'ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ କରାଉଛି ବିଜେପି'
Advertisement

'ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ କରାଉଛି ବିଜେପି'

ସଦ୍ୟ ପୁଣି ଥରେ ସେ ନିଜର ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

'ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ କରାଉଛି ବିଜେପି'

ଭୋପାଳ: ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଟ୍ୱିଟ କରି ଫସିଯାଇଥିଲେ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସଦ୍ୟ ପୁଣି ଥରେ ସେ ନିଜର ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

ଏନେଇ ସେ କହିଛନ୍ତି ଯେ ତାଙ୍କୁ ଖବର ମିଳିଛି ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ବିଜେପି ପଥର ମାଡ଼ ଭଳି କାଣ୍ଡ ଭିଆଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ବୟାନ ରଖିଛନ୍ତି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଏହି ଘଟଣାର ଯାଞ୍ଚ ମୁଁ କରୁଛି ବୋଲି କହିଛନ୍ତି ସେ। 

ମୋ ପାଖକୁ ଏଭଳି ଅଭିଯୋଗ ଆସିଛି। ଯଦିଓ ମୁଁ ଏହି ଘଟଣାର ଯାଞ୍ଚ କରିନାହିଁ। ମାତ୍ର ଏନେଇ କୁହାଯାଉଛି ଯେ ବିଜେପି ଗରିବ ମୁସଲିମ ଯୁବକଙ୍କୁ ଟଙ୍କା ଦେଇ ପଥର ମାଡ଼ ଭଳି ଘଟଣା ଘଟାଉଛି। ଏହାର ସତ୍ୟତା ମୋ ପାଖରେ ଉପଲବ୍ଧ ନାହିଁ। ମୁଁ ମୋ ପାଖକୁ ଆସିଥିବା ଅଭିଯୋଗର ଯାଞ୍ଚ କରୁଛି। ଏହି ବୟାନ ରଖି ମୁଁ କୌଣସି ଅଭିଯୋଗ କରୁନାହିଁ ବରଂ ଏହି ଘଟଣା ବାବଦରେ ମୋତେ ଯାହା ଖବର ମିଳିଛି ମୁଁ ତାହା କହୁଛି। 

Also Read: Khargone Violence:ଟ୍ୱିଟ କରି ଫସିଗଲେ ଦିଗବିଜୟ ସିଂହ, ଘେରିଲା ବିଜେପି

ନିଜ ଆଡୁ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲା ଉଦାହରଣ ଦେଇ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ହିନ୍ଦୁ-ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ବନ୍ଦ କରିବା ପାଇଁ ସରକାର କଣ କରିବା ଆବଶ୍ୟକ ତାହା ସୁପ୍ରିମକୋର୍ଟ କହି  ସାରିଛନ୍ତି। ହେଲେ ସରକାର ଏହାକୁ ଅନୁସରଣ କରୁନାହାଁନ୍ତି। ସରକାର ଏହା କରିବାକୁ ସକ୍ଷମ ନୁହଁନ୍ତି, ରାଜସ୍ଥାନ ସରକାର ମଧ୍ୟ ଏଥିରେ ଜଡିତ ଅଛନ୍ତି ନା ନାହିଁ ବୋଲି ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ତାହାର ଜବାବ ରଖି ସେ କହିଛନ୍ତି ଯେଉଁ ରାଜ୍ୟର ସରକାର ଏହା କରୁନାହାଁନ୍ତି ସେମାନେ ଏହା କରିବା ଆବଶ୍ୟକ। ଆମେ ଏନେଇ ଦାବି କରୁଛୁ। ସରକାର ବିଜେପି ହେଉ ଅଥବା କଂଗ୍ରେସ ଦଙ୍ଗା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଆବଶ୍ୟକ।

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି  ମୁଁ ମୋ ରାଜ୍ୟକୁ ଜାଣିଛି। ଆଉ ଏଥିପାଇଁ ଜନସ୍ୱାର୍ଥ ମାମଲା ଦାଏର କରିଛି।  ରାଜ୍ୟର ମନ୍ଦାସୌର, ଉଜ୍ୱୈନ, ଇନ୍ଦୋର ପ୍ରଭୃତି ଜିଲ୍ଲାରେ ହୋଇଥିବା ଦଙ୍ଗା ଏବଂ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ କରାଯାଇନାହିଁ।  

Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ପଥର ମାଡ ଭଳି ଘଟଣା ଘଟିଥିଲା। ଏହା ପରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୨୧ ସିସିଟିଭି କ୍ୟାମେରା ଲଗାଯାଇଥିଲା। ଯେଉଁଠି ପଥର ମାଡ଼ ଘଟଣା ଘଟିଥିଲା।