ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜନୀତି।
Trending Photos
ଭୋପାଳ: ରାମ ନବମୀ ଶୋଭାଯାତ୍ରା ବେଳେ ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଟ୍ୱିଟ କରି ଫସିଯାଇଛି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଏ ପ୍ରସଙ୍ଗରେ ତାଙ୍କୁ ବିଜେପି ବିଧାୟକ ରାମେଶ୍ୱର ଶର୍ମା ଜବାବ ଦେବା ପରେ ସେ ତାଙ୍କ ଟ୍ୱିଟ ହଟାଇ ଦେଇଛନ୍ତି।
ଖାରୋଗନ ଜିଲ୍ଲାରେ ହୋଇଥିବା ପଥର ମାଡ଼ ଘଟଣାରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟ୍ୱିଟ କରି ଟାର୍ଗେଟ କରିଥିଲେ କରିଥିଲେ ଦିଗବିଜୟ ସିଂହ। ମାତ୍ର ଏହି ଘଟଣାରେ ବିଜେପି ବିଧାୟକ ରାମେଶ୍ୱର ଶର୍ମା ତୁରନ୍ତ ଜବାବ ଦେଇଥିଲେ। ବିଜେପି ବିଧାୟକଙ୍କ ଜବାବ ମିଳିବା ପରେ ତୁରନ୍ତ ନିଜ ଟ୍ୱିଟ ହଟାଇ ଦେଇଥିଲେ କଂଗ୍ରେସ ନେତା।
Also Read: Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
ପଥର ମାଡ଼ ଘଟଣାରେ ଟ୍ୱିଟ କରି ଦିଗବିଜୟ ସିଂହ ଅନ୍ୟ ଏକ ସ୍ଥାନର ଫଟୋ ବ୍ୟବହାର କରି ଏହାକୁ ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣା ଭାବେ ଦର୍ଶାଇଥିଲେ। ଏନେଇ ଟ୍ୱିଟ କରି ସେ କହିଥିଲେ ଅସ୍ତ୍ରଶସ୍ତ୍ର ସାଥିରେ ନେଇ ଗୋଟିଏ ଧାର୍ମିକ ସ୍ଥାନରେ ଅନ୍ୟ କୌଣସି ଧର୍ମର ପତାକା ଲଗାଇବା ଠିକ୍ ନା ନୁହେଁ? ଖରଗୋନ ଜିଲ୍ଲା ପ୍ରଶାସନ କ'ଣ ଅସ୍ତ୍ରଶସ୍ତ୍ର ନେଇ ଏକ ଶୋଭାଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଥିଲା? ଯିଏ ପଥର ଫିଙ୍ଗାଥିଲା ସେହି ଲୋକର ଘରେ ବୁଲଡୋଜର ଚାଲିବ କି? ଶିବରାଜ ଜୀ ଆପଣ ଏହା କୁହନ୍ତୁ ନାହିଁ ଯେ ଆପଣ ନିରପେକ୍ଷ ଭାବରେ ସରକାର ଚଳାଇବାକୁ ଶପଥ ନେଇଛନ୍ତି।
କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଜବାବ ଦେଇ ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି ଏହା ହେଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବୁଲଡୋଜର ତାକତ। ଖାରଗୋନ ଜିଲ୍ଲାରେ ହିଂସାକାଣ୍ଡ ଭିଆଇଥିବା ଦଙ୍ଗାକାରୀଙ୍କ ବିରୋଧରେ ପ୍ରଶାସନ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମାତ୍ର କଷ୍ଟ ଆପଣଙ୍କୁ ହେଉଛି। ଆପଣଙ୍କ ମନ ବହୁତ ଦୁଃଖ ହେଉଛି। ଏଥିପାଇଁ ଆପଣ ଅନ୍ୟ ସ୍ଥାନର ଫଟୋ ବ୍ୟବହାର କରି ଏହାକୁ ଖାରଗୋନ ଘଟଣା ଭାବେ ଦର୍ଶାଉଛନ୍ତି। ଯେଉଁ ଦଙ୍ଗାକାରୀ ଘରୁ ପଥର କିମ୍ବା ପେଟ୍ରୋଲ ବମ ମିଳିବ ସେମାନଙ୍କ ଘରକୁ ମାଟିରେ ମିଶାଇବ ପ୍ରଶାସନ। ଏହି ଘଟଣାରେ ନିରପକ୍ଷେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
राजा साहब ने हिंदुओं को बदनाम करने वाला ये #Tweet #Delete कर दिया है.
दंगा फैलाने और भड़काने में इन्ही अफ़वाहों का बड़ा रोल होता है. @akarshsharma07 https://t.co/9IdQ7maza1
— Rameshwar Sharma (@rameshwar4111) April 12, 2022
Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ
ରାଜ୍ୟର ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ କଂଗ୍ରେସ ନେତାଙ୍କୁ ଜବାବ ଦେଇଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏନେଇ ସେ କହିଛନ୍ତି ଦିଗବିଜୟ ସିଂହ ଗୋଟିଏ ଧାର୍ମିକ ସ୍ଥଳରେ ଜଣେ ଯୁବକ ଭଗୱା ପତାକା ଲଗାଉଥିବାର ଫଟୋ ଟ୍ୱିଟ୍ କରିଛନ୍ତି। ହେଲେ ଏହି ଫଟୋ ରାଜ୍ୟର ନୁହେଁ। ଏଭଳି ଟ୍ୱିଟ୍ କରି ଦିଗବିଜୟ ସିଂହ ରାଜ୍ୟରେ ଧାର୍ମିକ ଉତ୍ତେଜନା ପ୍ରସାର କରିବା ସହ ସହ ରାଜ୍ୟକୁ ଦଙ୍ଗା ନିଆଁରେ ଫିଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି। ହେଲେ ଏହାକୁ ବରଦାସ୍ତ କରାଯିବ ନାହିଁ।
श्री @digvijaya_28 ने एक धार्मिक स्थल पर युवक द्वारा भगवा झंडा फहराने का फोटो सहित ट्वीट किया है, वह मध्यप्रदेश का नहीं है।श्री दिग्विजय सिंह का यह ट्वीट प्रदेश में धार्मिक उन्माद फैलाने का षड्यंत्र है और प्रदेश को दंगे की आग में झोंकने की साजिश है, जिसे बर्दाश्त नहीं किया जाएगा।
— Shivraj Singh Chouhan (@ChouhanShivraj) April 12, 2022