ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୬୦.୧୭% ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ହୋଇଥିଲା ଭୋଟ ଗ୍ରହଣ। ଆଉ ମୋଟ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର କେଉଁ ଜିଲ୍ଲାରେ ହୋଇଥିଲା ମତଦାନ


  • ଶାମଲି

  • ମୁଜାଫରନଗର

  • ବାଗପତ

  • ମେରଠ

  • ହାପୁଡ଼

  • ଗାଜିଆବାଦ 

  • ବୁଲନ୍ଦସହର 

  • ମଥୁରା 

  • ଆଗ୍ରା 

  • ଗୌତମବୁଦ୍ଧ ନଗର 

  • ଆଲିଗଡ଼ 


ପ୍ରଥମ ପର୍ଯ୍ୟାୟ ପ୍ରମୁଖ ପ୍ରସଙ୍ଗ


  • କୃଷକ ଆନ୍ଦୋଳନ

  • ଆଖୁ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ

  • ବିଜୁଳି ସେବା

  • ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ

  • ରୋଜଗାର

  • ଦରଦାମ ବୃଦ୍ଧି


Also Read: UP Election 2022: ଭୋଟ ବର୍ଜନ କଲେ ଗ୍ରାମବାସୀ


ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୧୧ ଜିଲ୍ଲାର ୧୧ ପ୍ରମୁଖ ପ୍ରାର୍ଥୀ


  • ପଙ୍କଜ ସିଂହ: ନୋଏଡା (ବିଜେପି)

  • ନାହିଦ ହାସନ: କୈରାନ (ସମାଜବାଦୀ ପାର୍ଟି)

  • ବେବି ରାଣୀ ମୌର୍ଯ୍ୟ: ଆଗ୍ରା ଗ୍ରାମୀଣ (ବିଜେପି)

  • ମୃଗାଙ୍କା ସିଂହ: କୈରାନା (ବିଜେପି)

  • ଶ୍ରୀଙ୍କାନ୍ତ ଶର୍ମା: ମଥୁରା (ବିଜେପି)

  • ସୁରେଶ ରାଣା: ଥାନା ଭବନ (ବିଜେପି)

  • ସଙ୍ଗୀତ ସୋମ: ସରଧନା (ବିଜେପି)

  • କପିଲ ଦେବ ଅଗ୍ରୱାଲ: ମୁଜ୍ଜାଫରନଗର (ବିଜେପି)

  • ଅବତାର ସିଂହ ଭଡ଼ାନା: ଜେୱର (ଆରଏଲଡି଼)

  • ଚୌଧୁରୀ ବାବୁ ଲାଲ: ଫତେହପୁର ସିକ୍ରି (ବିଜେପି)

  • ନନ୍ଦ କିଶୋର ଗୁର୍ଜର: ଲୋନି (ବିଜେପି)


ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଥିଲା। ଉତ୍ତର ପ୍ରଦେଶ ପୋଲିସ ବ୍ୟତୀତ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ୭୯୬ କମ୍ପାନୀ ନିୟୋଜିତ ହୋଇଥିଲେ। ଏହା ମଧ୍ୟରୁ ୭୨୪ କମ୍ପାନୀ ବୁଥ ଡ୍ୟୁଟି, ୧୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ, ୫ କମ୍ପାନୀ ଇଭିଏମ୍ ସୁରକ୍ଷା ଏବଂ ୬୬ କମ୍ପାନୀ ଆଇନ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ଅଛନ୍ତି।  


Also Read: UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?


ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୋଲିସ ବାହିନୀର ୨୭ କମ୍ପାନୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୯୪୬୪ ଇନ୍ସପେକ୍ଟର ଏବଂ ସବ୍-ଇନ୍ସପେକ୍ଟର ରାଙ୍କ୍ ଅଧିକାରୀ, ୫୯ ହଜାର ୩୦ କନଷ୍ଟେବଳ, ୪୮ ହଜାର ୧୩୬ ହୋମଗାର୍ଡ, ୫୦୫ PRD ଯବାନ ଏବଂ ୬୦୬୧ ଗ୍ରାମ ଚୌକିଦାରଙ୍କୁ ପ୍ରଥମ ପର୍ଯ୍ୟାୟ ମତାଦନ ସମୟରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲା।