ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi
Advertisement
Article Detail0/zeeodisha/odisha1101921

ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi

ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର ଆଉ କେବେ ଏହା ଦ୍ୱାରା କରାଯାଉଥିବା କାମ ଆରମ୍ଭ ହେବ ତାହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। 

ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi

ଲକ୍ଷ୍ନୌ: ରାଜ୍ୟରେ ଗୁଣ୍ଡା, ମାଫିଆ, ଅପରାଧିଙ୍କ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଖ୍ୟ ଅସ୍ତ୍ର ଥିଲା ବୁଲଡୋଜର। ମାତ୍ର ବର୍ତ୍ତମାନ ରାଜ୍ୟରେ ଚାଲିଥିବା ନିର୍ବାଚନ କାରଣରୁ ବୁଲଡୋଜର ଦ୍ୱାରା କରାଯାଉଥିବା କାମ ବର୍ତ୍ତମାନ ବନ୍ଦ ରହିଛି। 

ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର ଆଉ କେବେ ଏହା ଦ୍ୱାରା କରାଯାଉଥିବା କାମ ଆରମ୍ଭ ହେବ ତାହାର ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାର ଜବାବ ରଖି ସେ ମୁଖ୍ୟମନ୍ତ୍ରୀ ଯୋଗୀ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ନିର୍ବାଚନ ସମୟରେ ମରାମତି ପାଇଁ ବୁଲଡୋଜର ପଠାଯାଇଛି। ମାର୍ଚ୍ଚ ୧୦ ତାରିଖ ପରେ ଅପରାଧିକ ତତ୍ତ୍ୱଙ୍କ ବିରୋଧରେ ବୁଲଡୋଜର ପୁଣି ଥରେ ଏହାର କାମ ଆରମ୍ଭ କରିବ।  

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ୨୦ ତାରିଖ ରବିବାର ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ହେଲେ ଏହା ପୂର୍ବରୁ ରାଜ୍ୟର ମୈନପୁରୀ ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi

ଦଳୀୟ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ପୂର୍ବରୁ ରାଜ୍ୟରେ ମାଫିଆ ଏବଂ ଗୁଣ୍ଡା ସରକାର ଚଳାଉଥିଲେ। ବର୍ତ୍ତମାନ ସେମାନେ ସମସ୍ତେ ଜେଲ ଭିତରେ ଅଛନ୍ତି। ଜୀବନ ବଞ୍ଚାଇବାକୁ ଭିକ ମାଗୁଛନ୍ତି। ସମାଜବାଦୀ ପାର୍ଟି  ମୋତେ ପଚାରିଥିଲେ ଯେ ନିର୍ବାଚନ ସମୟରେ ବୁଲଡୋଜର କାମ କରିବ ନା ନାହଁ? ମୁଁ କହିଥିଲି ବେଳେବେଳେ ବୁଲଡୋଜର ପାଇଁ ମଧ୍ୟ ବିଶ୍ରାମ ଆବଶ୍ୟକ। ଏହାକୁ ମରାମତି ପାଇଁ ପଠାଯାଇଛି। ନିର୍ବାଚନ ସମୟରେ ​​ମାଫିଆ, ଗୁଣ୍ଡା ପଦକୁ ବାହାରିଛନ୍ତି। ବର୍ତ୍ତମାନ ସେମାନେ ଚିହ୍ନଟ ହୋଇସାରିଛନ୍ତି। ମାର୍ଚ୍ଚ ୧୦ ତାରିଖ ପରେ ବୁଲଡୋଜର ପୁନର୍ବାର ଏହାର କାମ ଆରମ୍ଭ କରିବ।  

ମୈନପୁର ଜିଲ୍ଲାରେ ଅବସ୍ଥିତ ସମସ୍ତ ୪ ଆସନରେ ବିଜେପି ବାଜିମାତ କରିବ। ଯେଉଁ ଉତ୍ତର ପ୍ରଦେଶ ଦେଶର ନେତୃତ୍ୱ ନେଉଥିଲା ତାହାର ଅବସ୍ଥା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଶାସନ କାଳରେ ଏପରି ହୋଇଗଲା ଯେ ରାଜ୍ୟର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠିବାରେ ଲାଗିଲା।     

