କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ଜନସମର୍ଥନ ହାତେଇବା ଲାଗି ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟଭିକ୍ଷା କରିଛନ୍ତି ରାଜ୍ୟରେ କ୍ଷମତାସୀନ ଶାସକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।  


COMMERCIAL BREAK
SCROLL TO CONTINUE READING

ଚଳିତ ନିର୍ବାଚନ ପାଇଁ ଦଳ ଲାଗି ସାମ୍ପ୍ରଦାୟିକତା ଆଧାରରେ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ (Muslim Community) ଭୋଟ ମାଗିବା ଟିଏମସି ସୁପ୍ରିମୋ ଙ୍କୁ (TMC Supremo) ମହଙ୍ଗା ପଡିଛି। ଏ ମାମଲାରେ ଗତ ବୁଧବାର ରାତିରେ ତାଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ-ଇସି (Election Commission)। ଏହାର ଉତ୍ତର ୪୮ ଘଣ୍ଟା ମଧ୍ୟରେ ଦେବା ଲାଗି ମମତା ବାନାର୍ଜୀଙ୍କୁ (Mamata Banerjee) ନିର୍ଦ୍ଦେଶ ଦେଇଛନ୍ତି ଇସି। 


Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee


 


ଭୋଟ ମାଗିବା ମାମଲାରେ ଇସି ପକ୍ଷରୁ ଦଳୀୟ ସୁପ୍ରିମୋଙ୍କୁ ମିଳିଥିବା ନୋଟିସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମସି ଲୋକସଭା ସାଂସଦ (TMC Lok Sabha MP) ମହୁଆ ମୋଇତ୍ରା (Mahua Moitra)। ଏନେଇ ଟ୍ୱିଟ କରି ସେ ପ୍ରଶ୍ନ କରିଛନ୍ତି ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ କ୍ରମେ ମମତା ଦିଦିଙ୍କୁ ନୋଟିସ ଜାରି କରିଛନ୍ତି ଇସି। ହେଲେ ବିଜେପି ପ୍ରାର୍ଥୀଙ୍କ ଦ୍ୱାରା ଟଙ୍କା ବଣ୍ଟାଯିବା ନେଇ ଟିଏମସି ପକ୍ଷରୁ ଭିଡିଓ ପ୍ରମାଣ ସହ ଯେଉଁ ଅଭିଯୋଗ କରାଯାଇଥିଲା ତାହା ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 


Also Read: West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି


କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ (Union Minority Minister) ମୁଖତାର ଅବ୍ବାସ ନକଭିଙ୍କ (Mukhtar Abbas Naqvi) ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକତା ଆଧାରରେ ଭୋଟ ମାଗୁଥିବା ନେଇ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥିଲା। ଏ ପ୍ରସଙ୍ଗରେ ବିଜେପି ତାରକା ପ୍ରଚାରକ ପିଏମ ମୋଦି ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଦିଦି ସମସ୍ତ ମୁସଲମାନ ମତଦାତାଙ୍କୁ ନିର୍ବାଚନ ପାଇଁ ଏକଜୁଟ ହୋଇ ତାଙ୍କ ଦଳକୁ ଭୋଟ ଦେବାକୁ କହୁଛନ୍ତି। ଯଦି ଆମେ ସମସ୍ତ ହିନ୍ଦୁଙ୍କୁ ଏକାଠି ହୋଇ ଏଥରର ବିଜେପିକୁ ଭୋଟ ଦେବା ଲାଗି କହିବୁ ତାହେଲେ ଆମକୁ ନିର୍ବାଚନ ଆୟୋଗ ପକ୍ଷରୁ ଉତ୍ତର ଦେବା ଲାଗି ନୋଟିସ ମିଳି ସାରନ୍ତାଣି।