ଆଇନଗତ ପ୍ରକ୍ରିୟା ଅନୁସରଣ କରି ମେରଠ ଉନ୍ନୟନ କର୍ତ୍ତୃପକ୍ଷ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲା।
Trending Photos
ଲକ୍ଷ୍ନୌ: ପୁନର୍ବାର ମାଫିଆ ବିରୋଧି ଅଭିଯାନରେ ସାମିଲ ହୋଇଛି ବୁଲଡୋଜର। ମଙ୍ଗଳବାର ଉତ୍ତର ପ୍ରଦେଶ ଫେରାର ଗ୍ୟାଙ୍ଗଷ୍ଟାର ବଦନ ସିଂହ ବଦ୍ଦଙ୍କ ବେଆଇନ କାରଖାନା ଏବଂ ବଜାର ଉପରେ ବୁଲଡୋଜର ଚଢାଇ ଦେଇଉଛି ପ୍ରଶାସନ।
ବେଆଇନ ଭାବେ ଜମି ଦଖଲ କରି ଏଭଳି ବେଆଇନ ନିର୍ମାଣ କରିଥିଲା ଫେରାର ଗ୍ୟାଙ୍ଗଷ୍ଟାର ବଦନ ସିଂହ ବଦ୍ଦ। ଗ୍ୟାଙ୍ଗଷ୍ଟାର ଏବଂ ଏହାର ଲୋକଙ୍କ ଦଖଲ କରାଯାଇଥିବା ଜମିକୁ ମୁକ୍ତ କରିବା ପାଇଁ ମଙ୍ଗଳବାର ସକାଳେ ପୋଲିସ ଏବଂ ମେରଠ ବିକାଶ ପ୍ରାଧିକରଣର ଅଧିକାରୀ ବୁଲଡୋଜର ନେଇ ସ୍ଥାନୀୟ ଟିଭି ନଗରସ୍ଥିତ ଜଗନ୍ନାଥପୁରୀ ଠାରେ ପହଞ୍ଚି ଜବର ଦଖଲ କରାଯାଇଥିବା ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିଥିଲେ।
2.50लाख का इनामी बदन सिंह उर्फ बद्दो व उसके साथियो द्वारा टीपीनगर के जगन्नाथपुरी पार्क में 300 वर्ग मीटर में अवैध निर्माण कराया गया था। उक्त अवैध निर्माण को मेरठ पुलिस द्वारा सख्ती दिखाते हुए एमडीए के नियामानुसार कार्यवाही के अन्तर्गत भारी पुलिसबल की उपस्थिति मे ध्वस्तीकरण कराया। pic.twitter.com/SmkXCbpPBC
— MEERUT POLICE (@meerutpolice) March 15, 2022
ଏନେଇ ପ୍ରତିକ୍ରିୟା ରଖି ମେରଠ ପୋଲିସ ପ୍ରବକ୍ତା କହିଛନ୍ତି ଜଗନ୍ନାଥପୁରୀ ଠାରେ ରହିଥିବା ଏକ ଜମିକୁ ଗ୍ୟାଙ୍ଗଷ୍ଟାର ବଦନ ସିଂହ ବଦ୍ଦ ଧିରେ ଧିରେ ଦଖଲ କରିନେବା ସହ ସଠାରେ ରେଣୁ ଗୁପ୍ତା ନାମରେ ଏକ କୋଠା ନିର୍ମାଣ କରିଥିଲେ। ଆଇନଗତ ପ୍ରକ୍ରିୟା ଅନୁସରଣ କରି ମେରଠ ଉନ୍ନୟନ କର୍ତ୍ତୃପକ୍ଷ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପୂର୍ବରୁ ମେରଠ ପୋଲିସ ଏବଂ ମେରଠ ବିକାଶ ପ୍ରାଧିକରଣ ଗ୍ୟାଙ୍ଗଷ୍ଟାର ବଦନ ସିଂହର କୋଟି କୋଟି ଟଙ୍କା ମୂଲ୍ୟର କୋଠାକୁ ଭାଙ୍ଗି ଦେଇଥିଲା।
Also Read: UP Assembly Election 2022 ପରେ କାହିଁକି ଭାଇରାଲ ହେଉଛି Baba Bulldozer?
ପଶ୍ଚିମ ଉତ୍ତର ପ୍ରଦେଶର ମାଫିଆ ତାଲିକାରେ ବଦନ ସିଂହ ବଦ୍ଦୋ ନାଁ ମଧ୍ୟ ରହିଛି। ଫେରାର ହୋଇଯାଇଥିବା ଏହି ଗ୍ୟାଙ୍ଗଷ୍ଟାର ଅନେକ ସ୍ଥାନରେ ଜମି ଜବର ଦଖଲ କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ଯୋଗୀ ସରକାର ଏହି ଗ୍ୟାଙ୍ଗଷ୍ଟାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରୟାସ ଆରମ୍ଭ କରି ସାରିଛନ୍ତି। ତାହାର ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗା ଯାଉଛି। ଗ୍ୟାଙ୍ଗଷ୍ଟାର ବଦନ ସିଂହ ନଜ ନାମ ଅପେକ୍ଷା ଅନ୍ୟମାନଙ୍କ ନାମରେ ନିଜର ବେଆଇନ କୋଠା ନିର୍ମାଣ କରିଛି।
Also Read: 'ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ'
ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର ବଦନ ସିଂହ ବଦ୍ଦ। ଫେରାର ହୋଇଯିବା ବଦନ ସିଂହ ଉପରେ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସରକାର ଜମିରେ ଅବସ୍ଥିତ ପାର୍କ ମଧ୍ୟ ଜବର ଦଖଲ କରି ରଖିଥିଲା ଗ୍ୟାଙ୍ଗଷ୍ଟାର ବଦନ ସିଂହ। ଏପରିକି ଜବର ଦଖଲ କରି ରଖିଥିବା ସରକାରୀ ଜମିକୁ ବିକ୍ରି କରିଥିବା ନେଇ ବଦନ ନାମରେ ରହିଛି ଅଭିଯୋଗ। ଜବର ଦଖଲ କରିଥିବା ଜମିରେ ସେ ବେଆଇନ କାରଖାନା ଏବଂ ବଜାର ନିର୍ମାଣ କରୁଥିଲା।
Also Read: ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi
ଗ୍ୟାଙ୍ଗଷ୍ଟାର ବଦନ ସିଂହ ବଦ୍ଦ କବଳରେ ରହିଥିବା ଅଢେଇ ଏକର ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ତାହାର ଅବୈଧ ନିର୍ମାଣ ଉପରେ ମଙ୍ଗଳବାର ବୁଲଡୋଜର ଚଢାଇଛି ପ୍ରଶାସନ। କେବଳ ଜମି ଜବରଦଖଲ ନୁହେଁ ଅବୈଧ ମଦ ବିକ୍ରୟ କରି କୁଖ୍ୟାତି ଅର୍ଜନ କରିଛି ବଦନ ସିଂହ। ମେରଠ ପୋଲିସ ହେପାଜତରୁ ପଳାୟନ କରିଥିବା ଏହି ଗ୍ୟାଙ୍ଗଷ୍ଟାର ଏବେ ମଧ୍ୟ ଫେରାର ରହିଛି।