`ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ମୋର ବାର୍ତ୍ତା, ସଚ୍ଚୋଟ ହୁଅନ୍ତୁ`
ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ବର୍ତ୍ତମାନ ଭାରତ ସରକାରଙ୍କ ଉପରେ କେହି ବି ଭରସା କରିପାରିବେ ନାହିଁ । ଏମିତି ଏକ ଦିନ ନାହିଁ ଯେ ସେମାନେ ମିଛ କୁହନ୍ତି ନାହିଁ ।
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ(Former Jammu and Kashmir CM) ତଥା ନ୍ୟାସନାଲ କନଫରେନ୍ସ(NC)ର ବରିଷ୍ଠ ନେତା ଫାରୁକ୍ ଅବଦୁଲ୍ଲା(Farooq Abdullah) ଆଜି(ଶୁକ୍ରବାର) ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଏହା ମହାତ୍ମା ଗାନ୍ଧୀ(Mahatma Gandhi)ଙ୍କ ଭାରତ ନୁହେଁ । ଜମ୍ମୁ କାଶ୍ମୀର(ammu and Kashmir)ରୁ ଧାରା ୩୭୦(Article 370)ର ଅଧିକାଂଶ ପ୍ରାବଧାନ ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲାଙ୍କୁ କେନ୍ଦ୍ର ସରକାର ହେପାଜତକୁ ନେଇଥିଲେ । ଯାହା ପରେ ଫାରୁକ୍ ଅବଦୁଲ୍ଲାଙ୍କର ଏହା ହେଉଛି ପ୍ରଥମ ସାକ୍ଷାତକାର । ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ସଙ୍କେତ ଦେଇ ନଥିଲେ । ମାର୍ଚ୍ଚ ୨୦୨୦ରେ ଫାରୁକ୍ ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଥିଲା ।
ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ବର୍ତ୍ତମାନ ଭାରତ ସରକାରଙ୍କ ଉପରେ କେହି ବି ଭରସା କରିପାରିବେ ନାହିଁ । ଏମିତି ଏକ ଦିନ ନାହିଁ ଯେ ସେମାନେ ମିଛ କୁହନ୍ତି ନାହିଁ । ଏହା ଏକ ଅପ୍ରତ୍ୟାଶିତ ପଦକ୍ଷେପ ଥିଲା । ମୁଁ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ସାକ୍ଷାତ କରିଥିଲି । କିନ୍ତୁ ସେ ଏଭଳି କୌଣସି ସୂଚନା ଦେଇନାହାଁନ୍ତି। ମୁଁ ତାଙ୍କୁ(ପିଏମ ମୋଦି) ମଧ୍ୟ କହିଥିଲି ଯେ ଏତେ ସଂଖ୍ୟକ ଯବାନ ପଠାଯାଇଛି ... ଏହାର ଆବଶ୍ୟକତା କ’ଣ ? ଜମ୍ମୁ କାଶ୍ମୀରରୁ ପର୍ଯ୍ୟଟକମାନଙ୍କୁ ବାହାର କରି ଦିଆଯାଉଥିଲା, ଅମରନାଥ ଯାତ୍ରା ବାତିଲ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !
ଅଧିକ ପଢ଼ନ୍ତୁ:-ବେକାରୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର, ୩ ମାସ ଯାଏ ମିଳିବ ଅଧା ଦରମା !
ଫାରୁକ୍ ଅବଦୁଲ୍ଲା ଆହୁରି କହିଛନ୍ତି, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ମୋଦି(PM Modi)ଙ୍କୁ ଏହି ସବୁ ବିଷୟରେ ପଚାରିଥିଲି, ସେତେବେଳେ ସେ ଏହି ସବୁ ବିଷୟରେ କୌଣସି ଉତ୍ତର ଦେଇନଥିଲେ । କିନ୍ତୁ ଅନ୍ୟ ସମସ୍ତ ବିଷୟରେ କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ କଣ କହିବାକୁ ଚାହାଁନ୍ତି ବୋଲି ପ୍ରଶ୍ନ ଉପରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ମୋର ଏହି ବାର୍ତ୍ତା ଯେ ସେ ସଚ୍ଚୋଟ ହୁଅନ୍ତୁ । ଏଥିସହ ତାଙ୍କୁ ପ୍ରକୃତରେ ତଥ୍ୟର ସାମ୍ନା କରିବା ଉଚିତ୍ ।