମ ଚାକି ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ଯଦି ଏଆଇଏମଆଇଏମ ଏଠାରୁ ନିର୍ବାଚନ ଲଢେ ତାହେଲେ ମୁସଲିମ  ଭୋଟ ଆହୁରି ଭାଗ ଭାଗ ହୋଇଯିବ। ଯାହାର ପ୍ରଭାବ କଂଗ୍ରେସ ଉପରେ ପଡି଼ପାରେ। ରାଜ୍ୟର  ୩୪-୩୫ ଆସନରେ  ମୁସଲିମ ଭୋଟ ସେୟାର ହେଉଛି ୧୫-୧୬ %।  ହେଲେ କୌଣସି ବିପଦ ଉଠାଇବାକୁ ଚାହୁଁନାହିଁ। ଏହାକୁ ନଜରରେ ରଖି ଦଳ  ଅଧିକ ମୁସଲିମ ପ୍ରାର୍ଥୀଙ୍କୁ ଛିଡ଼ା କରୁଛି। ଏଆଇଏମଆଇଏମ  କଚ୍ଛ ଜିଲ୍ଲାର ଭୁଜ  ଏବଂ ଅବ୍ଦସା , ଅହମ୍ମଦବାଦ ଜିଲ୍ଲାର ଜମାଲପୁର-ଖାଡ଼ିଆ ଏବଂ ଦରିୟାପୁର ,  ଭରୁଚା ଜିଲ୍ଲାର  ଜମ୍ବୁସର, ବାଗରା,  ଭରୁଚ  ବିଧାନସଭା ଆସନରେ  ପ୍ରାର୍ଥୀ ଛିଡ଼ା କରିପାରେ।  

ଚଳିତ  ବର୍ଷ  ଅନୁଷ୍ଠିତ ହେଉଥିବା ରାଜ୍ୟ ବିଧାନସଭ ନିର୍ବାଚନରେ  ଏଆଇଏମଆଇଏମ ନିର୍ବାଚନ ଲଢିବା ଉପରେ ପ୍ରତିକ୍ରିୟା ରଖି ଗୁଜୁରାଟ ବିଜେପି  ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମୋହସିନ୍ ଲୋକଖାନୱାଲା କହିଛନ୍ତି ଯେ ଯେତେବେଳେ ବିଜେପି କଥା ଆସ ସେତେବେଳେ  ଦଳ ଏଆଇଏମ୍ଆଇଏମ  ପ୍ରବେଶକୁ ନେଇ ଚିନ୍ତିତ ନୁହେଁ। ଏଆଇଏମ୍ଆଇଏମ୍ ଜାତୀୟତାବାଦୀ ମୁସଲମାନ ଭୋଟକୁ ଭାଗ କରିପାରିବ ନାହିଁ। ସେମାନେ ହେଉଛନ୍ତି ପ୍ରତିବଦ୍ଧତା ରଖୁଥିବା ଭୋଟର।   

ଅନ୍ୟପଟେ ଗୁଜୁରାଟ ଏଆଇଏମଆଇଏମ ରାଜ୍ୟ ସଭାପତି ସାବୀର କବାଲିୱାଲା କହିଛନ୍ତି ଦଳ କେତେ ଆସନରେ ପ୍ରାର୍ଥୀ ଦେବେ ତାହା ସ୍ଥିର ହୋଇନାହିଁ। ଦଳ ଏକ ସର୍ଭେ କରୁଛି ଏବଂ ଏହାର ଫଳାଫଳକୁ ଆଧାର କରି ଦଳ ଏହାର  ପ୍ରାର୍ଥୀଙ୍କୁ ଛିଡ଼ା କରିବ।

Also Read: 'ମୁସଲମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି ବିଜେପି'

 

ଅନ୍ୟପଟେ ଜମାତ-ଏ-ଇସଲାମୀ-ହିନ୍ଦ  ରାଷ୍ଟ୍ରୀୟ ସଚିବ ଶଫି ମଦାନୀ କହିଛନ୍ତି  ଗୁଜରାଟ ରାଜନୀତିରେ ଏଆଇଏମଆଇଏମ ପ୍ରବେଶ କଂଗ୍ରେସ ଲାଗି ସତର୍କ ଘଣ୍ଟି ସଦୃଶ୍ୟ।  ମୋଡ଼ାସା-ଗୋଧରା ନଗରପାଳିକା ଏବଂ ଅହମ୍ମଦବାଦ ନଗର ନିଗମ ନିର୍ବାଚନରେ ଏହାର ଫଳାଫଳ ଦେଖିବାକୁ ମିଳିଛି।  ଗତ ୨୦୨୧     ମୋଡ଼ାସା ନଗର ପାଳିକା ନିର୍ବାଚନରେ ୯ ଏଆଇଏମଆଇଏଣ ଏବଂ ୭  କଂଗ୍ରେସ ପ୍ରାର୍ଥୀ  ନିର୍ବାଚିତ ହୋଇଛନ୍ତି। ପାଖାପାଖି ୫୦ କିମ୍ବା ଏହା ଠାରୁ ଅଧିକ ବିଧାନସଭା ଆସନରେ  ମୁସଲିମ ସମ୍ପ୍ରଦାୟର ପ୍ରଭାବ ରହିଛି। ମାତ୍ର ସେମାନଙ୍କର ପ୍ରତିନିଧିତ୍ୱ ନାହିଁ।  କାରଣ ବିଭିନ୍ନ ଦଳ କମ ମୁସଲିମ ପ୍ରାର୍ଥୀ ଛିଡା କରୁଛନ୍ତି।  ଯଦି କୌଣସି ଦଳ ମୁସଲିମ ପ୍ରାର୍ଥୀ ଦେଉଛନ୍ତି ତାହେଲେ ତାଙ୍କୁ ତାଙ୍କ ଭରସାରେ ଛାଡି଼ ଦିଆଯାଉଛି।  ମୁସଲିମ  ପ୍ରାର୍ଥୀଙ୍କୁ ଦଳ କିମ୍ବା ଅଣ ମୁସଲମାନ ସମ୍ପ୍ରଦାୟର କମ ସମର୍ଥନ  ମିଳିଥାଏ।  ଏହି କାରଣରୁ ସେମାନଙ୍କ  ଜିତ୍  ଏହା ଉପରେ ନିର୍ଭର କରିଥାଏ ଯେ  ସେମାନେ କେତେ ମୁସଲିମ ଭୋଟ ହାତେଇ ପାରୁଛନ୍ତି।