TMC ନେତାଙ୍କ ଘର ବାହାରୁ ମିଳିଲା EVM, ୪ Sector Officer ନିଲମ୍ବିତ
Advertisement
Article Detail0/zeeodisha/odisha879346

TMC ନେତାଙ୍କ ଘର ବାହାରୁ ମିଳିଲା EVM, ୪ Sector Officer ନିଲମ୍ବିତ

ମତଦାନ ପୂର୍ବରୁ ଜଣେ ରାଜନେତାଙ୍କ ଘର ବାହାରୁ ଇଭିଏମ ମିଳିବା ଘଟଣା ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଛି। 

TMC ନେତାଙ୍କ ଘର ବାହାରୁ ମିଳିଲା EVM, ୪ Sector Officer ନିଲମ୍ବିତ

କୋଲକାତା: ଆସାମ ପରେ ଏବେ ପଶ୍ଚିମବଙ୍ଗରେ ଜଣେ ରାଜନେତାଙ୍କ ଘର ବାହାରୁ ଇଭିଏମ ଜବତ ହେବା ମାମଲା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତ୍ରୀରେ ହାୱଡା ଜିଲ୍ଲାର ଉଲୁବେରିଆ ଉତ୍ତର ବିଧାନସଭା ଆସନ ଅଞ୍ଚଳରୁ ଏହାକୁ ଜବତ କରାଯାଇଛି। ଯେଉଁସ୍ଥାନରୁ ଏହାକୁ ଜବତ କରାଯାଇଥିଲା ସେଠାକାର ସ୍ଥାନୀୟ ଲୋକ ପ୍ରଥମେ ଏ ଘଟଣା ବାବଦରେ ପୋଲିସକୁ ଜଣାଇଥିଲେ।       

ରାଜ୍ୟର ହାୱାଡା (Howarh) ଜିଲ୍ଲା ଅଧିନସ୍ଥ ଉତ୍ତର ଉଲୁବେରିଆ ବିଧାନସଭା ଆସନ (Uluberia Uttar Assembly Constituency) ଅଞ୍ଚଳର ଟିଏମସି ନେତା (TMC) ଗୌତମ ଘୋଷଙ୍କ ବାସଭବନ ବାହାରୁ ସିଲ ବନ୍ଦ ଥିବା କେତେକ ଇଭିଏମ (EVM) ଜବତ ହୋଇଥିଲା। 

Also Read: BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ

 

ଟିଏମମସି ନେତାଙ୍କ ଘର ବାହାରେ ଇଭିଏମ ରହିଥବା ନେଇ ଖବର ପାଇବା ପରେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-କ୍ୟାଫ୍ (Central Armed Police Force-CAPF) ଏବଂ ରାଜ୍ୟ ପୋଲିସ (West Bengal Police)। ଏ ଘଟଣାରେ ପ୍ରତିକ୍ରିୟା ରଖି ସେଠାକାର ନିର୍ବାଚନ ଦାୟିତ୍ୱରେ ରହିଥିବା ସେକ୍ଟର ଅଫିସର (Sector Officer) କହିଛନ୍ତି ଯେତେବେଳେ ଆମେ ସେକ୍ଟର ଅଫିସ ଠାରେ ପହଞ୍ଚିଲୁ ସେତେବେଳେ ପର୍ଯ୍ୟନ୍ତ ଏହାକୁ କ୍ୟାଫ୍ ବନ୍ଦ କରିରଖିଥିଲା। ସେଠାରେ ଥିବା ଆମର ଜଣେ ବନ୍ଧୁଙ୍କ ନିକଟରେ ଇଭିଏମ ରଖିବା ଲାଗି ମୁଁ ମୋର ଜଣେ ସହଯୋଗୀଙ୍କୁ କହିଥିଲି।   ହେଲେ ମୋତେ ଜଣାନଥିଲା ମୋର ସେହି ବନ୍ଧୁ ଜଣକ ଜଣେ ଟିଏମସି ନେତା। 

ଏପଟେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଅର୍ଥାତ ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧  (West Bengal Assembly Poll 2021) ଲାଗି ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ହେଲେ ଏହାର ପୂର୍ବ ରାତିରୁ ଜଣେ ରାଜନେତାଙ୍କ ଘର ବାହାରୁ ଇଭିଏମ ମିଳିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।   

Also Read: Assembly Election 2021: ୫ ରାଜ୍ୟରେ ମତଦାନ ଜାରି

ଏ ଘଟଣା ବାବଦରେ ଅବଗତ ହେବା ପରେ ନିର୍ବାଚନ ଆୟୋଗ-ଇସି (Election commission-EC) ଦାୟିତ୍ୱରେ ରହିଥିବା ସେକ୍ଟର ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖି ଇସି କହିଛନ୍ତି ଟିଏମସି ନେତାଙ୍କ ଘର ବାହାରୁ ଯେଉଁ ଇଭିଏମ ଜବତ ହୋଇଛି ତାହା ଏକ ରିଜର୍ଭ ମେସିନ ରହିଥିଲା। ଯାହାକୁ ନିର୍ବାଚନ ପ୍ରକ୍ରିୟାରୁ ହଟାଯାଇଛି। ଏ ଘଟଣାରେ ଜଡିତ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଏହି ମାମଲାରେ ନିର୍ବାଚନ ଦାୟିତ୍ୱରେ ଥିବା ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେଠାକାର ସ୍ଥାନୀୟ ମତଦାନ କେନ୍ଦ୍ରରେ ପୁନର୍ବାର ଭୋଟଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି। ପଶ୍ଚିମବଙ୍ଗର ଉତ୍ତର ଉଲୁବେରିଆ ବିଧାନସଭା ଆସନ ଅଞ୍ଚଳରୁ ଜଣେ ଟିଏମସ ନେତାଙ୍କ ଘର ବାହାରୁ ଇଭିଏମ ମିଳିବା ଘଟଣାରେ ତଦନ୍ତ ପାଇଁ ନିର୍ବାଚନ ଆୟୋଗ ନିକଟରେ ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।  

Also Read: Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ

 

ଏହା ପୂର୍ବରୁ ଗତ ୨ ତାରିଖରେ ଚଳିତ ଥର ଆସାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ନାଁରେ ପଞ୍ଜୀକୃତ ହୋଇଥିବା ଗାଡିରୁ ଇଭିଏମ ଜବତ ହୋଇଥିଲା ଯାହାକୁ ନେଇ ଆସାମର କରିମ ନଗର ଅଞ୍ଚଳରେ ହିଂସାକାଣ୍ଡ ଭଳି ପରିସ୍ଥିତି ଉପୁଜିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଗୁଳି ଚଳାଇଥିଲା। ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗରୁମ ପର୍ଯ୍ୟନ୍ତ ଇଭିଏମକୁ ନେବା ଲାଗି ଜଣେ ରାଜନେତାଙ୍କ  ଗାଡି ବ୍ୟବହର କରିବାକୁ ବିରୋଧ କରିଥିଲେ ଲୋକ।