WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee
Advertisement

WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee

ମତଦାନ ସମୟରେ ହିଂସାକାଣ୍ଡ ହୋଇନାହିଁ ବୋଲି ଟିଏମସି ସୁପ୍ରିମୋଙ୍କୁ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ।

WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee

ନୂଆଦିଲ୍ଲୀ: ପ୍ରଥମେ କେନ୍ଦ୍ର ସରକାର ଆଉ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଏବଂ ନିର୍ବାଚନ ଆୟୋଗ ସହ ମୁହାମୁହାଁ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ବିଧାନସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ  ନିୟୋଜିତ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।        

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଟ୍ୱିଟ କରି କରି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) କହିଛନ୍ତି ରାଜ୍ୟରେ ଚାଲିଥିବା ନିର୍ବାଚନ ସମୟରେ ସୁରକ୍ଷା ଲାଗି ନିୟୋଜିତ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-କ୍ୟାଫ୍ (Central Armed Police Force-CAPF) ଦୂରୁପଯୋଗ କରାଯାଉଛି। ଏନେଇ ମୋ ପକ୍ଷରୁ ଅଭିଯୋଗ କରାଯିବା ସତ୍ତ୍ୱେ ନିର୍ବାଚନ ଆୟୋଗ-ଇସି (Election commission-EC) ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମୂକ ଦର୍ଶକ ସାଜିଛନ୍ତି। 

Also  Read: Assembly Election 2021: ୫ ରାଜ୍ୟରେ ମତଦାନ ଜାରି

 

ନିର୍ବାଚନ ସମୟରେ ସୁରକ୍ଷା ଲାଗି ନିୟୋଜିତ ହୋଇଥିବା କ୍ୟାଫ୍ ସମ୍ପର୍କରେ ଅଭିଯୋଗ ଆଣି ମମତା ବାନାର୍ଜୀ କହିଛନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପରିବର୍ତ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଧମକାଇବା କାର୍ଯ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳକୁ ବ୍ୟବହାର କରାଯାଉଛି।      

ଏହା ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ହେବାକୁ ନେଇ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିସାରିଛନ୍ତି ସେ। ଏଥର ରାଜ୍ୟର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ନିଜେ ମମତା ବାନାର୍ଜୀ। ଗତ ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ଆସନ ଲାଗି ହୋଇଥିଲା ଭୋଟଗ୍ରହଣ।   

Also Read: ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

ମତଦାନ ସରିବା ପରେ ଅଭିଯୋଗ ଆଣି ଟିଏମସି ସୁପ୍ରିମୋ କହିଥିଲେ ରାଜ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳ କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛି। ନିଜେ ଗୃହମନ୍ତ୍ରୀ ସିଆରପିଏଫ, ବିଏସଏଫ ଏବଂ ଅନ୍ୟ ଯବାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ବିଜେପି ସମର୍ଥକ କିମ୍ବା ନେତାଙ୍କୁ ସହଯୋଗ କରନ୍ତୁ। କ୍ୟାଫ୍ ଉପସ୍ଥିତରେ ମତଦାନ ଅନୁଷ୍ଠିତ ହେବା ସତ୍ତ୍ୱେ ନନ୍ଦିଗ୍ରାମ ଆସନର ୭ ନମ୍ବର ବୁଥରେ ହିଂସାକାଣ୍ଡ ହେବା ସହ ଗଡବଡ ହୋଇଛି।         

ଟିଏମସି ସୁପ୍ରିମୋଙ୍କ ଅଭିଯୋଗ ଉପରେ ଜବାବ ରଖି ନିର୍ବାଚନ ଆୟୋଗ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଶାନ୍ତିଶୃଙ୍ଖଳାର ସହ ନନ୍ଦିଗ୍ରାମ ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ସେଠାରେ କୌଣସି ହିଂସାକାଣ୍ଡ ହୋଇନାହିଁ। ମତଦାତାଙ୍କୁ ଧମକାଉଥିବା ନେଇ କେନ୍ଦ୍ରୀୟ ସୁରକ୍ଷା ବଳ ବିରୁଦ୍ଧରେ ଆସିଥିବା ଅଭିଯୋଗ ତଥ୍ୟହୀନ।    

Also Read: Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା

 

ନନ୍ଦିଗ୍ରାମ ଆସନରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିଛନ୍ତି ସେଠାକାର ସ୍ଥାନୀୟ ଭୋଟର। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଧମଚମକ ଦିଆଯିବା ସହ ଲୋକଙ୍କୁ ଭୋଟଦାନ ପ୍ରକ୍ରିୟାରୁ ଦୂରେଇ ରଖିବା ଲାଗି ପ୍ରୟାସ ହୋଇଥିବାର କୌଣସି ପ୍ରମାଣ ନାହିଁ। ସେଠାରେ କୌଣସି ପ୍ରକାର ହିଂସାକାଣ୍ଡ ହୋଇନାହିଁ ବୋଲି ଟିଏମସି ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଛନ୍ତି ନିର୍ବାଚନ ଆୟୋଗ।