Madhya Pradesh Politics: ବିଜେପି ବିଧାୟକଙ୍କ ସହ ଲଢେଇ କରି ବିବାଦରେ ଦିଗବିଜୟ ସିଂହ
Madhya Pradesh Politics: ମଧ୍ୟ ପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବେଳେ ଅଭିଯୋଗ ଆଣି କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତ ଭୋପାଳ ଜିଲ୍ଲା ପ୍ରଶାସନ ଏବଂ ମଧ୍ୟ ପ୍ରଦେଶ ସରକାର ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
Congress Leader Digvijay Singh: ନିକଟରେ ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପଞ୍ଚାୟତ ନିର୍ବାଚନ ବେଳେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ-ବିଜେପି। ଏହି ନିର୍ବାଚନ ବେଳେ ଭୋପାଳ ଜିଲ୍ଲାର ନରେଲା ବିଧାନସଭା ଆସନର ବିଜେପି ବିଧାୟକ ବିଶ୍ୱାସ ସାରଙ୍ଗ ଏବଂ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦିଗବିଜୟ ସିଂହଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁହାମୁହିଁ ହୋଇଥିଲା। ଏହି ବିବାଦ ସମୟରେ ଭୋପାଳ ମଧ୍ୟ ଆସନର କଂଗ୍ରେସ ବିଧାୟକ ଆରିଫ ମସୁଦ ଅତ୍ୟଧିକ ଉତ୍ତେଜିତ ହୋଇ ଉଠିଥିଲେ।
ରାଜଧାନୀ ଭୋପାଳସ୍ଥିତ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ (Bhopal District Panchayat Office) ଠାରେ ଘଟିଥିବା ଘଟଣାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ କଂଗ୍ରେସ ନେତା ଦିଗବିଜୟ ସିଂହ (Congress Leader Digvijay Singh) ବିଜେପି ବିଧାୟକ ବିଶ୍ୱାସ ସାରଙ୍ଗ (BJP MLA Vishvas Sarang) ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ହାତାହାତା କରିବାକୁ କରିବାକୁ ଆଗେଇ ଆସିଥିଲେ। ଯଦି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ସମୟ ଥାଉ ଥାଉ ସ୍ଥିତି ସମ୍ଭାଳି ନଥାନ୍ତି ତାହେଲେ ଏହି ଦୁଇ ନେତାଙ୍କ ମଧ୍ୟରେ ମାରପିଟ ହୋଇ ଯାଇଥାନ୍ତା।
ମଧ୍ୟ ପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନ (Madhya Pradesh Zila Panchayat Election) ବେଳେ ଅଭିଯୋଗ ଆଣି କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତ ଭୋପାଳ ଜିଲ୍ଲା ପ୍ରଶାସନ ଏବଂ ମଧ୍ୟ ପ୍ରଦେଶ ସରକାର ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହାକୁ ନେଇ ସେ ଭୋପାଳ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ହଙ୍ଗାମା କରିଥିଲେ। ମାତ୍ର ଯେତେବେଳେ ସେଠାରେ ବିଜେପି ବିଧାୟକ ବିଶ୍ୱାସ ସାରଙ୍ଗ ପହଞ୍ଚିଲେ ସେତେବେଳେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। କଂଗ୍ରେସ ନେତା ତାଙ୍କ ବିରୋଧରେ ବୟାନବାଜି କରିବାରୁ ସ୍ଥିତି ଆହୁରି ବିଗିଡି଼ ଯାଇଥିଲା। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା। ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେତେବେଳେ ମାନସିକ ଭାରସାମ୍ୟ ହରାଇବା ସରକାରଙ୍କ ଚାପରେ ପ୍ରଶାସନ (Bhopal District Administration) କାର୍ଯ୍ୟ କରୁଥିବାର ଅଭିଯୋଗ କରିଥିଲେ।
ଏହା ପୂର୍ବରୁ ଦିଗବିଜୟ ସିଂହ ଅଭିଯୋଗ କରିଥିଲେ ମଧ୍ୟ ପ୍ରଦେଶ ପୋଲିସ (Madhya Pradesh Police) ଜିଲା ପଞ୍ଚାୟତର ନିର୍ବାଚିତ ସଦସ୍ୟଙ୍କୁ ଜୋର ଜବରଦସ୍ତ ବିଜେପି ପାଖକୁ ପଠାଉଛି। ଭୋପାଳ ଜିଲ୍ଲା ପଞ୍ଚାୟତର ନିର୍ବାଚିତ ସଦସ୍ୟ ମୋହନ ଜଟଙ୍କୁ ୨ ଦିନ ପୂର୍ବେ ରାଜସ୍ଥାନ ସୀମାରେ ପୋଲିସ ବସ୍ ମଧ୍ୟରୁ ନେଇ ଯାଇଥିଲା।
Also Read: 'ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ କରାଉଛି ବିଜେପି'
Also Read: ଟ୍ୱିଟ୍ କରି ଫସିଗଲେ ଦିଗବିଜୟ ସିଂହ; ନିଆଯାଇ ପାରେ ଏହି କାର୍ଯ୍ୟାନୁଷ୍ଠାନ
Also Read: Khargone Violence:ଟ୍ୱିଟ କରି ଫସିଗଲେ ଦିଗବିଜୟ ସିଂହ, ଘେରିଲା ବିଜେପି