ନୂଆଦିଲ୍ଲୀ: ଦଳରେ ସୃଷ୍ଟି ହୋଇଥିବା ସଂକଟକୁ ନେଇ ପାର୍ଟି ହାଇକମାଣ୍ଡଙ୍କ ଆଡକୁ ପ୍ରଶ୍ନବାଣ ମାରିଛନ୍ତି ଅସନ୍ତୁଷ୍ଟ କଂଗ୍ରେସ ନେତା। ଏହି ନେତାଙ୍କୁ ନେଇ ଗଠିତ ହୋଇଥିବା ଗୋଷ୍ଠୀ ଜି-୨୩ ନାମରେ ଜଣାଶୁଣା। ଏହି ଗୋଷ୍ଠୀରେ ସାମିଲ ଥିବା କପିଲ ଶିବଲ ଏବଂ ଗୁଲାମ ନବୀ ଆଜାଦଙ୍କ ଭଳି ବରିଷ୍ଠ ନେତା ଦଳୀୟ ସଂକଟକୁ ନେଇ ଦଳର ଶୀର୍ଷ ନେତତ୍ୱ  ଉପରେ ପ୍ରଶ୍ନ ଉଠାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପଞ୍ଜାବରେ ଘଟିଥିବା ରାଜନୈତିକ ଘଟଣାକୁ ନେଇ ଦଳରେ ସୃଷ୍ଟି ହୋଇଥିବା ସଂକଟକୁ ନେଇ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ପ୍ରଶ୍ନ କରି ଜବାବ ମାଗିଛନ୍ତି ବରିଷ୍ଠ କଂଗ୍ରେସ (Congress) ନେତା କପିଲ ଶିବଲ (Kapil Sibal)। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯଦି ଦଳରେ କେହି ଅଧ୍ୟକ୍ଷ ନାହାଁନ୍ତି ତାହେଲେ ଦଳୀୟ ନିଷ୍ପତ୍ତି ନେଉଛି କିଏ? ଜଣକ ପର ଜଣେ ଦଳୀୟ ନେତା ଦଳ ଛାଡି ଚାଲିଯାଉଛନ୍ତି। ଦଳୀୟ ନେତାଙ୍କ ଦଳ ଛାଡ଼ିବା ପରେ କାରଣ କ'ଣ ରହିଛି। ଜାହା ଜଣାପଡୁଛି ବୋଧେ ଆମର କୌଣସି ଭୁଲ ରହିଥାଇ ପାରେ। ଯାହା ଫଳରେ ଦଳର ଅନେକ ନେତା ଦଳ ଛାଡି଼ ଚାଲି ଯାଉଛନ୍ତି।


Also Read: କଂଗ୍ରେସରେ ତେଜିଲା ଅନ୍ତଃକନ୍ଦଳ; ଦଳୀୟ ସଙ୍ଗଠନକୁ ନେଇ ମୁହାଁମୁହିଁ ଅଧିର ରଞ୍ଜନ-କପିଲ ଶିବଲ


ଦଳରେ ଯଦି ଏପରି ପଳାୟନ ପ୍ରକ୍ରିୟା ଲାଗି ରହେ ତାହେଲେ ଦଳ ଦୁର୍ବଳ ହୋଇଯିବ। ଆମେ ଦଳର ଏପରି ଅବସ୍ଥା ଦେଖିପାରିବୁ ନାହିଁ। ଆମେ ଆଉ କେତେ ଦିନ ଅପେକ୍ଷା କରି ରହିବୁ। ଦଳର ଯେଉଁ ନେତା ଦଳ ଛାଡି ଚାଲିଯାଇଛନ୍ତି ସେମାନଙ୍କୁ ଦଳକୁ ଫେରାଇ ଆଣିବା ଦରକାର। ଆମକୁ ପରସ୍ପର ମଧ୍ୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଦଳକୁ ପୁନର୍ବାର କିପରି ମଜବୁତ କରାଯାଇ ପାରିବ ତାହା ଉପରେ ପ୍ରତ୍ୟେକ କଂଗ୍ରେସ କର୍ମକର୍ତ୍ତା ଧ୍ୟାନ ଦେବା ଆବଶ୍ୟକ। 


ଆମେ ଦଳ ବିରୁଦ୍ଧରେ ବୟାନବାଜି କରୁନାହୁଁ। ଆମେ ଦଳ ସହ ରହିଛୁ। ପଞ୍ଜାବରେ ଆମ ଦଳ ସହ ଯାହା ଘଟିଲା ସେ ବାବଦରେ ଦଳୀୟ ନେତା ହିସାବରେ ଆମେ କିଛି କହିନାହୁଁ। ଦଳରେ ଯାହା ସମସ୍ୟା ରହିଛୁ ତାହାକୁ ଦଳୀୟ ମହଲରେ ସମାଧାନ କରାଯିବା ଆବଶ୍ୟକ। ଯଦି ଦଳରେ ଏପରି ଅବସ୍ଥା ଲାଗି ରହେ ତାହେଲେ ଆମେ ମଧ୍ୟ ଏକ ଦଳ ସହ ଚାଲିଯିବୁ। କଂଗ୍ରେସକୁ ହରାଇବା ଅର୍ଥ ଦେଶର ମୂଳଦୁଆକୁ ଦୁର୍ବଳ କରିବା। 