ମୈନପୁରୀ ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମୟନ ଋଷିଙ୍କ ପବିତ୍ର ଭୂମିକୁ ପ୍ରଣାମ କରୁଛି। ମୈନପୁରୀ ଭାରତର ଋଷି ପରମ୍ପରା ସହିତ ଜଡିତ। ଯେତେବେଳେ ମୁଁ ଏଠାକୁ ଆସେ, ମୋର ମହାରାଜା ତେଜ ସିଂହ ମନେ ପଡ଼ନ୍ତି। ଯେବେଠାରୁ ବିଜେପି ସରକାର ଆସିଲା ସେବେଠୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଅମଳର ହେଉଥିବା ଗଣ୍ଡଗୋଳ ଶେଷ ହୋଇଯାଇଛି। ପୂର୍ବରୁ ଝିଅ ସୁରକ୍ଷିତ ନଥିଲେ। ସେଠାରେ ଦଙ୍ଗା ହୋଇଥିଲା। ଆଉ ଏବେ ଦଙ୍ଗା ହେଉନାହିଁ। ଯଦି କେହି ଦଙ୍ଗା କରିବାକୁ ଚେଷ୍ଟା କରନ୍ତି ତାହେଲେ ତାଙ୍କ ଫଟୋ ଛକ ବଜାର ଭଳି ସ୍ଥାନରେ ରଖାଯାଉଛି। ଯେତେବେଳେ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବଦୀ ସରକାର ଗଠନ ହେଲା ସେତେବେଳେ ପ୍ରଥମ କାର୍ଯ୍ୟ ଥିଲା ରାମ ମନ୍ଦିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ମୁକ୍ତ କରିବା। ଆମେ କୃଷକଙ୍କ ଋଣ ଛାଡ଼ କରିଛୁ। କୋରୋନା ଅବଧିରେ ଆମେ ମାଗଣାରେ ଔଷଧ, ଚିକିତ୍ସା, ଏବଂ ଟିକା ପ୍ରଦାନ କରିଛୁ। ଅଖିଳେଶ ଯାଦବ କହୁଥିଲେ ଏହା ହେଉଛି ମୋଦି ଟିକା। ଏଥର ଆପଣ ଏହା ମଧ୍ୟ କହିବା ଆବଶ୍ୟକ ଯେ ଆପଣ କେବଳ ବିଜେପିକୁ ଭୋଟ ଦେବେ କାରଣ ବିଜେପିର ଟୀକାକରଣରୁ ଜୀବନ ବଞ୍ଚିଛି। ବିଜେପି ଯାହା କହେ ତାହା କରେ। ରାଷ୍ଟ୍ର ସ୍ୱାର୍ଥ ଅନୁଯାୟୀ ଆମେ ବିନା ଭେଦଭାବରେ କାର୍ଯ୍ୟ କରୁ। 

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଟାକ୍ଷ: କହିଲେ ଦଙ୍ଗାକାରୀଙ୍କୁ ଟିକେଟ ଦେଉଛି ସମାଜବାଦୀ ପାର୍ଟି

ଗତ ୨୦୧୨ ବର୍ଷରେ ଯେତେବେଳେ ରାଜ୍ୟରେ ସମାଜବାଦୀ ସରକାର ଗଠନ ହେଲା ସେତେବେଳେ ପ୍ରଥମ କାମ ଥିଲା ଆତଙ୍କବାଦୀଙ୍କ ମାମଲା ପ୍ରତ୍ୟାହାର କରିବା। ତାଙ୍କର ପ୍ରାଥମିକତା ବିକାଶ କୃଷକ, ଯୁବକ, ରୋଜଗାର ସୁରକ୍ଷା ସହ ସହିତ ନଥିଲା। ଯେଉଁମାନେ ଅଯୋଧ୍ୟାରେ ରାମ ଜନ୍ମଭୂମି ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ସହ ସମବେଦନା ରଖିଥିଲା ସମାଜବାଦୀ ପାର୍ଟି।