ଘାରିଲା ବୁଲଡୋଜର ଭୟ: ୨ ଘଣ୍ଟା ମଧ୍ୟରେ ଥାନାରେ ଆତ୍ମସମର୍ପଣ କଲା ଦୁଷ୍କର୍ମ ଅଭିଯୁକ୍ତ
ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଏହି ବୁଲଡୋଜର ଅଭିଯାନକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଶେଷ ହେବା ପରେ ପୁଣି ଥରେ ରାଜ୍ୟରେ ବିଜେପି ସରକାର ଗଠିତ ହେବାକୁ ଯାଉଥିବା ବେଳ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିନାହାଁନ୍ତି ଯୋଗୀ ଆଦିତ୍ୟନାଥ। ମାତ୍ର ଏହା ପୂର୍ବରୁ ଅପରାଧ ଦମନ ଅଭିଯାନକୁ ପୁନର୍ବାର ଜୋରଦାର କରିଛି ଉତ୍ତର ପ୍ରଦେଶ ପୋଲିସ।
ସଦ୍ୟ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଯେଉଁ କୌଶଳ ଅବଲମ୍ବନ କରିଛି ତାହାକୁ ପ୍ରଂଶସା କରିବାରେ ଲାଗିଛନ୍ତି ଜନସାଧାରଣ। ଦୁଷ୍କର୍ମ ଘଟଣରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ୨ ଘଣ୍ଟା ମଧ୍ୟରେ ଥାନାରେ ଆତ୍ମସମର୍ପଣ କରିଛି ଦୁଷ୍କର୍ମ ଅଭିଯୁକ୍ତ।
ଗତ ଶନିବାର ଶୁଭମ ମୋଦାନୱାଲ ସ୍ଥାନୀୟ ରେଳଷ୍ଟେସନରେ ରହିଥିବା ଶୌଚାଳୟରେ ଜଣେ ମହିଳାଙ୍କୁ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଯିଏକି ରାଜ୍ୟର ପ୍ରତାପଗଡ଼ ଜିଲ୍ଲାର ବାସିନ୍ଦା। ସେ ରେଳ ଷ୍ଟେସନ ନିକଟରେ ଏକ ଶୌଚାଳୟ ଚଳାନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଗତ ଶନିବାର ସେ ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
Also Read: ପୁଣି ଥରେ ଆକ୍ସନ ମୋଡ଼କୁ ଆସିଲା ବାବାଙ୍କ ବୁଲଡୋଜର; ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟାର
ଏହି ଘଟଣା ବାବଦରେ ଖବର ମିଳିବା ମାତ୍ରେ ପୋଲିସ ପ୍ରଥମେ ପୀଡିତାଙ୍କ ଡାକ୍ତରୀମାଇନା କରିଥିଲେ। ଏଭଳି ଘଟଣା ଘଟିଥିବା ନେଇ ନିଶ୍ଚିତ ହୋଇଯିବା ପରେ ପୋଲିସ ଅଭିଯୁକ୍ତ ଶୁଭମ୍ ମୋଦାନୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କ ଘରେ ଚଢାଉ କରିଥିଲା। ମାତ୍ର ସେ ଘରେ ପଳାତକ ଅବସ୍ଥାରେ ମିଳିଥିଲେ।
ଅଭିଯୁକ୍ତ ଶୁଭମ୍ ମୋଦାନୱାଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ। ହେଲେ ସେ ମିଳିନଥିଲା। ଏହା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରୟାସ ଆରମ୍ଭ କରିବା ସହ ଅଭିଯୁକ୍ତର ଘରେ ବୁଲଡୋଜର ନେଇ ପହଞ୍ଚି ଯାଇଥିଲା ପୋଲିସ। ଅଭିଯୁକ୍ତର ଘର ଲୋକଙ୍କୁ ଚେତାବନୀ ଦେଇ ପୋଲିସ କହିଥିଲା ଯେ ଯଦି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଆତ୍ମସମର୍ପଣ ନକରେ ତାହେଲେ ତାଙ୍କ ଘର ଭଙ୍ଗାଯିବ।
ଘରେ ପହଞ୍ଚି ପୋଲିସ ଦେଇଥିବା ଚେତାବନୀ ବାବଦରେ ଜାଣିବା ପରେ ଭୟଭୀତ ହୋଇପଡି଼ଥିଲା ଅଭିଯୁକ୍ତ ଶୁଭମ୍ ମୋଦାନୱାଲ। ଚେତାବନୀ ଦିଆଯିବାର ୨ ଘଣ୍ଟା ମଧ୍ୟରେ ସେ ନିଜ ଉପସ୍ଥିତି ବାବଦରେ ଜଣାଇଥିଲା। ଏହା ପରେ ପୋଲିସ ତାକୁ ଗିରଫ କରିଥିଲା।
Also Read: ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi
ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଏହି ବୁଲଡୋଜର ଅଭିଯାନକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି। ଏନେଇ ଲୋକଙ୍କ ପକ୍ଷରୁ କୁହାଯାଇଛି ଦୁଷ୍କର୍ମକାରୀଙ୍କ ବିରୋଧରେ ପୋଲିସ ଏପରି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ। ଯେତେବେଳେ ସେମାନଙ୍କ ମନରେ ଆଇନ ପ୍ରତି ଭୟ ରହିବ ସେମାନେ ଅପରାଧ କରିବାରୁ ଦୂରେଇ ରହିବେ।