Also Read: ମହଙ୍ଗା ପଡିଲା ପ୍ରଶଂସା; ଦଳୀୟ Star Campaigner ତାଲିକାରୁ ବାଦପଡିଲେ G23 ନେତା


ଅନ୍ୟପଟେ ଯଥାଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କରିବାକୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ (Sonia Gandhi) ପତ୍ର ଲେଖିଛନ୍ତି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad)। ଦଳୀୟ ସଙ୍ଗଠନରେ ନିର୍ବାଚନ କରିବା ଏବଂ ଜଣଙ୍କୁ ସ୍ଥାୟୀ ଅଧ୍ୟକ୍ଷ କରିବା ନେଇ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଦଳରେ ରହିଥିବା ସମସ୍ୟାକୁ ନେଇ ଗତ ବର୍ଷ ଅଗଷ୍ଟରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଥିଲେ ଗୋଷ୍ଠୀ ଜି-୨୩ ଗୋଷ୍ଠୀରେ ସାମିଲ ରହିଥିବା ବରିଷ୍ଠ କଂଗ୍ରେସ ନେତା। ଯେଉଁଥିରେ ସେମାନେ ଦଳର ଅଧ୍ୟକ୍ଷ, କଂଗ୍ରେସ କାର୍ଯ୍ୟକାରୀ କମିଟି, କେନ୍ଦ୍ରୀୟ ନିର୍ବାଚନ ସମିତି ଲାଗି ନିର୍ବାଚନ କରିବାକୁ ଦାବି ରଖିଥଲେ। 


ଗତ ବୁଧବାର ରାହୁଲ ଗାନ୍ଧୀଙ୍କୁ (Rahul Gandhi)ଟାର୍ଗେଟ କରି କପିଲ ଶିବଲ କହିଥିଲେ ଆଶ୍ଚର୍ଯ୍ୟର କଥା ଏହା ଯେ ଦଳରେ କିଏ ନିଷ୍ପତ୍ତି ନେଉଛି ତାହା ଜଣାପଡୁନାହିଁ। ଦଳୀୟ ସଙ୍ଗଠନରେ ନିର୍ବାଚନ କରିବାକୁ ଦାବି କରାଯାଇଥିଲେ ମଧ୍ୟ ଏ ଦିଗରେ ଦଳର କେନ୍ଦ୍ରୀୟ  ନେତୃବୃନ୍ଦ କୌଣସି ପଦକ୍ଷେପ ନେଇନାହାଁନ୍ତି। ଆମ ଦଳରେ କେହି ଅଧ୍ୟକ୍ଷ ନାହାଁନ୍ତି। ଦଳୀୟ ପ୍ରସଙ୍ଗରେ କିଏ ନିଷ୍ପତ୍ତି ନେଉଛି ତାହା ଜଣାପଡୁନାହିଁ। ଦଳରେ ସୃଷ୍ଟି ହୋଇଥିବା ସଂକଟର ସମାଧାନ ଲାଗି ଯଥାଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କରାଯାଉ।   


Also Read: ତେଜିଲା ଅସନ୍ତୋଷ, ନୂଆ କଂଗ୍ରେସ ଗଠନ କରିବେ କି ଅସନ୍ତୁଷ୍ଟ?


ବିଗତ କିଛି ବର୍ଷ ହେବ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଚାରି ଦିଗରୁ ସମସ୍ୟା ଘେରି ରହିଛି। ପ୍ରଥମେ ମଧ୍ୟ ପ୍ରଦେଶ, ଏହା ପରେ ପଞ୍ଜାବ ଏବଂ ଶେଷରେ ଛତିଶଡରେ କ୍ଷମତସୀନ ଥିବା ଦଳୀୟ ସରକାରରେ ନେତୃତ୍ୱକୁ ନେଇ ସଂକଟ ସୃଷ୍ଟି ହୋଇଛି। ଅନ୍ୟପଟେ ଜ୍ୟୋତିରାଦିତ୍ୟ ସିନ୍ଦିଆ (Jyotiraditya Scindia),ଜିତିନ ପ୍ରସାଦ (Jitin Prasada), ପ୍ରିୟଙ୍କ ଚତୁର୍ବେଦୀ (Priyanka Chaturvedi),ସୁଷ୍ମିତା ଦେବଙ୍କ (Sushmita Dev) ଭଳି ଦଳର ଯୁବ ଚେହେରା କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହୋଇସାରିଛନ୍ତି। ସଦ୍ୟ ମିଳିଥିବା ଖବର ଅନୁସାରେ ଛତିଶଗଡ଼ର ପ୍ରାୟ ୧୫ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଦଳୀୟ ସରକାରରେ କ୍ଷମତା ବିସ୍ତାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ (Chhattisgarh Chief Minister) ଭୂପେଶ ବଘେଲ (Bhupesh Baghel) ଏବଂ ସ୍ୱାସ୍ଥ୍ୟମନ୍ତୀ ଟିଏସ ସିଂହଦେଓ (TS Singhdeo)। ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan Chief Minister) ଅଶୋକ ଗେହୋଲତ (Ashok Gehlot) ଏବଂ ଦଳର ବରିଷ୍ଠ ଯୁବ ନେତା ସଚ୍ଚିନ ପାଇଲଟଙ୍କ (Sachin Pilot) ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ।